୨୦୨୨ରେ ଏହି ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ମନପସନ୍ଦର ଜୀବନସାଥୀ, ରହିଛି ଏଭଳି ଯୋଗ

ଆସିଛି ନୂଆ ବର୍ଷ। ନୂତନ ବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା। କିଏ ଚାକିରି ତ କିଏ ବିବାହକୁ ନେଇ ଅନେକ କିଛି ଭାବି ରଖିଛନ୍ତି। ଆଜି ଆମେ କହିବାକୁ ଯାଉଛୁ ଏମିତି ୫ ରାଶି ବିଷୟରେ ଯେଉଁମାନଙ୍କର ୨୦୨୨ରେ ବିବାହ ଯୋଗ ରହିଛି। ସମୟରେ ବିବାହ ହେବା ଲାଗି କୁଣ୍ଡଳୀରେ ଗୁରୁ ଏବଂ ଶୁକ୍ର ଗ୍ରହ ମଜଭୂତ ରହିବା ଆବଶ୍ୟକ। ଆସନ୍ତୁ ଜାଣିବା ୨୦୨୨ରେ କେଉଁ ରାଶିର ବ୍ୟକ୍ତିବିଶେଷ ବିବାହ କରିବେ…

୧-କର୍କଟ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ଧନ ଏବଂ ଜୀବନସାଥୀ ମାମଲାରେ ବେଶ ଭଲ ରହିବ। ଅଗଷ୍ଟ ୭ରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ। ଏଥିଲାଗି ବିବାହ ଯୋଗ ସୃଷ୍ଟି ହେବ। ଏଣୁ ଆପଣଙ୍କ ଲାଗି ସେପ୍ଟେମ୍ବର ଏବଂ ଅକ୍ଟୋବର ମାସ ବିବାହ ଯୋଗ ସୃଷ୍ଟି ହୋଇପାରେ। ଯଦି ଆପଣ ଏହି ବର୍ଷ ପ୍ରେମ ବିବାହ କରିବାକୁ ଚାହଁ ତେବେ ମଧ୍ୟ ଏହି ବର୍ଷ ଭାଗ୍ୟଶାଳୀ ରହିବ। ହେଲେ ଏଥିପାଇଁ କୁଣ୍ଡଳୀରେ ଶୁକ୍ର ଏବଂ ଗୁରୁ ଗ୍ରହ ମଜଭୂତ ହେବା ଜରୁରୀ।

୨- ସିଂହ ରାଶି: ନୂଆ ବର୍ଷରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବିବାହର ପ୍ରବଳ ଯୋଗ ରହିଛି। ଏହି ରାଶିର ଜାତକଧାରୀଙ୍କ ଜୀବନରେ ବର୍ଷ ଆରମ୍ଭରୁ ଖାସ ବ୍ୟକ୍ତି ଆସିପାରନ୍ତି। ଏପ୍ରିଲରୁ ସେପ୍ଟେମ୍ବର ମାସରେ ଏହି ରାଶିର ଜାତକଧାରୀଙ୍କ ପାଇଁ ବିବାହ ହେବା ନଚେତ ପକ୍କା ହେବାର ବିଶେଷ ସମ୍ଭାବନା ରହିଛି।

୩- କନ୍ୟା ରାଶି: ନୂଆ ବର୍ଷରେ କନ୍ୟା ରାଶିର ଲୋକଙ୍କ ପାଇଁ ଶୁଭ। ବର୍ଷ ଆରମ୍ଭର ଚାରି ମାସ ପରେ ଜୀବନସାଥି ଖୋଜା ଉପରେ ବିରାମ ଳାଗିବ। କାରଣ ୨୪ ସେପ୍ଟେମ୍ବରରେ ଶୁକ୍ର ଆପରଙ୍କ ରାଶିରେ ପ୍ରବେଶ କରିବେ।ଏହି ସମୟରେ ଆପଣ ନିଜ ଜାବନସାଥୀଙ୍କୁ ଭେଟତବେ ଏବଂ ଶୀଘ୍ର ବିବାହ କରିବେ। ଏହି ବିବାହ ବିଜ୍ଞାପନ ନଚେତ କେଉଁଜଣେ ସମ୍ପର୍କୀୟଙ୍କ ପ୍ରଚେଷ୍ଟା ଯୋଗୁ ହୋଇପାରେ।

୪-ବିଛା ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ଧନ ଏବଂ କ୍ୟାରିୟର ମାମଲାରେ ବହୁତ ଭଲ ରହିବ। ପ୍ରଥମ କିଛି ମାସ ଆପଣଙ୍କୁ ପାର୍ଟନର ଖୋଜିବା ଲାଗି ସଂଘର୍ଷ କରିବାକୁ ପଡ଼ିପାରେ, ହେଲେ ଜୁଲାଇ ପରେ ସବୁକିଛି ଆପଣଙ୍କ ପକ୍ଷରେ ହେବା ଆରମ୍ଭ କରିବ। କାରଣ ନଭେମ୍ବରରେ ଶୁକ୍ର ଏହି ରାଶିରେ ପ୍ରବେଶ କରିବେ। ଏହାପରେ ଆପଣଙ୍କୁ ଭଲ ଜୀବନସାଥୀ ମିଳିପାରେ।

୫-ମୀନ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ନୂଆ ବର୍ଷ ବହୁତ ମହତ୍ୱପୂର୍ଣ୍ଣ। କାରଣ ଏପ୍ରିଲ ୧୩ରୁ ଏହି ରାଶିରେ ବୃହସ୍ପତି ଗୋଚର କରିବାକୁ ଯାଉଛନ୍ତି। ଏଣୁ ରାଶିର ଜାତକଧାରୀଙ୍କ ପାଇଁ ବିବାହର ବହୁତ ଭଲ ଯୋଗ ସୃଷ୍ଟି ହେବ। ଯେଉଁମାନେ ଅନେକ ସମୟ ଧରି ଜୀବନସାଥୀ ଖୋଜି ଆସୁଛନ୍ତି ସେମାନଙ୍କୁ ଏହି ବର୍ଷ ସାଥୀ ମିଳିବ। ଆପଣଙ୍କ ବିବାହ ବିଜ୍ଞାପନ ନଚେତ କେଉଁଜଣେ ସମ୍ପର୍କୀୟଙ୍କ ପ୍ରଚେଷ୍ଟା ଯୋଗୁ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri