ଯୁକ୍ତ ୩ ପିଲା ପଢ଼ିବେ ନୈତିକତା ପାଠ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଯୁକ୍ତ୩ ପାଠ୍ୟ ଖସଡ଼ାରେ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ (Ethics and Values)’ ଶିକ୍ଷାର ଏକ ନୂଆ ପାଠ୍ୟକ୍ରମ ସାମିଲ ହୋଇଛି। ଏହାକୁ ବାଧ୍ୟତାମୂଳକ ବିଷୟ ଭାବେ ରଖାଯାଇଛି। ସମ୍ପୂର୍ଣ୍ଣ ସିଲାବସ୍‌କୁ ୬ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି। ସମସ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ୬ଟି ସେମିଷ୍ଟରରେ ଗୋଟିଏ ଲେଖାଏ ୟୁନିଟ୍‌ ସାମିଲ କରାଯାଇଛି। ପ୍ରତ୍ୟେକ ୟୁନିଟ୍‌ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଯୁକ୍ତ୩ର ପ୍ରତ୍ୟେକ ସେମିଷ୍ଟରରେ ଏକ ୟୁନିଟ୍‌ ହିସାବରେ ସଂଯୁକ୍ତ ହେବ। ଗୋଟିଏ ୟୁନିଟ୍‌ ବିଷୟ ପଢ଼ାଯିବା ପାଇଁ ୧୫ଟି ପିରିୟଡ୍‌ ରହିବ। ଏହି ପାଠ୍ୟଖସଡ଼ାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାଙ୍କଠାରେ ସକାରାତ୍ମକ ଚରିତ୍ର, ସହାନୁଭୂତିଶୀଳ ମଣିଷପଣିଆ, ଦାୟିତ୍ୱପୂର୍ଣ୍ଣ ନାଗରିକବୋଧ ଓ ଅନୁକମ୍ପାର ବିକାଶ କରାଇବା। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ’ ଶିକ୍ଷା ପାଠ୍ୟକ୍ରମର ପ୍ରଥମ ଭାଗକୁ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଉନ୍ମୋଚନ କରିଛନ୍ତି। ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବ୍ୟୁରୋର ବୋର୍ଡରୁମ୍‌ରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମାନବ ଜୀବନରେ ମୂଲ୍ୟବୋଧର ଅବକ୍ଷୟକୁ
ରୋକିବା ନିମନ୍ତେ ଛାତ୍ରୀଛାତ୍ରଙ୍କୁ ନୀତିଶାସ୍ତ୍ର ଓ ମୂଲ୍ୟବୋଧର ଶିକ୍ଷା ପ୍ରଦାନ କରାଯିବା ନିତାନ୍ତ ଜରୁରୀ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଲେ, ଛାତ୍ରୀଛାତ୍ରମାନେ ଏହି ପାଠ୍ୟଖସଡ଼ାର ବହି ନ କିଣି ସମ୍ପୂର୍ଣ୍ଣ ମାଗଣାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ୱେବ୍‌ସାଇଟ୍‌ https://oshec.nic.in ଏବଂ https://vtputkal.odisha.gov.inରୁ ଡାଉନ୍‌ଲୋଡ୍‌୍‌ କରି ପଢ଼ିପାରିବେ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କହିଲେ, ଏହାକୁ ସମାଜତତ୍ତ୍ବ, ରାଜନୀତି ବିଜ୍ଞାନ, ନୃତତ୍ତ୍ବ ତଥା ଇତିହାସର ଅଧ୍ୟାପକମାନେ ମହାବିଦ୍ୟାଳୟରେ ପଢ଼ାଇବେ। ସମସ୍ତ ବିଶ୍ୱବିଦ୍ୟାଳୟ ଏହି ପାଠ୍ୟଖସଡ଼ାକୁ ଅନୁମୋଦନ କରିବା ପରେ ପାଠ୍ୟକ୍ରମରେ ସାମିଲ କରାଯାଇଛି। ମୋଟ ୬ ମଡ୍ୟୁଲ୍‌ରେ ବିଭକ୍ତ ଏହି ସିଲାବସ୍‌ର ପ୍ରଥମ ଭାଗ, ‘Women, Social Institutions and Practices’ର ଆଜି ଉନ୍ମୋଚନ ହୋଇଛି। ଏଭଳି ଅଭିନବ ପାଠ୍ୟଖସଡ଼ା ଉଚ୍ଚଶିକ୍ଷାକୁ ଅଧିକ ଗୁଣାତ୍ମକ କରିବା ସହିତ ଛାତ୍ରୀଛାତ୍ରଙ୍କ ସାମଗ୍ରିକ ବିକାଶରେ ସହାୟ ହେବ ଓ ଉତ୍ତମ ରାଜ୍ୟଗଠନ ନିମନ୍ତେ ବାଟ କଢ଼ାଇବ ବୋଲି ଅତିଥିମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri