ସିଡିଏମ୍‌ଓଙ୍କ ପ୍ରମାଣପତ୍ରକୁ କାଟିଦେଲେ ୪ ଡାକ୍ତର: ଶିକ୍ଷକ ନିଯୁକ୍ତିରୁ ବଞ୍ଚିତ ହେଲେ ୬୭ ଦିବ୍ୟାଙ୍ଗ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତ ୧୬ ତାରିଖରେ ରାଜ୍ୟ ସରକାର ୬,୧୩୧ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ମୋଟ ୧୧,୪୦୦ ପଦବୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସବୁ ପ୍ରକାର ପରୀକ୍ଷା ପରେ ଉପରୋକ୍ତ ନିଯୁକ୍ତି ଦିଆଯାଇଛି। ହେଲେ ବହୁ ଆଶାୟୀ ଦିବ୍ୟାଙ୍ଗ ସରକାରୀ ବ୍ୟବସ୍ଥାରେ ଛନ୍ଦି ହୋଇ ନିଯୁକ୍ତିରୁ ବଞ୍ଚତ୍ତ ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କଠାରୁ ସେମାନେ ପାଇଥିବା ଶାରୀରିକ ଅକ୍ଷମତା ପ୍ରମାଣପତ୍ରକୁ ନିଯୁକ୍ତିବେଳେ ୪ ଡାକ୍ତରଙ୍କ ଚୟନକାରୀ ବୋର୍ଡ କାଟିଦେଇ ଆଉ ଏକ ପ୍ରମାଣପତ୍ର ଦେଇଛି, ଯାହାକି ସେମାନଙ୍କ ନିଯୁକ୍ତି ସ୍ବପ୍ନକୁ ଚୂରମାର କରିଦେଇଛି। ଦୁଇ ପ୍ରମାଣପତ୍ର ସରକାରୀ ବ୍ୟବସ୍ଥାରୁ ମିଳିଥିବାବେଳେ ସେଥିରେ ଥିବା ଭିନ୍ନତା ବିରୋଧରେ ଆଶାୟୀ ଦିବ୍ୟାଙ୍ଗମାନେ କୋର୍ଟର ଆଶ୍ରୟ ନେବାକୁ ଯାଉଛନ୍ତି।

ପୁରୀ ଜିଲା ହନ୍ତୁକ ପଞ୍ଚାୟତ ବାଣିଆକେରା ଗଁାର ସୁକାନ୍ତ ମହାପାତ୍ର ୧୧,୪୦୦ ଶିକ୍ଷକ ପଦବୀ ମଧ୍ୟରୁ ସଂସ୍କୃତ ଶିକ୍ଷକ ପାଇଁ ଆବେଦନ କରିଥିଲେ। ସୁକାନ୍ତ ହେଉଛନ୍ତି ଦିବ୍ୟାଙ୍ଗ।

ସଂସ୍କୃତ ଶିକ୍ଷକ ଲାଗି ମୋଟ ୧,୨୬୦ ପଦବୀ ରହିଥିଲା। ଦିବ୍ୟାଙ୍ଗଙ୍କ ପାଇଁ ୧୪୩ ପଦବୀ ସଂରକ୍ଷିତ ରହିଥିଲା। ସୁକାନ୍ତ ଏଥିପାଇଁ ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ ଅଫିସ୍‌ରୁ ଡାକରା ଆସିଲା। ପ୍ରବେଶିକା ପରୀକ୍ଷାଫଳ ଅନୁଯାୟୀ ତାଙ୍କୁ ଜିଲା ଏବଂ ସ୍କୁଲ ବାଛିବାକୁ ଦିଆଗଲା। ତାଙ୍କୁ ଗଞ୍ଜାମ ଜିଲାର ବେଗୁନିଆପଡ଼ାସ୍ଥିତ ଜନତା ନୋଡାଲ ହାଇସ୍କୁଲରେ ନିଯୁକ୍ତି ଲାଗି ଚୟନ କରାଗଲା। ସେହି ସମୟରେ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍‌ରେ ସୁକାନ୍ତଙ୍କ ଶାରୀରିକ ଅକ୍ଷମ ଥିବାର ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ସିଡିଏମ୍‌ଓଙ୍କ ତରଫରୁ ମିଳିଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଗ୍ରହଣ କରିବା ପରେ ଯାଇ ତାଙ୍କୁ ସ୍କୁଲ ବାଛିବାର ସୁଯୋଗ ମିଳିଥିଲା। ହେଲେ ଶିକ୍ଷକ ପଦବୀରେ ନିଯୁକ୍ତିପତ୍ର ଦେବା ପୂର୍ବରୁ ଗତ ଡିସେମ୍ବର ୧୫ରେ ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟଠାରେ ଚୟନ ହୋଇଥିବା ୧୪୩ ଆଶାୟୀ ଶିକ୍ଷକଙ୍କୁ ନେଇ ପୁଣି ପରୀକ୍ଷା କରାଗଲା। ୪ ଜଣିଆ ଡାକ୍ତରୀ ବୋର୍ଡ ବସି ସେମାନେ କେତେ ପ୍ରତିଶତ ଦିବ୍ୟାଙ୍ଗ ତାହାକୁ ନେଇ ସାର୍ଟିଫିକେଟ ଦେଲେ। ଫଳରେ ସୁକାନ୍ତ ସମେତ ୬୭ ଜଣ ଦିବ୍ୟାଙ୍ଗ ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହେଲେ। ସୁକାନ୍ତ ଏଭଳି ଚୟନ ପଦ୍ଧତିକୁ ନେଇ ପ୍ରଶ୍ନ ଉଠାଇବା ସହିତ ସରକାରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, ଯଦି ସେ ୫୦% ପରମାନେଣ୍ଟ ଦିବ୍ୟାଙ୍ଗ ଥିବା ସିଡିଏମ୍‌ଓ ସାର୍ଟିଫିକେଟ ଦେଇଛନ୍ତି ଏବଂ ତାହାକୁ ଆଧାର କରି ୨୦୧୫ ମେ ୧ରୁ ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି, ତେବେ ଏଠାରେ ବୋର୍ଡ ତାଙ୍କୁ କେମିତି କାଟିଲେ। ବୋର୍ଡ କେଉଁ ଆଧାରରେ ୨୦% ଟେମ୍ପରାରି ଦିବ୍ୟାଙ୍ଗ ବୋଲି ରିପୋର୍ଟ ଦେଲେ। ତେବେ ସିଡିଏମ୍‌ଓ ଏବଂ ଚୟନକାରୀ ବୋର୍ଡ ମଧ୍ୟରୁ କିଏ ଠିକ୍‌, କିଏ ଭୁଲ୍‌ ସରକାର ଉତ୍ତର ରଖନ୍ତୁ ବୋଲି ସୁକାନ୍ତ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ୱରର ରେଣୁବାଳା ପ୍ରଧାନ ସମାନ ଅଭିଯୋଗ ଆଣିଛନ୍ତି। ସବୁ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ୱେ ଦିବ୍ୟାଙ୍ଗ ସାର୍ଟିଫିକେଟରେ ୬୦% ଅକ୍ଷମତା ଥାଇ ମଧ୍ୟ କିପରି ତାଙ୍କୁ ବାଦ୍‌ ଦିଆଗଲା। ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ତାଙ୍କୁ ୪୦% ଅକ୍ଷମତା ଦର୍ଶାଯାଇ କାହିଁକି ବାଦ୍‌ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଏଭଳି ଅନେକ ଦିବ୍ୟାଙ୍ଗ ଆଶାୟୀ ଏଥିରୁ ବାଦ୍‌ ପଡିଥିବା ସେ କହିଛନ୍ତି। ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଟେଲିଫୋନ୍‌ ଯୋଗେ କିଛି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚତ୍ଛି। ଦିବ୍ୟାଙ୍ଗ ଆଶାୟୀଙ୍କ ଯେଉଁ ସମସ୍ୟା ହୋଇଛି ତାହା ଲିଖିତ ଆକାରରେ ଜଣାଇବା ପରେ ସମାଧାନ ଲାଗି ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନିଯୁକ୍ତି ପାଇଥିବା କେତେଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଦିବ୍ୟାଙ୍ଗ ଆଶାୟୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଗଣଶିକ୍ଷା ବିଭାଗ ଏସ୍‌ଓପି ଜାରି କରିବା ସହ ଯେକୌଣସି ସୂତ୍ରରୁ ଅଭିଯୋଗ ଆସିଲେ ଶିକ୍ଷକମାନଙ୍କ ସାର୍ଟିଫିକେଟ ଯାଞ୍ଚ କରିବା ଲାଗି ଜିଲା ଶିକ୍ଷା ଅଧିକାରୀମାନଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri