୩୩.୫ ହଜାର ପିଲାଙ୍କୁ ନିଟ୍‌ ଇଡି-ଟେକ୍‌ କୋର୍ସ କୁପନ

ଭୁବନେଶ୍ୱର, ୪।୧(ବ୍ୟୁରୋ): ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍‌ ୩.୦(ନ୍ୟାଶନାଲ ଏଜୁକେଶନାଲ ଏଲାଇନ୍ସ ଫର୍‌ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ୨୫୩ କୋଟି ଟଙ୍କାର ମାଗଣା ନିଟ୍‌ ଇଡି-ଟେକ୍‌ କୋର୍ସ ବଣ୍ଟନ କରାଯାଇଛି। ଏହା ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ସୋମବାର ନ୍ୟାଶନାଲ ଏଜୁକେଶନାଲ ଏଲାଇନ୍ସ ଫର୍‌ ଟେକ୍ନୋଲୋଜି ଏବଂ ଆଞ୍ଚଳିକ ଭାଷାରେ ଏଆଇସିଟିଇ ପ୍ରାପ୍ତ ବୈଷୟିକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଲକ୍ଷ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରୀଛାତ୍ରଙ୍କୁ ମାଗଣା ନିଟ୍‌ ଇଡି-ଟେକ୍‌ କୋର୍ସ କୁପନ ବଣ୍ଟାଯାଇଛି। ସେଥିମଧ୍ୟରୁ ଓଡିଶାରେ ୩୩ ହଜାର ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ୧୦ କୋଟି ମୂଲ୍ୟର ମାଗଣା ନିଟ୍‌ ଇଡି-ଟେକ୍‌ କୋର୍ସ କୁପନ ବିତରଣ କରାଯାଇଛି। ଡିଜିଟାଲ ରୂପାନ୍ତରୀକରଣ ଆଜି ‘ନ୍ୟୁ ନର୍ମାଲ’ ହୋଇଛି। ତେଣୁ ଆମକୁ ଶିକ୍ଷାର କ୍ଷତି(ଲର୍ନିଂ ଲସ୍‌)କୁ ଭରଣ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ହେବ। ଦକ୍ଷତା ବିକାଶ ତଥା ଶିକ୍ଷାର କ୍ଷତିକୁ ଭରଣ କରିବା ଦିଗରେ ଏହି କମ୍ପାନୀ କାର୍ଯ୍ୟ କରୁଛନ୍ତି। ଏଆଇସିଟିଇକୁ ଦକ୍ଷତା କ୍ଷେତ୍ରରେ ଥିବା ସୁଯୋଗର ପୂର୍ଣ୍ଣ ବ୍ୟବହାର ପାଇଁ ନିଟ୍‌କୁ ସ୍କିଲ୍‌ ଇଣ୍ଡିଆ ସହ ମିଶି ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ଧର୍ମେନ୍ଦ୍ର ଗୁରୁତ୍ୱାରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ଡି, ପ୍ରଫେସର ସହସ୍ର ବୁଦ୍ଧେ ଏବଂ ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା!, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

ନିର୍ବାଚନ ଲଢିବେ ସାରଦା ପ୍ରଧାନ, ଏହିଠୁ ଲଢିବେ…

ଭୁବନେଶ୍ୱର,୪।୫: ମାହଙ୍ଗାର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଚଳିତ ନିର୍ବାଚନ ଲଢିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାହାଙ୍ଗା ବିଧାନସଭା ଆସନରୁ ଲଢିବେ...

ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଏହି ସବୁ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୪।୫: ରବିବାର ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏଥିସହ ଭୁବନେଶ୍ବରରେ ମଧ୍ୟ ରାତ୍ରୀଯାପନ କରିବେ...

୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର

ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ।...

ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪।୫: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଭଡା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ଭୁବନେଶ୍ୱରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଜୟଶଙ୍କର ଦୁଇ ଦିନ ଓଡ଼ିଶାରେ ରହିବେ। ମିଳିଥିବା ସୂଚନାନୁଯାୟୀ, ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri