ଶ୍ରୋତାଙ୍କୁ ମତୁଆଲା କରେ ପ୍ରୟତାତ୍ମାଙ୍କ ସଙ୍ଗୀତ

ନିଜ କଣ୍ଠର ଯାଦୁକରି ସ୍ପର୍ଶରେ ଓଡ଼ିଶାର ଅଗଣିତ ଶ୍ରୋତାଙ୍କ ହୃଦୟରେ ଘର କରି ସଙ୍ଗୀତ ଦୁନିଆରେ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାର ପରିସରରେ ଅଛନ୍ତି ପ୍ରୟତାତ୍ମା ରଥ। ନୟାଗଡ଼ ଜିଲା ଅନ୍ତର୍ଗତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କର ଜନ୍ମପୀଠ ତଥା ସାଧନାସ୍ଥଳୀ ଭାବରେ ପରିଚିତ ଖଣ୍ଡପଡ଼ା ଗ୍ରାମରେ ରହୁଥିବା ଅନସୂୟା ଏବଂ ଚଣ୍ଡୀ ଚରଣ ରଥଙ୍କର ସେ ଏକମାତ୍ର ପୁଅ। ପ୍ରୟତାତ୍ମା ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ବର୍ତ୍ତମାନ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କେ.ଜେ. ସୋମାୟା ମୁମ୍ବାଇ ପରିସରରେ ଶିକ୍ଷାଶାସ୍ତ୍ରୀ ଦ୍ବିତୀୟ ବର୍ଷର ଛାତ୍ର ଭାବେ ଅଧ୍ୟୟନରତ ଅଛନ୍ତି। ପିଲାବେଳୁ ସଂସ୍କୃତ ଓ ସଙ୍ଗୀତ ପ୍ରତି ଅନୁରକ୍ତ ପ୍ରୟତାତ୍ମା ୪ର୍ଥଶ୍ରେଣୀରୁ ଗୁରୁ ଶ୍ରୀଯୁକ୍ତ ପ୍ରଭାତ କୁମାର ଦାଶଙ୍କଠାରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରି ପ୍ରାଚୀନ କଳାକେନ୍ଦ୍ର ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରୁ ସଙ୍ଗୀତ ବିଶାରଦ ଉପାଧି ଲାଭ କରିଛନ୍ତି । ୨୦୧୦, ୨୦୧୧, ୨୦୧୪ ମସିହାରେ ସୁରଭି ସଙ୍ଗୀତ ପ୍ରତିଯୋଗିତାରେ ଜିଲାସ୍ତରରୁ ପ୍ରଥମ ସ୍ଥାନ ଅଧିକାର କରିବା ସହ ରାଜ୍ୟସ୍ତରରୁ ପୁରସ୍କୃତ ହୋଇଛନ୍ତି । ୨୦୧୩ ଓ ୨୦୧୯ ମସିହାରେ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ସନ୍ଦର୍ଭରେ ଶୋଧପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭୁବନେଶ୍ବର ଜୟଦେବ ଭବନଠାରେ ପଠାଣି ସାମନ୍ତ ସ୍ମୃତି ସମ୍ମାନରେ ମଧ୍ୟ ବିଭୂଷିତ ହୋଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସାମନ୍ତ ଜୟନ୍ତୀ ଅବସରରେ ପଠାଣି ସାମନ୍ତ ମେମୋରିଆଲ୍‌ ପରିଷଦ ତରଫରୁ ୨୦୦୮-୨୦୧୨ ମସିହା ପର୍ଯ୍ୟନ୍ତ ‘ଶିଶୁପଣ୍ଡିତ’ ଉପାଧିରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଶ୍ଳୋକ ଗାୟନ, ବେଦ ପଠନ, ପ୍ରବନ୍ଧ ଲିଖନ ଓ ସଂସ୍କୃତ ଭାଷାରେ ଭାଷଣ ଦକ୍ଷତା ପାଇଁ ମଧ୍ୟ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଡି.ଡି. ଓଡ଼ିଆ, ‘ସିନେକ୍ରିଟିକ୍ସ’, ‘ତାଲ୍‌ ମ୍ୟୁଜିକ୍‌’, ସମ୍ବର୍ଦ୍ଧନା ମ୍ୟୁଜିକ୍‌, ସ୍ବାତିଲଗ୍ନା କ୍ରିଏସନ୍‌, ନମସ୍ତେ ଓ୍ବାଲର୍‌ଡ, ମୁଁ ଓଡ଼ିଆ, ଆର୍‌.ପି.ଏଣ୍ଟରଟେନ୍‌ମେଣ୍ଟ, ଇଭେଣ୍ଟ ଓଡ଼ିଶା, ଓଡ଼ିଶା ଇ. ନ୍ୟୁଜ୍‌, ମଙ୍ଗଳ ଆଳତି ଆଦିରେ କଣ୍ଠଦାନ କରୁଛନ୍ତି । ରାଜ୍ୟସ୍ତରୀୟ କଳା ସମ୍ମାନ ମଧ୍ୟ ସେ ପାଇଛନ୍ତି । ଖଣ୍ଡପଡ଼ା ରାଜପରିବାର ପକ୍ଷରୁ ସାମନ୍ତ ଜୟନ୍ତୀ ଅବସରରେ ‘ବଘେଲ ସମ୍ମାନ’ରେ ମଧ୍ୟ ଭୂଷିତ ହୋଇଛନ୍ତି । ଜଣେ କଣ୍ଠଶିଳ୍ପୀ ଭାବରେ ଓଡ଼ିଶାର ବିଭିନ୍ନ ମଞ୍ଚରେ ଆଧୁନିକ ସଙ୍ଗୀତ ଗାଇ ଶ୍ରୋତା ମହଲରୁ ପ୍ରଶଂସିତ ଓ ପୁରସ୍କୃତ ହୋଇଥିବା ପ୍ରୟତାତ୍ମା ଭବିଷ୍ୟତରେ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସହ ସଂସ୍କୃତ ଅଧ୍ୟାପକ ଭାବେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
– ଅଜୟ ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri