Posted inଖେଳ

ରୁଟ୍‌ଙ୍କ ଉଇକେଟ ଇଂଲଣ୍ଡକୁ ପରାଜୟ ଦ୍ୱାରକୁ ଠେଲି ଦେଲା

ଆଡିଲେଡ୍‌,୧୯।୧୨: ଆଶେସ ସିରିଜ୍‌ର ଦ୍ୱିତୀୟ ତଥା ଦିବା-ରାତ୍ର ଟଷ୍ଟରେ ୪ର୍ଥ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ବିଜୟ ନିଶ୍ଚିତ କରିଛି। ଅନ୍ତିମ ଦିନ ମ୍ୟାଚ୍‌ ଜିତିବା ପାଇଁ ଘରୋଇ ବୋଲରଙ୍କୁ ଇଂଲଣ୍ଡର ୬ ଉଇକେଟ ଦରକାର। ବର୍ତ୍ତମାନ ୪୬୯ ରନ୍‌ର ବିଶାଳ ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ଦଳ ୪ ଉଇକେଟ ହରାଇ ୮୨ ରନ୍‌ କରିଛି। ଅଧିନାୟକ ଜୋ ରୁଟ୍‌ (୨୪)ଙ୍କ ଉଇକେଟ ପଡ଼ି ସାରିଥିବାରୁ ବଢ଼ିଯାଇଛି ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା। ରବିବାର ମିଚେଲ ଷ୍ଟାର୍କ ଅନ୍ତିମ ବଲରେ ରୁଟ୍‌ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଠେଲି ଦେଇଛନ୍ତି ପରାଜୟ ଦ୍ୱାରକୁ।

ମ୍ୟାଚ୍‌ରେ ଇଂଲଣ୍ଡର ଭବିଷ୍ୟତ ସମ୍ପୂର୍ଣ୍ଣ ବେନ ଷ୍ଟୋକ୍ସ (୩)ଙ୍କ ଉପରେ ନିର୍ଭର କରେ। ୨ ବର୍ଷ ତଳେ ଇଂଲଣ୍ଡକୁ ଲିଡ୍ସରେ ରୋମାଞ୍ଚକ ବିଜୟ ଦେଇଥିବା ଏହି ଅଲରାଉଣ୍ଡର ଏବେ ୩ ରନ୍‌ରେ ଅପରାଜିତ ଅଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ଅଛନ୍ତି ଜୋସ ବଟଲର ଓ କ୍ରିସ ଓ୍ବକ୍ସଙ୍କ ଭଳି ଦକ୍ଷ ବ୍ୟାଟର। ଏମାନେ ମ୍ୟାଚ୍‌କୁ ଡ୍ର’ ଆଡ଼କୁ ନେଇପାରନ୍ତି। ରୋରି ବର୍ନସ (୩୪), ହାସିମ ହାମିଦ (୦) ଓ ଦାଓ୍ବିଦ ମଲାନ (୨୦) ଆଉଟ୍‌ ହୋଇସାରିଛନ୍ତି।

ପୂର୍ବରୁ ପ୍ରଥମ ଇନିଂସରେ ଇଂଲଣ୍ଡକୁ ୨୩୬ ରନ୍‌ରେ ଅଲଆଉଟ୍‌ କରି ୨୩୭ ରନ୍‌ର ଅଗ୍ରଣୀ ହାସଲ କରିଥିଲା ଅଷ୍ଟ୍ରେଲିଆ (୪୩୭/୯)। ଦ୍ୱିତୀୟ ଇନିଂସରେ ଷ୍ଟିଭ ସ୍ମିଥଙ୍କ ନେତୃତ୍ୱାଧୀନ ଦଳ ୨୩୦ ରନ୍‌ରେ ୯ ଉଇକେଟ ହରାଇ ପରେ ବ୍ୟାଟିଂ ଛାଡ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌: ଗୋଟିଏ ଗ୍ରୁପ୍‌ରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ

ଦୁବାଇ, ୫ା୫:ଚଳିତବର୍ଷ ଅକ୍ଟୋବର ୩ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଂଲାଦେଶରେ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ୯ମ ସଂସ୍କରଣ ଅନୁଷ୍ଠିତ ହେବ। ରବିବାର ଅନ୍ତର୍ଜାତୀୟ କ୍ରିକେଟ...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri