Posted inଖେଳ

ମାତ୍ର ୩ ମ୍ୟାଚ୍‌ରେ ୨ ତ୍ରିଶତକ, ଗୋଟିଏ ଶତକ ମାରି ଇତିହାସ ରଚିଲେ ୧୪ ବର୍ଷୀୟ ବାଳକ

ରାୟପୁର,୧୫।୧୨:୧୪ ବର୍ଷୀୟ ୟଶ କୁମାର ୱାର୍ଦ୍ଧା ତାଙ୍କ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛତିଶଗଡ ରାଜ୍ୟ କ୍ରିକେଟ ଆସୋସିଏସନ (ସିଏସ୍‌ସିଏସ୍‌) ଦ୍ୱାରା ଆୟୋଜିତ ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ଲେଟ ଗ୍ରୁପ ଅଣ୍ଡର -୧୬ ଟୁର୍ନାମେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ଦୁଇଟି ମ୍ୟାଚରେ ୨ ତ୍ରିଶତକ ଶତକ ହାସଲ କରିଥିଲେ। ନକ୍ସଲ ଅଞ୍ଚଳ ନାରାୟଣପୁରରୁ ଖେଳୁଥିବା ଯଶ କୁମାର କେବଳ ଏତିକିରେ ଅଟକି ନ ଥିଲେ। ସେ ତୃତୀୟ ମ୍ୟାଚ୍‌ରେ ୧୭୫ ରନ୍‌ର ଅପରାଜିତ ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲଗାତାର ତିନିଟି ମ୍ୟାଚରେ ଏହି ସଫଳତା ହାସଲ କରିବା କୌଣସି ଖେଳାଳିଙ୍କ ପାଇଁ ସହଜ ନୁହେଁ। ସୁରଗୁଜା ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ସେ ଚମତ୍କାର ବୋଲିଂ କରି ୩ଟି ଉଇକେଟ ନେଇଥିଲେ। ଯଶ କୁମାର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୩ ବର୍ଷ ପୂର୍ବେ ଛତିଶଗଡ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ଅଣ୍ଡର -୧୪ ଟୁର୍ନାମେଣ୍ଟ ପାଇଁ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା। ଏଥିରୁ ତାଙ୍କର ପ୍ରତିଭା ବୁଝାପଡେ।
ଯଶ ଛତିଶଗଡର ନାରାୟଣପୁରର ନକ୍ସଲ ପ୍ରଭାବିତ ଜିଲାରେ ଅଧ୍ୟୟନ କରୁଛନ୍ତି। ପିତା ରାମ ସିଂ ୱାର୍ଦ୍ଧ ଗ୍ରାମ ପଞ୍ଚାୟତ ସଚିବ, ମାତା ଜଣେ ଗୃହିଣୀ। ୟଶଙ୍କ ଖେଳକୁ ଆଗକୁ ନେବା ପାଇଁ ମା’ ଏବଂ ପିତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ଓପନିଂ ବ୍ୟାଟ୍ସମ୍ୟାନ ସହ ୟଶ ମଧ୍ୟ ଏକ ଲେଗ ସ୍ପିନର। ଘର ଏବଂ କ୍ରିକେଟ ଆସୋସିଏସନ ସାହାଯ୍ୟରେ ସେ ଏଠାରେ ପହଞ୍ଚିଛନ୍ତି ବୋଲି ୟଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri