Posted inଫୁରସତ

ଯୁଗ ଆଗଉଛି

ଯେବେଠୁ ସାଆନ୍ତମାନଙ୍କର ଲରିବସ୍‌, ମୋଟରଗାଡ଼ି ସବୁ ରାସ୍ତାରେ ଗଡ଼ିଲା, ତା’ପରଠୁ ମାଗୁଣି ଓ ତା’ ଶଗଡ଼ମାନେ ମରିହଜିଗଲେ । ଯେଉଁ କେତେଟା ଜରାଜୀର୍ଣ୍ଣ ଅବସ୍ଥାରେ ବଞ୍ଚିରହିଲେ, ତାହା ଆଜିକାଲିର ‘ଭାଗବତ ଟୁଙ୍ଗି’ ବନାମ କ୍ଲବ ଘର ଅବସ୍ଥା ପରି ଲାଗିଲାା

ମାଗୁଣି ଯେମିତି ତା’ ଶଗଡ଼ଗାଡ଼ିରେ ମୋଟା ନଡ଼ା ଗଦି ଅଖା ପକେଇ ଢେର୍‌ ନରମ ଗଳାରେ ପାସେଞ୍ଜରଙ୍କୁ ଡାକିଲେ ନିରାପଦରେ ନେଇ ଠିକଣାଜାଗାରେ ଛାଡ଼ିଦେବା ପାଇଁ, ହେଲେ ତା’ କଥା କେହି ଶୁଣିଲେ ନାହିଁ। ପଛଦିନର ଉପକାର ସାହାଯ୍ୟ ଭୁଲି ସାଆନ୍ତଙ୍କ ଲରିଗାଡ଼ି, ଚକମକିଆ ଦ୍ରୁତ ବେଗଗାମୀ ଯାନରେ ବସି ଆଗେଇଲେ । ଠିକ୍‌ ସେମିତି ଭାଗବତ ଟୁଙ୍ଗିରେ ପୁରାଣ ପାଠ କରୁଥିବା ନନା ଯେତେ ଆମ ସଂସ୍କାର ସଂସ୍କୃତି କଥା କହି ଈଶ୍ୱରଙ୍କ ନାମ ଶୁଣେଇ କଅଁଳିଆ କଥା କହି କମ୍ବଳ ଆସନ ବିଛେଇ ପରମ୍ପରା ବଞ୍ଚେଇ ରଖିବାକୁ ଅନୁନୟ ହେଲେ ବି କେହି ଆଉ ତାଙ୍କ କଥା ନ ଶୁଣି ସୁନ୍ଦରିଆ ଛାତ, ରଙ୍ଗିନ ଟିଭି ଲଗା କ୍ଲବ ଘର ଭିତରେ ସକାଳେ ସଞ୍ଜେ ଭିଡ଼ ଜମେଇଲେ । ପଣାସଂକ୍ରାନ୍ତିରେ ଆମେ ନୂଆବର୍ଷରେ ଭାଗବତ ଟୁଙ୍ଗି ହେଉ କି ଚଉରାରେ ପଣା ଦେବା ଭୁଲି କ୍ଲବ ଘରେ ମଦ ମାଉଁସରେ ମସ୍‌ଗୁଲ୍‌ ହେଇ ଅଙ୍ଗ୍ରେଜିଆ ନୂଆବର୍ଷ ବଡ଼ ଜାକଜମକରେ ପାଳିଲେ । ହରିନାମ ଭୁଲି ‘ହାପି ନିୟୁଇୟର’ ବୋଲି କହି ବିୟର ବୋତଲରେ ଚିୟର କଲେ । ଦିନକୁ ଦିନ ଭାଗବତ ଘର ଶୂନ୍ୟ – କ୍ଲବ ହାଉସ୍‌ ପୂର୍ଣ୍ଣ ହେଇ ଚାଲୁଛି । ଭାଗବତ ଟୁଙ୍ଗିର ଅରୁଆଡାଲମା, ଚୁଡ଼ା କଦଳୀ ଭୋଗ କର୍ପୂର ବାସ୍ନାଠାରୁ କ୍ଲବ ଘରର ଭୋଜିଭାତ ମଦ ମାଂସର ଆସର ବେଶି ବେଶି ମଣିଷଙ୍କୁ ଆମୋଦ ଦାୟକ ମନେହେଉଛି । ରାଇଜ ଢେର୍‌ ଆଗେଇଛି । ତେଣୁ ଭଗବାନଙ୍କଠୁ ଭୟ ଭକ୍ତି କମି କମି ନେତାଙ୍କ ପ୍ରତି ଭୟ ଭକ୍ତି ପ୍ରୀତି ବଢ଼ିଛି । ଦିଅଁଙ୍କ ପାଇଁ ମୁଠାଏ ଫୁଲର ଅଭାବରେ ଯଥାକଥା ପୂଜା ହେଲାବେଳେ ନେତାଙ୍କ ଗଳାର ଗଜରାର ଓଜନକୁ ସମ୍ଭାଳିବା ପାଇଁ ଆଠ ଦଶ ଲୋକଙ୍କର ଭିଡ଼ ଜମୁଛି । ଆମ ଭଗବାନ ପୋଥି ପୁରାଣର ସ୍ବର ମରିମରି ଗଲାବେଳେ ନୂଆବର୍ଷରେ କ୍ଲବମାନଙ୍କରେ ଲାଉଡ୍‌ ସ୍ପିକରର ଗର୍ଜନ ଶୁଭୁଛି  ତେଣୁ ବେଶ୍‌ ବୁଝାପଡୁଛି, ରାଇଜ ଢେରଢେର୍‌ ଆଗଉଛି । ମିଛ କହିବାକୁ କି ଅଭାବରେ ପଡ଼ି ଚୋରି କରିବାକୁ ସାହସ କରୁ ନ ଥିବା ଲୋକ ଏବେ ଶହେକେ ଶହେ ଖାଣ୍ଟି ମିଛ କହି ପର ଧନ, ସର୍କାରୀ ପାଣ୍ଠି ଲୁଟି ଖାଇବା ଶିଖି ଯାଇଛି ।

ଗାଁ, ପରିବାରର କଳିତକରାଳ ଦିନେ ଦୁଇଦିନ ଭିତରେ ଭାଗବତ ଟୁଙ୍ଗି ନ ହେଲେ ଦୋଳବେଦି ଚଉପାଢ଼ି ଉପରେ ପଞ୍ଚପରମେଶ୍ୱରଙ୍କର ନ୍ୟାୟ ନିଶାପରେ ଆଉ ସମାଧାନ ନ ହୋଇ କୋର୍ଟକଚେରି ମୁହାଁଇଛି । ଦିନେ ଦୁଇଦିନର ଫଇସଲା ହେଉଥିବା କେସ୍‌ ତାରିଖ ପରେ ତାରିଖ ଗଡ଼ି ମାସ ମାସ ବର୍ଷ ବର୍ଷ ବିତିଲେ ବି ଆଜିର ମଣିଷ ସମୟ ଅମାପ ଅର୍ଥସାରି ସିଆଡ଼କୁ ପ୍ରବଳବେଗରେ ଧାଉଁଛି । ତେଣୁ ବୁଝାପଡୁଛି ରାଇଜ ଢେର ଆଗେଇଛି । ଶାସ୍ତ୍ର ପୁରାଣ ରାମାୟଣର ଭ୍ରାତୃ ସ୍ନେହ ସମ୍ପର୍କ ଶକୁନିର କୂଟନୀତିରେ ବିବାଦ ପ୍ରାଣଘାତକ ସାଜିଛି । କୁଳବଧୂର ଶଶୁରାଳୟ ଯମାଳୟ ପରି ବୋଧ ହେଉଛି । ସନ୍ଥଙ୍କ ମହତବାଣୀ ଶାସ୍ତ୍ରାଦି ପଠନ ଶ୍ରବଣଠାରୁ ଟିଭିର ଘରଭଙ୍ଗା ସିରିଏଲ୍‌ ବହୁତ ଆକର୍ଷଣୀୟ ମନେହେଉଛି । ମନ୍ଦିରରେ ମଣିଷ ହାତ ବଜା ଘଣ୍ଟ ଘଣ୍ଟା ମାଦଳ ବାଜି ଆଳତି ନ ହୋଇ ବିଜୁଳି ଚାଳିତ ବାଜାର ଶବଦରେ ଆଳତି ହେଉଛି । ଯୁଗ ଆଗେଇଛି । ଭଗବାନଙ୍କ ପାଇଁ ସମୟ ନାହିଁ, ଶାସ୍ତ୍ର ପୁରାଣ ଆମ ସଂସ୍କୃତି ପରମ୍ପରା ପାଇଁ ସିନା ସମୟ ନାହିଁ, ହେଲେ ବିଦେଶିଆ ବ୍ରିଟିଶିଆ ବ୍ୟାଟ୍‌ ବଲ୍‌ ବାଡ଼େଇ କ୍ରିକେଟ୍‌ ଖେଳିବା ପାଇଁ ସମୟ ଅଛି । ସବୁ କାମ ଧନ୍ଦା ଛାଡ଼ି ଟୋକାଠୁ ବୁଢ଼ା ପଡ଼ିଆରୁ ଟିଭିରେ ମୁହଁମାଡ଼ି ଦେଖିବା ପାଇଁ ସମୟ ଅଛି ।

ସମୟ ଅଛି ଦିନ ରାତି ଘଷା ଫୋନ୍‌ ଧରି କଥା ଅକଥା ଦେଖିବାପାଇଁ । ଆପଣା ଚରିତ୍ର ସୁଧାରିବାଠାରୁ ପର ଚରିତ୍ରର ଚର୍ଚ୍ଚା ପାଇଁ ଅଛି ସମୟ । ନା ଅଛି ଗୁରୁ ଗୁରୁଜନ ମାନ୍ୟତା ନା ଅଛି ପାପ ପୁଣ୍ୟର ଭୟ ।ସେଇ ଚରିତ୍ର ସୁଧାରିବାର ଘର, ଭାଗବତ ଟୁଙ୍ଗିର ଏବେ ମାଟିକାନ୍ଥ ସବୁ ଯେମିତି ଭୁଶୁଡ଼ି ଯାଉଛି, ନଡ଼ା ଛପର ଉଡ଼ିଯାଉଛି, ଆମ ପୋଥି ପୁରାଣକୁ ଉଇଚରିଲା ଭଳିଆ ଆମ ମଣିଷପଣିଆକୁ ଆଧୁନିକତାର ଅନ୍ଧାଧୁନିଆ ଗତି ତଥା ଆମତ୍ସ୍ବାର୍ଥସର୍ବସ୍ବ ମନ, ଘୁଣ ଖିଆ ପୋକ କାଠକୁ କୋରି ଖାଇଗଲା ପରି ଆମ ବୁଦ୍ଧି ବିବେକକୁ ଖାଇଗଲାଣି । ପାଞ୍ଚଟଙ୍କାର ଦୀପଟିଏ ଜାଳି ଭାଗବତ ଟୁଙ୍ଗିର ଅନ୍ଧାର ଦୂର କରିବାଠୁ କ୍ଲବ ସଂସ୍କୃତିର ଚକମକିଆ ଆଲୁଅ ଜଳେଇବା ମନଭାବ ବଢ଼ିଯାଇଛି ା ହରିନାମ ସୁଧା ରସଠୁ ମଦରସର ସୁଆଦ ବେଶ୍‌ ମନ ମୋହୁଛି ା ଠିକ୍‌ ଅଛି, ଯୁଗ ଆଗଉ ା କ୍ଲବ ସଂସ୍କୃତି ବି ଆଗକୁ ବଢ଼ୁ ହେଲେ ସାଆନ୍ତଙ୍କ ଲରି ବସ୍‌ ଚଳେଇବାକୁ ଯାଇ ମାଗୁଣି ଓ ତା’ ଶଗଡ଼ ଭଳି ଆମ ଭାଗବତ ଟୁଙ୍ଗି ନ ମରୁ ା

ଯଦି ସେଦିନ ମାଗୁଣିର ଶଗଡ଼ରେ ମୋଟର ଫିଟିଂ କରି ଦ୍ରୁତଗାମୀ ଯାନରେ ତାକୁ ରୂପାନ୍ତରିତ କରାଯାଇ ପାରିଥାନ୍ତା, ତେବେ ମାଗୁଣି କି ତା’ ଶଗଡ଼ ମରି ନ ଥାନ୍ତା । ଠିକ୍‌ ଯେମିତି ଆମ ଭାଗବତ ଟୁଙ୍ଗିକି ପୁନରୁଦ୍ଧାର କରିବାକୁ ଏବଂ ଆମ ସଂସ୍କୃତିକୁ ବଞ୍ଚାଇବାକୁ ଏଇ ବିଦେଶିଆ ନୂଆବର୍ଷରେ କ’ଣ ସଂକଳ୍ପ କଲେ ଦୁନିଆ ବିଗିଡ଼ି ଯା’ନ୍ତା କି??
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri