ପ୍ରେମ ପାଇଁ ସମୟ ପାଇନି

ଶିଶୁ କଳାକାର ଓ ପରେ ଚଳଚ୍ଚିତ୍ର ନାୟିକା ସାଜି ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ। ପିଲାଟି ଦିନରୁ ଓଡ଼ିଶୀ ନୃତ୍ୟ ପ୍ରତି ଆଗ୍ରହୀ ଥିଲେ। ପ୍ରଥମ ଚଳଚ୍ଚିତ୍ର ‘ରୁମ୍‌କୁ ଝୁମାନା’ରେ ଶିଶୁ କଳାକାର ଭାବେ ସୁନ୍ଦର ଅଭିନୟ ତାଙ୍କୁ ସଫଳତାର ଶିଡ଼ି ଚଢ଼ାଇଥିଲା। ସେ ଅନେକ ଚଳଚ୍ଚିତ୍ର, ମ୍ୟୁଜିକ୍‌ ଭିଡିଓରେ ନଜର ଆସିଛନ୍ତି। ଆଗକୁ ମଧ୍ୟ ତାଙ୍କର କେତୋଟି ଚଳଚ୍ଚିତ୍ର ରିଲିଜ୍‌ ହେବାର ଅଛି। ୨୦୦୩ ଜାନୁୟାରୀ ୨୨ରେ ଜନ୍ମଗ୍ରହଣ କରିଥିବା ଭୂମିକା ଏବେ ଭୁବନେଶ୍ୱରରେ ନିଜ ପରିବାର ସହିତ ରହୁଛନ୍ତି। ତାଙ୍କର କିଛି ଜଣା ଅଜଣା କଥାକୁ ନେଇ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ଅଭିନୟ କରିବାର ସୁଯୋଗ କିପରି ପାଇଲେ?
ଉତ୍ତର- ଓଡ଼ିଶୀ ନୃତ୍ୟର ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଇଥିଲି। ସେଠାରେ ମୋର ଜଣେ ପରିଚିତ ଭାଇ ଦେଖା ହୋଇଥିଲେ। ‘ରୁମ୍‌କୁ ଝୁମାନା’ ଫିଲ୍ମର କାହାଣୀ ବିଷୟରେ ସେ ମୋ ମା’ ବାପାଙ୍କ ସହ ଆଲୋଚନା କରି ଅଭିନୟ କରିବାକୁ କହିଥିଲେ। ବାପା ହଁ ମାରି ଦେଇଥିଲେ। ତା’ର ୧୦ଦିନ ପରେ ହରିହର ମହାପାତ୍ର ମତେ ଫୋନ୍‌ କରିଥିଲେ। ମୋ ପୂର୍ବରୁ ୨ଶହ ଝିଅଙ୍କର ଅଡିସନ୍‌ ସରିଥିଲା। ମୁଁ ଅଡିସନ୍‌ ଦେବା ପରେ ସିଲେକ୍ଟ ହୋଇଥିଲି। ଆଉ ଫିଲ୍ମରେ ଅଭିନୟ ଯାତ୍ରା ଆରମ୍ଭ ହେଲା।
ପ୍ରଶ୍ନ- ଶିଶୁ କଳାକାରରୁ ହଠାତ୍‌ ଲିଡ୍‌ କ୍ୟାରେକ୍ଟର କରିବା କେତେ ଚ୍ୟାଲେଞ୍ଜ ଥିଲା?
ଉତ୍ତର- ‘ତୁ ମୋ ଲଭ୍‌ ଷ୍ଟୋରୀ’ର ଅଫର ଆସିବା ପରେ ମତେ ଲାଗିଥିଲା କି ଶିଶୁ କଳାକାର ଭାବେ କାମ କରିବି। ସେତେବେଳେ ମୁଁ ନବମ ଶ୍ରେଣୀରେ ପଢୁଥିଲି। ତେଣୁ ପାଠ ଉପରେ ପ୍ରଭାବ ପଡ଼ିବ ଭାବି ପ୍ରଥମେ ମନା କରିଥିଲି। ପୁଣି ନାୟିକା ଭୂମିକାରେ ନଜର ଆସିବି ଜାଣି ଆହୁରି ନର୍ଭସ୍‌ ଲାଗିଥିଲା। ମାତ୍ର ନିର୍ଦ୍ଦେଶକ ମତେ ଓ ବାପାଙ୍କୁ କାମ କରିବା ପାଇଁ ରାଜି କରିଥିଲେ। ସୌଭାଗ୍ୟବଶତଃ ସବୁକିଛି ଭଲରେ ହୋଇଗଲା।
ପ୍ରଶ୍ନ- ଫିଲ୍ମକୁ ନେଇ କ୍ୟାରିୟର କରିବେ ନା ଆଉ କିଛି ଯୋଜନା ଅଛି?
ଉତ୍ତର- ଏବେ ମୁଁ ମେଡିକାଲ ପଢୁଛି। ଦୁଇଟି ଯାକ ମ୍ୟାନେଜ୍‌ କରିବା କଷ୍ଟକର। ସେଥିପାଇଁ ବାଛି ବାଛି ଫିଲ୍ମ କରୁଛି। ଆଗକୁ ମୋର ୪/୫ଟି ଫିଲ୍ମ ରିଲିଜ୍‌ ହେବାର ଅଛି। ଏବେ ପାଠ ପ୍ରତି ଅଧିକ ଧ୍ୟାନ ଦେଉଛି। ଜାନୁୟାରୀରେ ପରୀକ୍ଷା ପରେ ଫିଲ୍ମ କରିବି। ଯାହା ବି କରେ, ପାଠକୁ ଛାଡ଼ିବାର ପ୍ରଶ୍ନ ଉଠୁନି।
ପ୍ରଶ୍ନ- ତେବେ ଡାକ୍ତର ହେବେ?
ଉତ୍ତର- ଘରେ ସମସ୍ତଙ୍କର ଇଚ୍ଛା ଥିଲା ମୁଁ ଡାକ୍ତର ହୁଏ। ବିଶେଷକରି ମୋ ଜେଜେ ମା’ଙ୍କର। ଦ୍ୱାଦଶ ସରିବା ପରେ ନିଟ୍‌ ପରୀକ୍ଷା ଦେଇଥିଲି। ସେଥିରେ ଭଲ କରିବା ପରେ ଡାକ୍ତରୀ ପାଠ ଆରମ୍ଭ ହେଲା। ଅଭିନୟ ମୋର ପ୍ୟାଶନ୍‌। ତେଣୁ ଦୁଇଟାଯାକ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଚେଷ୍ଟା କରିବି।
ପ୍ରଶ୍ନ- କେଉଁ ଅଭିନେତାଙ୍କ ସହ କାମ କରିବାକୁ ଇଚ୍ଛା ଅଛି?
ଉତ୍ତର- ପ୍ରାୟ ସମସ୍ତ ଅଭିନେତାଙ୍କ ସହ କାମ କରି ସାରିଲିଣି। ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନୟ କରିବାକୁ ବହୁତ ଇଚ୍ଛା ଥିଲା। ସେଇଟା ତୁ ମୋ ଲଭ୍‌ଷ୍ଟୋରୀ-୨ରେ ପୂରଣ ହୋଇଗଲା। ଏବେ କେବଳ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ରରେ ଅଭିନୟ କରିବାର ଆଶା ଅଛି। ଯେଉଁଥିରେ ହିରୋ ଏବଂ ହିରୋଇନ୍‌ ଦୁଇଟାଯାକ ମୁଁ ଥିବି।
ପ୍ରଶ୍ନ- ଫ୍ରି ଥିଲେ କ’ଣ କରନ୍ତି?
ଉତ୍ତର- ପଢ଼ା ବ୍ୟତୀତ ଆଉ କିଛି କରେନି। କଲେଜ ଗଲେ ଟିକେ ଆରାମ ମିଳେ ବୋଲି ଶୁଣିଥିଲି, ମାତ୍ର ମତେ ଲାଗୁଛି ସ୍କୁଲ ଅପେକ୍ଷା କଲେଜରେ ପାଠପଢା ବେଶି କଡ଼ା। ତେବେ ମଝିରେ ମଝିରେ ଚିତ୍ର ଆଙ୍କେ ଆଉ ବ୍ୟାଡମିଣ୍ଟନ ଖେଳେ।
ପ୍ରଶ୍ନ-କଲେଜ ପାଠପଢ଼ା ବେଳେ ପ୍ରେମ ହୋଇଯାଏ, ଆପଣଙ୍କ କ୍ଷେତ୍ରରେ ସେଭଳି କିଛି?
ଉତ୍ତର- ମତେ ଲାଗୁଛି ପ୍ରେମ କରିବାକୁ ଏବେ ବୟସ ହୋଇନି। ପୁଣି ଦେଖିବାକୁ ଗଲେ ଏତେ ବ୍ୟସ୍ତତା ଭିତରେ ପ୍ରେମ ପାଇଁ ସମୟ ପାଇନି।
ପ୍ରଶ୍ନ- ଖାଇବାକୁ କ’ଣ ଭଲ ଲାଗେ?
ଉତ୍ତର- ମୋମୋ, ଚିକେନ୍‌ରେ ଯେ କୌଣସି ଆଇଟମ୍‌ ଭଲଲାଗେ। ପଖାଳ ଓ ଟମାଟୋ ପୋଡ଼ା ମୋର ସବୁଠାରୁ ପ୍ରିୟ। ଖାଲି ଟମାଟୋ ପୋଡ଼ା ହୋଇଗଲେ ଆଉ କିଛି ଦରକାର ନାହିଁ। ସବୁ ପ୍ରକାର ଖାଇବା ଖାଏ, ହେଲେ ମୋ ଦେହରେ କିଛି ଲାଗେନି। ତେଣୁ ଡାଇଟିଂ କରିବାକୁ ପଡ଼େନି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri