Posted inଜାତୀୟ

ମାଲ୍ୟା, ଚୋକ୍‌ସି, ନିରବଙ୍କଠାରୁ ଆଦାୟ ହୋଇଛି ୧୩ ହଜାର କୋଟି

ନୂଆଦିଲ୍ଲୀ,୨୦।୧୨: ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ଭଳି ପଳାତକଙ୍କଠାରୁ ୧୩,୧୦୯.୧୭ କୋଟି ଟଙ୍କା ଆଦାୟ କରିଛି। ଏ ନେଇ ସୋମବାର ଲୋକସଭାରେ କହିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମଣ। ବିରୋଧୀଙ୍କ ହଟ୍ଟଗୋଳରେ ଲୋକସଭାରେ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ପଳାତକଙ୍କ ଠାରୁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହାର ତଥ୍ୟ ରଖିଥିଲେ ଅର୍ଥମନ୍ତ୍ରୀ।

ଚଳିତ ଆର୍ଥତ୍କ ବର୍ଷରେ ସରକାର ଅତିରିକ୍ତ ୩.୭୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ଏହାକୁ ଅନୁମତି ଦାବି ଉପରେ ଆଲୋଚନା ହୋଇଥିଲା।

ଏହି ଅତିରିକ୍ତ ଖର୍ଚ୍ଚ ମଧ୍ୟରୁ ଏୟାର ଇଣ୍ଡିଆର ଅବିଶିଷ୍ଟ ସମ୍ପତ୍ତି ରଖିଥିବା କମ୍ପାନୀକୁ ୬୨ ହଜାର କୋଟି ଦିଆଯିବ। ଅତିରିକ୍ତ ସାର ସବସିଡି ବାବଦକୁ ୫୮,୪୩୦ କୋଟି ଓ ଏହାର ରପ୍ତାନୀ ପାଇଁ ୫୩,୧୨୩ କୋଟି ଟଙ୍କା ବକେୟା ରହିଛି। ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଫଣ୍ଡକୁ ୨୨,୦୩୯ କୋଟି ଟଙ୍କା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଇଚ୍ଛାକୃତ ଡିଫଲ୍ଟରଙ୍କ ଠାରୁ କେତେ ପରିମାଣର ସମ୍ପତ୍ତି ଆଦାୟ ହୋଇଛି ପ୍ରଶ୍ନ କରାଯିବାରୁ ଅର୍ଥମନ୍ତ୍ରୀ ଉତ୍ତରରେ କହିଥିଲେ, “ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଠାରୁ ଚଳିତ ବର୍ଷ ଜୁଲାଇରେ ମିଳିଥିବା ତଥ୍ୟ ମୁତାବକ ମାଲ୍ୟା, ଚୋକ୍‌ସି ଏବଂ ମୋଦିଙ୍କ ଭଳି ପଳାତକଙ୍କ ସମ୍ପତ୍ତି ବିକ୍ରରୁ ୧୩,୧୦୯.୧୭ କୋଟି ଟଙ୍କା ରିକଭର କରାଯାଇଛି। ଅନ୍ତିମ ଥର ମାଲ୍ୟା ଓ ଅନ୍ୟମାନଙ୍କ ସମ୍ପତ୍ତି ବିକ୍ରିରୁ ଜୁଲାଇ ୧୬ ତାରିଖରେ ୭୯୨ କୋଟି ଟଙ୍କା ଆସିଥିଲା”।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ହେବକି ତୃତୀୟ ବିଶ୍ବଯୁଦ୍ଧ, ଆମେରିକା ନିର୍ମାଣ କରୁଛି ସବୁଠି ଘାତକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୨୩।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ରେକର୍ଡ ପରେ ରେକର୍ଡ କରିବାକୁ ଚାହାନ୍ତି । ଏହି ଲକ୍ଷ୍ୟରେ ଟ୍ରମ୍ପ ପ୍ରାୟତଃ ନାର୍ସିସିଜିମର ଚରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri