ଚିଲିକାରେ ପକ୍ଷୀ ସଂଖ୍ୟା ୧୬% କମିଲା

ବାଲୁଗାଁ ,୫ା୧(ଡି.ଏନ୍‌.ଏ.): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କତ୍ତୃର୍ର୍ପକ୍ଷ (ସିଡିଏ) ପକ୍ଷରୁ ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ମୋଟ ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀଙ୍କ ସମାଗମ ହୋଇଛି। ତେବେ ଗତବର୍ଷ ୧୨ଲକ୍ଷ ୪୨ହଜାର ୮୨୬ଟି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଚଳିତ ବର୍ଷ ୧ଲକ୍ଷ ୬୮ହଜାର ୬୫୩ ପକ୍ଷୀ ଅର୍ଥାତ୍‌ ୧୬ପ୍ରତିଶତ ହ୍ରାସ ପାଇଥିବା ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟରୁ ଜଣାପଡ଼ିଛି। ସେହିପରି ୧୫.୫୩ ବର୍ଗ କି.ମି ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ୯୭ପ୍ରଜାତିର ୩ଲକ୍ଷ ୫୮ହଜାର ୮୮୯ଟିି ପକ୍ଷୀଙ୍କ ସମାଗମ ହୋଇଛି। ଗତବର୍ଷ ଏଠାରେ ୪ ଲକ୍ଷ ୨୪ହଜାର ୭୮୮ପକ୍ଷୀଙ୍କ ସମାଗମ ହୋଇଥିଲା। ଏଠାରେ ମଧ୍ୟ ଚଳିତ ବର୍ଷ ୬୫ ହଜାର ୮୮୯ଟି ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଛି। ଗତ ବର୍ଷ ୧୯୦ ପ୍ରଜାତିର ସ୍ଥାନୀୟ ଓ ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚଳିତ ବର୍ଷ ୧୮୩ଟି ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାଯାଇଛି। ସେଥିମଧ୍ୟରୁ ବିଦେଶାଗତ ୧୦୭ ଓ ସ୍ଥାନୀୟ ୭୬ ପ୍ରଜାତିର ପକ୍ଷୀ ଅଛନ୍ତି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ନର୍ଦ୍ଦନ ପିଣ୍ଟେଲ୍‌ ୧ଲକ୍ଷ ୭୨ହଜାର ୨୮୫, ଗଡଓ୍ବାଲ୧ଲକ୍ଷ ୫୩ହଜାର ୯୮୫, ୟୁରାସିଆନ୍‌ ଓ୍ବିଜିଅନ୍‌ ୧ଲକ୍ଷ ୫୦ହଜାର ୮୪୩ ଏବଂ ଗଡଓ୍ବିଟ୍‌ ୫୫ହଜାର ୩୦୩ ସଂଖ୍ୟାରେ ଅଛନ୍ତି। ତେବେ ଚିଲିକାର ଶୋଭା ବର୍ଦ୍ଧନକାରୀ ସବୁଠାରୁ ଆକର୍ଷଣୀୟ ଫ୍ଲେମିଂ ଗୋ (ଏରା) ହଂସଜାତୀୟ ପକ୍ଷୀ କିଛିବର୍ଷ ହେବ ଲୋପ ପାଇ ଗତ ବର୍ଷ ଏହି ପକ୍ଷୀ ମାତ୍ର ୭୧ଟି ଦୃଷ୍ଟିଗୋଚର ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହି ପକ୍ଷୀ ସଂଖ୍ୟା ବୃଦ୍ଧି ପାଇ ୨୦୪୦ରେ ପହଞ୍ଚତ୍ଛି। ପକ୍ଷୀ ପ୍ରେମୀ ଓ ବିଶାରଦଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ତେବେ ବହୁ ବର୍ଷ ଧରି ଚିଲିକାରେ ଦେଖିବାକୁ ମିଳୁନଥିବା ମଙ୍ଗୋଲଏଡ଼ଗଲ ପ୍ରଜାତିର ପକ୍ଷୀ ଚଳିତ ବର୍ଷ ୨ଟି ଦେଖାଯାଇଛି।
ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ ଚିଲିକାଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ କରାଯାଇଥିଲା। ନଳବଣରେ କେବଳ ୬ଟି ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨, ଅବଶିଷ୍ଟ ୧୩ଟି ଦଳ ଅନ୍ୟାନ୍ୟ ଜୋନ୍‌ ତଥା ବାଲିପାଟପୁର ଠାରୁ ସାତ ଭାୟା, ରମ୍ଭା, ମଙ୍ଗଳାଯୋଡ଼ି ଠାରୁ ଭୂଷଣ୍ଡପୁର, ସୋରଣ ଠାରୁ ନଈରୀ, କୃଷ୍ଣପ୍ରସାଦ, କାଳିଜାଈ ଠାରୁ ଚନ୍ଦ୍ରାପୁଟ, ସାତପଡ଼ା ଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦ ଠାରୁ ନୂଆପଡ଼ା ଆଦି ଅଞ୍ଚଳରେ ଗଣନା କରିଥିଲେ। ପକ୍ଷୀ ଗଣନାକାରୀଙ୍କୁ ମୋଟ ୨୧ଟି ଡଙ୍ଗା ଯୋଗାଇ ଦିଆଯାଇଥିଲା। ମଙ୍ଗଳବାର ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯାଇଥିଲା। ଏହି ପକ୍ଷୀ ଗଣନାରେ ବମ୍ବେ ନାଚୁରାଲ ହ୍ରିଷ୍ଟ୍ରି ଅଫ ସୋସାଇଟ୍‌ର ନିର୍ଦ୍ଦେଶକ ଡ.ବିଭାସ ପାଣ୍ଡବ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବ୍ରହ୍ମପୁର ସର୍କଲ ପ୍ରଶାନ୍ତ କୁମାର ମିଶ୍ର, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରିଣୀ ଜ୍ୟୋତି କୋଟାଲ, ଏସିଏଫ୍‌ ଶରତ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମୋଟ ୧୦୬ ଜଣ ଗଣନା କାର୍ଯ୍ୟରେ ସାମିଲ୍‌ ହୋଇ ଦିଗ୍‌ଦର୍ଶନ ଦେଇଥିଲେ। ତେବେ ସମଗ୍ର ଚିଲିକାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ପିସିସିଏଫ୍‌ ପ୍ରଶାନ୍ତ ମିଶ୍ର କହିଛନ୍ତି, ଚିଲିକାରେ ଜଳସ୍ତର ଅଧିକା ଥିବା ହେତୁ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବିଶେଷକରି ତଟବର୍ତ୍ତୀ ଅଞ୍ଚଳ ଚାଷଜମି ଉପରେ ନିର୍ଭର କରି ସମାଗମ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri