ନୂଆବର୍ଷରେ ଓଟିଟିରେ ଡେବ୍ୟୁ କରିବେ ସୋନାକ୍ଷି

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ବହୁ କ୍ଷତି ସହିଥିବା ବେଳେ ଏବେ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିଲା । ହେଲେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପୁଣିଥରେ ଏହା ଉପରେ ଦାଉ ସାଧିଲାଣି । ଓମିକ୍ରନର ଦ୍ରୁତ ସଂକ୍ରମଣକୁ ଦେଖି ଅଧିକାଂଶ ରାଜ୍ୟରେ ଥିଏଟର ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇ ସାରିଲେଣି । ଆଉ ନୂଆ ବର୍ଷକୁ ଲକ୍ଷ୍ୟ ରଖି ଏବେ ସେଲିବ୍ରିଟିଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ ପାଲଟିଛି ଓଟିଟି ପ୍ଲାଟଫର୍ମ । ୨୦୨୨ରେ ଓଟିଟି ପ୍ଲାଟଫର୍ମରେ କପିଲ ଶର୍ମାଙ୍କଠାରୁ ଆରମ୍ଭ କରି ସୋନାକ୍ଷି ସିହ୍ନାଙ୍କ ପର୍ଯ୍ୟନ୍ତ କେତେଜଣ ସେଲିବ୍ରିଟି ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ତାଲିକାରେ ରହିଛନ୍ତି, କପିଲ, ଶର୍ମା, ମାଧୁରୀ ଦିକ୍ଷିତ, ନାଗା ଚୈତନ୍ୟ, ଅଜୟ ଦେବଗନ, ସୋନକ୍ଷି ସିହ୍ନା ଇତ୍ୟାଦି ।
ମାଧୁରି ‘ଫାଇଣ୍ଡି ଅନାମିକା’ସହ ନେଟଫ୍ଲିକ୍ସରେ ପୁଣିଥରେ ଦମଦାର ରିଟର୍ଣ୍ଣ କରିବାକୁ ଯାଉଛନ୍ତି । ଏହି ସିରିଜରେ ଜଣେ ସୁପରଷ୍ଟାର ଏଣେତେଣେ ବୁଲୁଥିବା ବେଳେ ଅକସ୍ମାତ ନିଖୋଜ ହୋଇ ଯାଉଛନ୍ତି । ଆଉ ଯେତେବେଳେ ପୋଲିସ ଓ ତାଙ୍କ ପ୍ରଶଂସକ ତାଙ୍କୁ ଖୋଜୁଛନ୍ତି ସେତବେଳେ ଅନେକ ରାଜ ଖୋଲୁଛି ।
୨୦୨୨ରେ କମେଡି କିଙ୍ଗ କପିଲ ଶର୍ମା ବି ଓଟିଟିରେ ଆସୁଛନ୍ତି । ଏହା ଏକ ଫିଲ୍ମ ହୋଇପାରେ ଏକ ସିରିଜ ବି ହୋଇପାରେ ।
ଏକ ୱେବ ସିରିଜ ମାଧ୍ୟମରେ ଶିଳ୍ପା ସେଟ୍ଟି ବି ୨୦୨୨ରେ ଓଟିଟିରେ ଆସୁଥିବା ଜଣାପଡିଛି । କିଛିଦିନ ପୂର୍ବେ ସେ ଏକ ସାକ୍ଷାତ୍ କାରରେ ଏହା କହିଥିଲେ ।
ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷି ସିହ୍ନା ଆସନ୍ତା ବର୍ଷ ଆମଜନ ପ୍ରାଇମ ଭିଡିଓ ୱେବ ସିରିଜରେ ନଜର ଆସିବେ ବୋଲି ଜଣାପଡିଛି । ଏଥିରେ ସେ ଜଣେ ପୋଲିସ ଭୂମିକାରେ ଦେଖାଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri