Posted inଜାତୀୟ

ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରେଇ ଦେଲେ ନାହିଁ

ବେଙ୍ଗାଲୁରୁ,୨୪।୧୨: କର୍ନାଟକ ମାଣ୍ଡ୍ୟା ଜିଲାର ଏକ ସ୍କୁଲରେ ଗୁରୁବାର ଖ୍ରୀଷ୍ଟମାସ ପାଳନକୁ ବନ୍ଦ କରି ଦେଇଛନ୍ତି ହିନ୍ଦୁତ୍ୱବାଦୀ ଗୋଷ୍ଠୀର କର୍ମକର୍ତ୍ତା। ସେମାନେ ସ୍କୁଲ ଭିତରେ ପସି ଅଧିକାରୀଙ୍କୁ ଧମକ ଦେଇଥିଲେ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ଭିଡିଓ ଏବେ ଭାଇରାଲ ହେଉଛି।

ନିର୍ମଳା ଇଂଲିଶ ହାଇସ୍କୁଲ ଓ କଲେଜ ପ୍ରଧାନଶିକ୍ଷୟତ୍ରୀଙ୍କ ଅନୁଯାୟୀ, ଛାତ୍ରୀଛାତ୍ରମାନେ ସ୍କୁଲରେ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଦକ୍ଷଣପନ୍ଥୀ ଗୋଷ୍ଠୀର କିଛି ସଦସ୍ୟ ସ୍କୁଲ ପରିସରକୁ ପସି ଆସିଥିଲେ।

“ଆମେ ପ୍ରତିବର୍ଷ ଖ୍ରୀଷ୍ଟମାସ ପାଳନ କରୁ। କିନ୍ତୁ ମହାମାରୀ ଜନିତ କଟକଣା କାରଣରୁ ଆମେ ଚଳିତ ବର୍ଷ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛି। କିଛି ଛାତ୍ରୀଛାତ୍ର ଛୋଟ ଆକାରରେ ଏକ ଉତ୍ସବ ଆୟୋଜନ କରିଥିଲେ। ସେମାନେ ନିଜ ଆଡ଼ୁ ଟଙ୍କା ଆଦାୟ କରି ଅର୍ଡର କରିଥିଲେ କେକ୍‌। ଏହା ଉପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବିଭାବକ ପ୍ରଶ୍ନ ଉଠାଇଥିଲେ” ବୋଲି ପ୍ରଧାନଶିକ୍ଷୟତ୍ରୀ କନିକା ଫ୍ରାନ୍ସିସ ମେରି କହିଛନ୍ତି।

ସ୍କୁଲରେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ଚାଲିଥିବା ଦକ୍ଷିଣପନ୍ଥୀ ଗୋଷ୍ଠୀକୁ ସୂଚନା ଦେଇଥିଲେ ଉକ୍ତ ଅବିଭାବକ। ସେମାନେ ହିନ୍ଦୁ ପର୍ବ ପାଳନ କରୁ ନାହାନ୍ତି। କିନ୍ତୁ ଖ୍ରୀଷ୍ଟମାସ ପାଳନ କରୁଥିବା କହିଥିଲେ। ଏହା ଜାଣିବା ପରେ ହିନ୍ଦୁତ୍ୱ ଗୋଷ୍ଠୀର କର୍ମକର୍ତ୍ତା ସ୍କୁଲ ମଧ୍ୟକୁ ପସି ଆସି ପ୍ରଶ୍ନ କରିଥିଲେ ସ୍କୁଲ ମ୍ୟାନେଜମେଣ୍ଟଙ୍କୁ। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଲ ଅଧିକାରୀଙ୍କୁ ପଚାରିଥିଲେ, ସ୍କୁଲ ପରିସରରେ କାହିଁକି ହିନ୍ଦୁ ପର୍ବ ପାଳନ କରାଯାଉ ନାହିଁ?

ଅନ୍ୟ ଜଣେ ବ୍ୟକ୍ତି ଧମକ ଦେଇ କହୁଛନ୍ତି, ଆମେ ଏହି ନିଷ୍ପତ୍ତି ତୁମ ଉପରେ ଛାଡ଼ୁଛୁ। ଯଦି ଆମେ ପରିସ୍ଥିତି ହାତକୁ ନେବୁ, ତେବେ ଦୃଶ୍ୟ ଭିନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri