Posted inଜାତୀୟ

ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ, ହାଇକୋର୍ଟଙ୍କ ରାୟ…

କୋଚି, ୧୫।୧୨: ଭାରତରେ, ଯୌତୁକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରାଯାଇଥାଏ। ଯୌତୁକ ଯୋଗୁ ବହୁ କ୍ଷେତ୍ରରେ ଝିଅଙ୍କୁ ବିବାହ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଯୌତୁକ ବର୍ଗରେ କେଉଁ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରାଯିବା ଏବଂ କାହାକୁୂ ନୁହେଁ ସେନେଇ ବିତର୍କ ମଧ୍ୟ ଲାଗି ରହିଥାଏ। ଏପରିସ୍ଥଳେ କେରଳ ହାଇକୋର୍ଟ ରାୟ ଦେଇଛନ୍ତି ଯେ, ବିବାହରେ ମାତା-ପିତାଙ୍କ ପକ୍ଷରୁ ମିଳିଥିବା ଉପହାର ଯୌତୁକ ନୁହେଁ।

ହାଇକୋର୍ଟ କହିଛନ୍ତି ଯେ, ସୁଖମୟ ଜୀବନ ପାଇଁ ବିବାହ ସମୟରେ ଝିଇକୁ ଦିଆଯାଇଥିବା ସମସ୍ତ ଉପହାର ଯୌତୁକ ନିରୋଧକ ଆଇନ-୧୯୬୧ ଅନୁଯାୟୀ ଯୌତୁକ ବର୍ଗରେ ରଖାଯାଇପାରିବ ନାହିଁ । ଜଣେ ମହିଳାଙ୍କ ଆବେଦନ ଉପରେ କୋର୍ଟର ଜଣିକିଆ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ବିଚାରପତି ଏମ୍‌.ଆର୍‌. ଅନିଥାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏହା କହିଛନ୍ତି।

ଠୋଡିୟୁର ଜଣେ ବାସିନ୍ଦା କୋଲ୍ଲମ ଜିଲାର ଯୌତୁକ ନିରୋଧକ ଅଫିସରଙ୍କ ନିକଟରେ ଏକ ଆଦେଶ ବିରୋଧରେ ଆବେଦନ କରିଥିଲେ। ଆଦେଶ ଅନୁଯାୟୀ, ତାଙ୍କ ପିତାମାତା ବିବାହ ସମୟରେ ଦେଇଥିବା ସମସ୍ତ ଅଳଙ୍କାର ଉପହାର ତାଙ୍କୁ ଫେରାଇବାକୁ କୁହାଯାଇଥିଲା। ଏହି ସମଗ୍ର ପ୍ରସଙ୍ଗରେ କୋର୍ଟ କହିଛନ୍ତି ଯେ ସୁନା ଅଳଙ୍କାର ଉପହାରଗୁଡ଼ିକ ଯୌତୁକ ଭାବେ ପ୍ରଦାନ କରାଯାଇଛି କି ନାହିଁ ତାହା ଅଧିକାରୀ ନିଶ୍ଚିତ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ।

ଏଥି ସହିତ, ଦୀପ୍ତି କେ.ଏସ୍‌ କହିଥିଲେ ଯେ ୨୦୨୦ରେ ତାଙ୍କୁ ବିବାହ ସମୟରେ ଦିଆଯାଇଥିବା ସୁନା ଅଳଙ୍କାର ତାଙ୍କୁ ଫେରାଇ ଦିଆଯାଉ। ମହିଳା ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଅଳଙ୍କାରକୁ ବ୍ୟାଙ୍କ ଲକରରେ ରଖାଯାଇଛି। ଏଥିସହିତ ମହିଳାଙ୍କ ଦାବି ଅନୁଯାୟୀ ତାଙ୍କୁ ସୁନା ଅଳଙ୍କାର ଫେରସ୍ତ କରିବାକୁ ଅଭିଯୁକ୍ତ ସମ୍ମତି ପ୍ରଦାନ କରିଛନ୍ତି। ଯାହା ପରେ ମାମଲା ସମାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri