ସହଚର ହେଲାଣି ବାତ୍ୟା, ବନ୍ୟା

ଯାଜପୁର ଅଫିସ,୨୦।୧୨: ରାଜ୍ୟର ପ୍ରମୁଖ ସହର ଓ ଶିଳ୍ପାଞ୍ଚଳଗୁଡ଼ିକରେ ବାୟୁ ଏବଂ ଜଳ ପ୍ରଦୂଷଣ ମାତ୍ରା ଅଣାୟତ୍ତ ହେବାରେ ଲାଗିଛି। ଏଭଳିସ୍ଥଳେ ରାଜ୍ୟବାସୀ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଥର ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟରେ ହନ୍ତସନ୍ତ ହେଲେଣି। ଦିନକୁ ଦିନ ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ୁଛି। ଆଗାମୀ ଦିନରେ ଅଧିକରୁ ଅଧିକ ବାତ୍ୟା ଆଶଙ୍କା, ସମୁଦ୍ର ଜଳପତନରେ ବୃଦ୍ଧି, ଚରମ ମରୁଡ଼ି ପରିସ୍ଥିତି, ଗ୍ରୀଷ୍ମ ପ୍ରବାହ ବୃଦ୍ଧି, ଅନିୟମିତ ବୃଷ୍ଟିପାତ ଆଦି ବିପତ୍ତି ଦେଖିବାକୁ ମିଳିପାରେ। ଏହି କଥା ପରିବେଶବିତ୍‌ ଚେତାଇ ଆସୁଥିଲାବେଳେ ଏବେ ସରକାର ତାହା କହୁଛନ୍ତି। ଗତ ବିଧାନସଭା ଅଧିବେଶନରେ ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଭଳି ଚେତେଇ ଦେଇଛନ୍ତି। ପ୍ରଦୂଷଣ, ପ୍ରକୃତି ବିପରୀତ ଜୀବନଶୈଳୀ ହିଁ ପରିବେଶକୁ ସଙ୍କଟ ମଧ୍ୟକୁ ଠେଲି ଦେଉଛି। ସାରା ବିଶ୍ୱ ଏବେ ଘୋର ପ୍ରାକୃତିକ ବିପତ୍ତିର ସୂତାଖିଅରେ ଝୁଲୁଥିବାବେଳେ ଓଡ଼ିଶାବାସୀ ତା’ର ପରିଣାମ ଭୋଗିଲେଣି।
ଗୋଟିଏ ପଟେ ସରକାର ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ଘରୋଇ କମ୍ପାନୀଗୁଡ଼ିକୁ ପରିବେଶର ବିପର୍ଯ୍ୟୟ ନିମନ୍ତେ ବାଟ ପ୍ରସ୍ତୁତ କରାଯାଉଛି, ଏଥିରେ ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଆଦି ସରକାରୀ କଳ ଭାଗୀଦାରି ସାଜୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କେତେଜଣ ଅଧିକାରୀ ଶିଳ୍ପ ଓ ଖଣି କମ୍ପାନୀଠାରୁ ମାସିକ ଚାନ୍ଦା ନେଉଥିବା ସଂକ୍ରାନ୍ତରେ ନିକଟରେ ଏକ ଖଣି କମ୍ପାନୀର ଇ-ମେଲ୍‌ ଆଦାନପ୍ରଦାନରୁ ସ୍ପଷ୍ଟ ହୋଇସାରିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ରିପୋର୍ଟ ଆଧାରରେ ଦେଶର ୧୦୬ ସହର ମଧ୍ୟରୁ ଓଡ଼ିଶାର ୭ଟି ଅତି ପ୍ରଦୂଷଣ ତାଲିକାଭୁକ୍ତ ହୋଇଛି। ଏହି ତାଲିକାରେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ପାରାଦୀପ, ତାଳଚେର, ଅନୁଗୋଳ, ସମ୍ବଲପୁର ରହିଛି। ୨୦୨୦ ଜାନୁୟାରୀରେ ଗ୍ରୀନ୍‌ପିସ୍‌ ପକ୍ଷରୁ ହୋଇଥିବା ସର୍ଭେ ଅନୁସାରେ ଦେଶର ୧୦୦ ପ୍ରଦୂଷିତ ସହର ମଧ୍ୟରେ ପାରାଦୀପ ୭୯ତମ ସ୍ଥାନରେ ରହିଥିବାବେଳେ କଳିଙ୍ଗନଗର ୮୪, ରାଉରକେଲା ୮୫, କଟକ ୮୮ ଓ ତାଳଚେର ୯୩ ତମ ସ୍ଥାନରେ ରହିଥିଲା।
ଏସ୍‌ପିସିବି ପକ୍ଷରୁ ଗତ ଅଗଷ୍ଟରୁ ଅକ୍ଟୋବର ପର୍ଯ୍ୟନ୍ତ ଦାଖଲ ରିପୋର୍ଟରେ କଳିଙ୍ଗନଗର, ତାଳଚେର, ରାଜଗାଙ୍ଗପୁର ଓ ରାଉରକେଲାରେ ବାୟୁରେ ପାର୍ଟିକୁଲେଟ୍‌ ମେଟର ବା ପିଏମ୍‌(୧୦) ମାତ୍ରା ଅନୁମତିଯୋଗ୍ୟଠାରୁ ଅଧିକ ରହିଛି। ତେବେ ସଲ୍‌ଫର ଡାଏଅକ୍ସାଇଡ(ଏସ୍‌ଓ୨), ନାଇଟ୍ରୋଜେନ୍‌ ଅକ୍ସାଇଡ(ଏନ୍‌ଓ୨) ଓ ପିଏମ୍‌୨.୫(ଫାଇନ୍‌ ପାର୍ଟିକୁଲେଟ ମେଟର) ମାତ୍ରା ଅନୁମତିଯୋଗ୍ୟ ସ୍ତରରେ ରହିଥିବା ଦର୍ଶାଯାଇଛି। ସବୁଜ ଗୃହ ବାଷ୍ପ ନିରାକରଣ, କାର୍ବନ ଫୁଟପ୍ରିଣ୍ଟ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଯେତେସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସବୁଥିରେ ଅନିୟମିତତା ହେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ନିମ୍ନମାନର ଯନ୍ତ୍ରପାତି ସ୍ଥାପନ, ରିପୋର୍ଟରେ ରଫାଦଫା, କେତେକ ଶିଳ୍ପ କାରଖାନାକୁ ଅନୁକମ୍ପା ପ୍ରଦର୍ଶନ, ଇଟିପି(ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ବାହାରେ ବର୍ଜ୍ୟଜଳ ଛଡାଯିବା, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ନ କରିବା ଆଦି ଅଭିଯୋଗ ସାଧାରଣ କଥା ହୋଇଛି। ଏହିସବୁ କାରଣରୁ ଜଳବାୟୁ ପରିବର୍ତ୍ତନ ଘଟି ରାଜ୍ୟର ପ୍ରାୟତଃ ଉପକୂଳ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଚିର ସହଚର ହେବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri