Posted inଖେଳ

ଏହି କ୍ରିକେଟର୍‌ଙ୍କ ଆଗରେ ସର୍ତ୍ତ ରଖିଥିଲେ ଗର୍ଲଫ୍ରେଣ୍ଡ: ଲଗାତାର ୩ ଛକା ମାରିଲେ ବିବାହ କରିବି

ଆଜି ଭାରତର ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ୮୧ ତମ ଜନ୍ମ ବାର୍ଷିକୀ। ଭାରତୀୟ କ୍ରିକେଟ ଇତିହାସରେ ତାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ରେକର୍ଡ କରାଯାଇଛି। ପଟୌଦିଙ୍କ ଅଧିନାୟକତ୍ୱରେ ହିଁ ଭାରତ ବିଦେଶୀ ମାଟିରେ ପ୍ରଥମ ବିଜୟ ହାସଲ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ଭାରତ ଜିତିଛି। ପଟୌଦିଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ଯାଇ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଇଥିଲା ଯେଉଁଠାରେ ଭାରତ ୩-୧ରେ ଜିତିଥିଲା।
ଭାରତର ଅନ୍ୟତମ ସଫଳ ଅଧିନାୟକ ମନସୁର୍‌ ଅଲ୍ଲୀ ଖାନ ପଟୌଦି କ୍ରିକେଟ ଜଗତରେ ଟାଇଗର ପଟୌଦ ଏବଂ ନବାବ ପଟୌଦି ନାମରେ ମଧ୍ୟ ଜଣାଶୁଣା। ସେ ୫ ଜାନୁଆରୀ ୧୯୪୧ରେ ଭୋପାଳର ନବାବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପଟୌଦି ମାତ୍ର ୨୦ ବର୍ଷ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ସେ ମାତ୍ର ୨୧ ବର୍ଷ ବୟସରେ ଭାରତୀୟ ଦଳର ଅଧିନାୟକ ହେବାର ସୁଯୋଗ ପାଇଲେ।
ଷାଠିଏ ଦଶକରେ ପଟୌଦିଙ୍କ ଲୋକପ୍ରିୟତା ଶିଖରରେ ଥିଲା। ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଥିଲେ, କିନ୍ତୁ ସେ ହିନ୍ଦୁ-ବଙ୍ଗାଳୀ ପରିବାରର ବଲିଉଡ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ପ୍ରେମରେ ପଡିଥିଲେ। ମନସୁରଙ୍କ ସହ ଶର୍ମିଳାଙ୍କ ସାକ୍ଷାତ ପ୍ରଥମେ କୋଲକତାରେ ହୋଇଥିଲା। ସେ ସମୟରେ ମନସୁର ଭାରତୀୟ କ୍ରିକେଟ ଜଗତର ଜଣେ ଟପ ଖେଳାଳି ଥିଲେ। ପ୍ରଥମ ଦେଖାରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ପଟୌଦି ଶର୍ମିଳାଙ୍କୁ ଇମ୍ପ୍ରେସ କରିବାକୁ ଗିଫ୍ଟରେ ତାଙ୍କୁ ଫ୍ରିଜ ଦେଇଥିଲେ। କାରଣ ସେତେବେଳେ ସବୁଠୁ ଦାମିକିଆ ଜିନିଷ ମଧ୍ୟରେ ଫ୍ରିଜ ଥିଲା ଅନ୍ୟତମ। ତେବେ ଶର୍ମିଳା ଏତେ ଜଲଦି ହଁ କହି ନ ଥିଲେ। ସେ କହିଥିଲେ ଯଦି ପଟୌଦି ଲଗାତାର ତିନୋଟି ଛକା ମାରି ଭାରତକୁ ଜିତେଇବେ। ତେବେ ବିବାହ କରିବାକୁ ହଁ କହିବେ। ପ୍ରେମରେ ପାଗଳ ହୋଇ ଥିବା ପଟୌଦି ନିଜ ପ୍ରେମ ପାଇଁ ତିନୋଟି ଛକା ମାରି ଶର୍ମିଳାଙ୍କ ହୃଦୟ ଜିତିଥିଲେ। ପରେ ୧୯୬୯ ମସିହାରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri