ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୩% ଅଭିବୃଦ୍ଧି

ଭୁବନେଶ୍ୱର,୩ା୧: ଦେଶର ବିକାଶ ପାଇଁ ଅର୍ଥନୀତିର ଭିତ୍ତିଭୂମି ସଜାଡିବା ସହ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶାର ଆୟ ୪୩% ଅଭିବୃଦ୍ଧି ଘଟିଛି। ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ମୋଟ ୪୦୮୦.୧୪ କୋଟି ଟଙ୍କାର ଶୁଳ୍କ ଆଦାୟ ହୋଇପାରିଛି। ଗତ ୨୦୨୦ରେ ମଧ୍ୟ ଓଡ଼ିଶାର ଜିଏସ୍‌ଟି ଆଦାୟ ୨୮୬୦.୨୦ କୋଟି ଟଙ୍କା ଥିଲା। ଗତ ଡିସେମ୍ବର ଶେଷ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ଦେଶର ଜିଏସ୍‌ଟି ଆୟ ସମୁଦାୟ ୧, ୨୯, ୭୮୦ କୋଟି ଟଙ୍କା ହୋଇଛି। ମୋଟ ଜିଏସ୍‌ଟି ଆୟରୁ କେନ୍ଦ୍ରୀୟ ଜିଏସ୍‌ଟି ଆକାରରେ ୨୨,୫୭୮ କୋଟି ଟଙ୍କା ମିଳିଥିବା ବେଳେ ରାଜ୍ୟ ଜିଏସ୍‌ଟି ଆକାରରେ ୨୮, ୬୫୮ କୋଟି ମିଳିଛି। ସେହିପରି ଆଇଜିଏସ୍‌ଟି ବାବଦରେ ୬୯,୧୫୫ କୋଟି ଟଙ୍କା ଏବଂ ସେସ୍‌ ବାବଦରେ ୯,୩୮୯ କୋଟି ଟଙ୍କା ଭାରତ ସରକାର ପାଇଛନ୍ତି। ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ଜିଏସ୍‌ଟି ଆୟ ମହାରାଷ୍ଟ୍ରର ହୋଇଛି। ଏହି ରାଜ୍ୟକୁ ୧୯, ୫୯୨ କୋଟି ଟଙ୍କା ଜିଏସ୍‌ଟି ୨୦୨୧ରେ ମିଳିଛି। ୨୦୨୦ରେ ୧୭, ୬୯୯ କୋଟି ଥିଲା। ବଡ଼ ରାଜ୍ୟ ଭାବେ ଗୁଜରାଟରେ ୭, ୩୩୬ କୋଟି, ଉତ୍ତରପ୍ରଦେଶରେ ୬୦୨୯ କୋଟି, କର୍ନାଟକରେ ୮, ୩୩୫ କୋଟି, ତାମିଲନାଡୁରେ ୬, ୬୩୫ କୋଟି ଜିଏସ୍‌ଟି ଆଦାୟ ହୋଇଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଜିଏସ୍‌ଟି ୩, ୭୦୭ କୋଟି ହୋଇଛି। ପୂର୍ବବର୍ଷ ୪,୧୧୪ କୋଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri