ଫେଲ୍‌ ମାରିଛି କଂକ୍ରିଟ ଖଳା ଯୋଜନା

କେନ୍ଦ୍ରାପଡ଼ା ଅଫିସ, ୫।୧:କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରର ଚାଷୀ ଉପକୃତ ହୋଇପାରୁନାହାନ୍ତି। ସୂର୍ଯ୍ୟମୁଖୀ, ବାଦାମ ବିହନ ଯୋଗାଣର ଅନିୟମିତତା ପରେ ଏବେ କ୍ରଂକ୍ରିଟ ଖଳା ଯୋଜନା ନେଇ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ଜିଲାରେ ଇତିମଧ୍ୟରେ ୧୦୬ଟି ଖଳା ନିର୍ମାଣ ହୋଇଛି। ତେବେ ଏହି ଖଳା ଚାଷୀଙ୍କ ପରିବର୍ତ୍ତେ କେତେଜଣ ପ୍ରଭାବଶାଳୀଙ୍କ ଜବରଦଖଲକୁ ଚାଲିଯାଇଛି। ସେହିପରି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ଅଳ୍ପଦିନ ମଧ୍ୟରେ ଖଳା ନଷ୍ଟ ହୋଇଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି।
ଡେରାବିଶ ବ୍ଲକ ବାରିମୂଳର ଅନନ୍ତ ମଲ୍ଲିକ କୁହନ୍ତି, ଖରିଫ ଧାନ ଅମଳ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜିଲାରେ ଧାନଚାଷ ଅଧିକ ପରିମାଣରେ ହୁଏ। ଏହାର ଅମଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ କଂକ୍ରିଟ ଖଳା ନିର୍ମାଣ ହୋଇଛି। ଏହାକୁ ଚାଷୀମାନେ ବ୍ୟବହାର କରିପାରୁନାହାନ୍ତି। ଏବେ ଖଳାକୁ ଲୋକେ ଜବରଦଖଲକୁ ନେଇ ଗଲେଣି। ଖଳାରେ ଗାଈ ମଇଁଷି ବାନ୍ଧିବା ସହ ଘସିଭାଡି ରହିଛି। ଏପରି କି ଏହି ଖଳାରେ ବାଲି, ଗୋଡି ରହିଥିବା ଦେଖିବାକୁ ମିଳିଛି। ଜିଲାରେ ସାଧାରଣତଃ ଧାନ ଅମଳ ସମୟରେ ସାମୁଦ୍ରିକ ଝଡ଼ ଦେଖାଯାଇଥାଏ। ଏହି ସମୟରେ ଅମଳ ଲାଗି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଜବରଦଖଲରେ ଖଳା ଥିବାରୁ ଚାଷୀ କଂକ୍ରିଟ ଖଳାର ବ୍ୟବହାର କରିପାରୁନାହାନ୍ତି। ମହାକାଳପଡ଼ାର ଚାଷୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଗୋଟିଏ କଂକ୍ରିଟ ଖଳାରେ ଅନୂ୍ୟନ ୭ରୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବ୍ୟୟ ହେଉଛି। ତେବେ ନିର୍ମାଣକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନଜର ରହୁନାହିଁ। ଫଳରେ ଠିକାଦାର ଖଳା ନିର୍ମାଣ ପରେ ଦୁଇ ମାସ ମଧ୍ୟରେ ଏହା ନଷ୍ଟ ହେଉଛି। ସେହିପରି ଖଳା ନିର୍ମାଣ ସ୍ଥାନ ଚୟନରେ ବହୁ ତ୍ରୁଟି ଅଛି। ଖଳାକୁ କ୍ଷେତ ଅଞ୍ଚଳ ମଧ୍ୟରେ ରଖିଲେ ଏହାର ଠିକ୍‌ ବ୍ୟବହାର କରାଯାଇପାରିବ। ତେବେ କେତେକ ଖଳା ଓ କ୍ଷେତର ଦୂରତା ପ୍ରାୟ ୩ରୁ ୫ କିମି ରହୁଥିବାରୁ ଚାଷୀ ଏହାକୁ ବ୍ୟବହାର କରିପାରୁନାହାନ୍ତି। ଏହାସହ ଖଳାକୁ ଜବରଦଖଲକାରୀଙ୍କଠାରୁ ମୁକ୍ତ କରା ନ ଗଲେ ଯୋଜନା ଫେଲ୍‌ ମାରିବ ବୋଲି କୁହାଯାଇପାରେ। ଏ ସମ୍ପର୍କରେ ଜିଲା କୃଷି ନିର୍ଦ୍ଦେଶକ ଶିବ ପ୍ରସାଦ ମଲ୍ଲିକଙ୍କୁ ପଚାରିବାରେ ଜିଲାରେ ମୋଟ ୧୦୬ଟି ଖଳା ମଧ୍ୟରୁ କୃଷି ବିଭାଗ ପକ୍ଷରୁ ୨୮ଟି ନିର୍ମାଣ ହୋଇଛି। ଅବଶିଷ୍ଟ ୭୮ ଖଳା ଆରଏମ୍‌ସି ପକ୍ଷରୁ ନିର୍ମାଣ କରାଯାଇଛି। ପ୍ରାୟ ଅଢ଼େଇ ଗୁଣ୍ଠ ଜମି ଉପରେ ଖଳା ନିର୍ମାଣ ପାଇଁ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଗ୍ରାମର ଚାଷୀ ଏହାକୁ ବ୍ୟବହାର କରିବା କଥା। ଗ୍ରାମବାସୀଙ୍କ ବିରୋଧ ହେଲେ ଜବରଦଖଲ ହଟିବ। ଏ ସମ୍ପର୍କରେ ଆରଏମ୍‌ସି ସମ୍ପାଦକ ଅଜୟ କୁମାର ରାଉତ କହିଛନ୍ତି, ଜବରଦଖଲ ସମ୍ପର୍କରେ ଅଦ୍ୟାବଧି କୌଣସି ଅଭିଯୋଗ ଆସିନାହିଁ। ଏପରି ଘଟଣା ନଜରକୁ ଆସିଲେ ପ୍ରଶାସନିକ ତଦନ୍ତ ସହ ପୋଲିସ ସହଯୋଗରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁନ୍ନା ଖାଁ

କୋକସରା,୧୦ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ହାତ ଗଣତି ସମୟ ରହିଥିବା ବେଳେ ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି...

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ

ବୁଗୁଡ଼ା,୧୦ା୫(କାଳୀଚରଣ ଦାଶ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁକ୍ରବାର ବୁଗୁଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଭାଜପାରେ...

ବାଘ ନେଇଗଲା ଜୀବନ: ଗାଁରେ ଭୟ

ସମ୍ବଲପୁର,୧୦।୫: ସମ୍ବଲପୁର ଜିଲା ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ମାନକୁଣ୍ଡା ଜଙ୍ଗଲରେ ଏକ ଅଭାବନୀ ଘଟଣା ଘଟିଛି। ଏକ କଲରା ପତରିଆ ବାଘ ଆକ୍ରମଣରେ ସାଦ...

ଆଜି ନାମାଙ୍କନ ଭରିବେ ସିଦ୍ଧାର୍ଥ ରାଉତରାୟ: ଦେଲେ ପରିବେଶ ସୁରକ୍ଷା ବର୍ତ୍ତା

ଭୁବନେଶ୍ୱର,୧୦।୫: ନିମାପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଶୁକ୍ରବାର ନାମାଙ୍କପତ୍ର ଦାଖଲ କରିବେ। ଏନେଇ ସିଦ୍ଧାର୍ଥ ନିଜ ସମର୍ଥକଙ୍କ ସହ ଏକ ବ୍ୟାଟେରୀ ଚାଳିତ...

ଜମୁଛି ପ୍ରଚାର: ଏମ୍‌ପି, ବିଧାୟକ ପ୍ରାର୍ଥୀ ଘରକୁ ଘର ବୁଲି କରୁଛନ୍ତି ଭୋଟ୍‌ଭିକ୍ଷା

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆଠାରୁ କଂଗ୍ରେସ ଦଳର ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ନିଜ ପ୍ରଚାର ଆରମ୍ଭ କରିଛନ୍ତ।...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଲେଖାଶ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରତାପ

ବାଲେଶ୍ୱର,୧୦।୫(ମାନସ ବିଶ୍ୱାଳ): ଓଡ଼ିଶାରେ ଦୀର୍ଘ ୨୫ବର୍ଷ ଧରି ବିଜେଡି ଭ୍ରଷ୍ଟାଚାର ଓ ଦୁର୍ନୀତି କରିଆସୁଥିବା ଅଭିଯୋଗ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ଭାଜପା ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri