Posted inଜାତୀୟ

୧ ଲକ୍ଷ ଛାତ୍ରୀ-ଛାତ୍ରଙ୍କୁ ମାଗଣାରେ ମୋବାଇଲ-ଲ୍ୟାପଟପ ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୫ ।୧୨: ଉତ୍ତର ପ୍ରଦେଶ ସରକାରଙ୍କ ଫ୍ରି ଲ୍ୟାପଟପ ଓ ସ୍ମାର୍ଟଫୋନ ସ୍କିମ ୨୦୨୧ର ଶୁଭାରମ୍ଭ ଶନିବାର କରାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତି ଅବସରରେ ବିଭିନ୍ନ ପାଠ୍ୟକ୍ରମର ଶେଷ ବର୍ଷର ବିଦ୍ୟାର୍ଥୀଙ୍କୁ ସ୍ମାର୍ଟଫୋନ ଓ ଲ୍ୟାପଟପ ପ୍ରଦାନ କରିବେ । ପ୍ରଥମ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ସହରର ଲକ୍ଷଲକ୍ଷ ବିଦ୍ୟାର୍ଥୀ ଏହାର ଲାଭ ଉଠାଇବେ । ଶନିବାର ଲକ୍ଷ୍ନୌରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ସ୍କୁଲ ପାସ କରିଥିବା ଭିନ୍ନ ଭିନ୍ନ ପ୍ରଫେଶନର ବିଦ୍ୟାର୍ଥୀଙ୍କୁ ମାଗଣାରେ ସ୍ମାର୍ଟ ଫୋନ ଓ ଲ୍ୟାପଟପ ଦେବେ । କାର୍ଯ୍ୟକ୍ରମରେ ପ୍ରତି ଜିଲାରୁ ବହୁ ସଂଖ୍ୟାରେ ଛାତ୍ରୀ-ଛାତ୍ର ଯୋଗଦେବେ ବୋଲି କୁହାଯାଇଛି । ସରକାରଙ୍କର ଲକ୍ଷ୍ୟ ରହିଛି ୧ କୋଟିସ୍ମାର୍ଟ ଫୋନ ଓ ଲ୍ୟାପଟପ ବାଣ୍ଟିବେ । ପ୍ରଥମଭାଗରେ ୬୦ ହଜାର ସ୍ମାର୍ଟ ଫୋନ ଓ ୪୦ ହଜାର ଲ୍ୟାପଟପ ବାଣ୍ଟିବାର ଯୋଜନା ରହିଛି । ଏହି ସୁବିଧା, ଶେଷ ବର୍ଷ ଏମ୍‌ଏ, ବିଏ, ବିଏସ୍‌ସି, ଆଇଟିଆଇ, ଏମ୍‌ବିବିଏସ୍‌, ଏମ୍‌ଡି , ବିଟେକ୍‌, ଏମ୍‌ଟେକ ପିଏଚଡି, ଏମ୍‌ଏସ୍‌ଏମ୍‌ଇ ଓ କୁଶଳି ବିକାଶ ପାଠ୍ୟକ୍ରମର ବିଦ୍ୟାର୍ଥୀଙ୍କୁ ଏହି ସୁବିଧା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri