୫ ବର୍ଷରେ ଗଲାଣି ୭ ଜୀବନ

ବେଗୁନିଆ,୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀଙ୍କ ଉପରେ କଟକଣା ନ ଥିବାରୁ ଗତ ୫ବର୍ଷରେ ୭ଜଣଙ୍କ ଜୀବନ ଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସର୍ବାଧିକ ପିଲାମାନେ ରହିଛନ୍ତି। ଅନେକ ସମୟରେ ବାଣ ଅଘଟଣକୁ ପ୍ରଘଟ କରା ନ ଯାଇ ଚପାଇ ଦିଆଯାଇଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସୂଚନାଥାଉ କି, ବେଗୁନିଆ ବ୍ଲକ ସିକୋ ଗ୍ରାମସ୍ଥିତ କୁମ୍ଭାରସାହିରେ ୨୦୧୭ ଅଗଷ୍ଟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଗାଟିଏ ପରିବାରର ମା, ୩ ଝିଅ ଓ ପଡୋଶୀ ଘରର ଜଣେ ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କୁ ଜେସିବି ମାଧ୍ୟମରେ ମାଟି ତଳୁ ବାହାର କରାଯାଇଥିଲା। ଏଥିସହ ୪ଜଣ ଆହତ ହୋଇଥିଲେ। ସେହିପରି ୨୦୧୪ ଓ ୨୦୧୬ ମସିହାରେ ପୃଥକ ବାଣ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ସମୟରେ ବିଭିନ୍ନ ସଭା ସମିତି ଓ ଶୋଭାଯାତ୍ରା ବେଳେ ଫୁଟି ନ ଥିବା ବାଣକୁ ଛାଡି ଦିଆଯାଉଛି। ଉକ୍ତ ବାଣକୁ ପିଲାମାନେ ସଂଗ୍ରହ କରି ଅଗ୍ନି ସଂଯୋଗ କରୁଛନ୍ତି। ଫଳରେ ବିସ୍ଫୋରଣ ଘଟି ପିଲାମାନେ ଆହତ ହେଉଛନ୍ତି। ୨୦୨୦ରେ ସିମୋର ଗ୍ରାମର ଜଣେ ଛାତ୍ର ବାଣ ଫୁଟାଇ ଆହତ ହୋଇଥିଲେ। ୨୦୨୧ ନଭେମ୍ବରରେ ଏହି ଥାନା ମାଣିବନ୍ଧ ଗ୍ରାମର ୩ଜଣ ଶିଶୁ ଅଫୁଟା ବାଣ ଫୁଟାଇ ଅକର୍ମଣ୍ୟ ହୋଇଥିଲେ। ୨୦୨୧ ଡିସେମ୍ବର ୩୦ରେ ଗଁପୁର ଗ୍ରାମର ୪ଜଣ ନାବାଳକ ଅଫୁଟା ବାଣ ଫୁଟାଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେହିପରି ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ୨୦୧୩ ମସିହାରେ ୮ଜଣ, ୨୦୧୫ରେ ୪ଜଣ, ୨୦୨୧ମସିହାରେ ୩ଜଣ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ବରିଷ୍ଠ ନାଗରିକ ଅକ୍ଷୟ କୁମାର ରଥ କହିଛନ୍ତି, ଲେଖନପୁର, ପଙ୍ଗାରସିଂହ, ସିକୋ, କଣ୍ଟାବାଡ ଆଦି ଗ୍ରାମରେ ଦୀର୍ଘ ବର୍ଷ ହେବ ବିନା ଲାଇସେନ୍ସରେ ବାଣ ପ୍ରସ୍ତୁତ ହେଉଛି ବୋଲି ବାଘମାରୀ, ଜଙ୍କିଆ ଓ ବେଗୁନିଆ ଥାନା ପକ୍ଷରୁ ରେକର୍ଡ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଏହି ବାଣ ପ୍ରସ୍ତୁତ ହେଉଥିବାବେଳେ ବାରୁଦ ନିଅଁାରେ ବହୁ ଗୃହ ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଏହା ପରେ ବି ପ୍ରଶାସନ ନୀରବ ରହୁଛି। ସେହିପରି ବୁଦ୍ଧିଜୀବୀ ଶିବ କୁମାର ମୁନି କହିଛନ୍ତି, ପ୍ରସ୍ତୁତକାରୀଙ୍କ ନିକଟରେ ଲାଇସେନ୍ସ ଓ ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି କି ନାହିଁ ଯାଞ୍ଚ କରାଯାଉ। ଅଘଟଣରୁ ବର୍ତ୍ତିବା ପାଇଁ ସଚେତନତାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri