ହରନାଜ୍‌ ପିନ୍ଧିଥିବା ମୁକୁଟର ଦାମ କେତେ ଜାଣନ୍ତି

ନୂଆଦିଲ୍ଲୀ,୧୪।୧୨:ଭାରତର ହରନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ର ମୁକୁଟ ଜିତିଛନ୍ତି। ୨ଲାମିଟ ବର୍ଷ ବୟସରେ ହରନାଜ୍‌ ଟାଇଟେଲ୍‌ ହାତେଇଛନ୍ତି। ୭୦ ତମ ମିସ ୟୁନିଭର୍ସ ପ୍ରତିଯୋଗିତା ଚଳିତ ବର୍ଷ ଡିସେମ୍ବର ୧୨ରେ ଇସ୍ରାଏଲରେ ହୋଇଥିଲା। ତୃତୀୟ ଥର ପାଇଁ ମିସ ୟୁନିଭର୍ସ ଟାଇଟଲ ଭାରତକୁ ଆସିଛି।
ଏବେ ସମସ୍ତେ ହରନାଜ୍‌ ମିସ ୟୁନିଭର୍ସ ଜିତିବା ପରେ ମୁଣ୍ଡରେ ଡାଇମଣ୍ଡ କ୍ରାଉନ ବିଷୟରେ ଜାଣିବାକୁ ଚାହାଁନ୍ତି। ହୀରାର ମୂଲ୍ୟବାନ ମୁକୁଟ ସହିତ ମିସ ୟୁନିଭର୍ସକୁ ସମସ୍ତ ପ୍ରକାରର ପୁରସ୍କାର ରାଶି ଏବଂ ସୁବିଧା ଦିଆଯାଏ। ମିସ ୟୁନିଭର୍ସ ୨୦୨୦ ଆଣ୍ଡ୍ରିଆ ମେଜା ହରନାଜ୍‌ଙ୍କ ମୁଣ୍ଡରେ ହୀରାର ଏକ ସୁନ୍ଦର ମୁକୁଟ ସଜାଇଥିଲେ।
ହରନାଜ୍‌ ସାନ୍ଧୁଙ୍କ ମୁକୁଟ ପୂର୍ବରୁ ଭାରତୁ ତରଫରୁ ମିସ୍‌ ୟୁନିଭର୍ସ ଜିତିଥିବା ସୁସ୍ମିତା ସେନ ଏବଂ ଲାରା ଦତ୍ତଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ମୁକୁଟକୁ ପୂର୍ବ ଅପେକ୍ଷା ଅଧିକ ସ୍ବତନ୍ତ୍ର କରାଯାଇଛି। ଅତ୍ୟାଧୁନିକ ମୁକୁଟ ବିଷୟରେ କହିବାକୁ ଗଲେ, ଏହା ୨୦୧୯ ମସିହାରେ ମିସ ୟୁନିଭର୍ସ ଅର୍ଗାନାଇଜେସନ ମୋୱାଡ ଅଳଙ୍କାର ମାଉୱାଡ ପାୱାର୍‌ ଅଫ ୟୁନିଟି କ୍ରାଉନ ଦ୍ୱାରା ପ୍ରସ୍ତୁତ ହୋଇଛି।
ଏହି ମୂଲ୍ୟବାନ ମୁକୁଟର ମୂଲ୍ୟ ୫ ନିୟୁତ ଆମେରିକୀୟ ଡଲାର ଅଟେ। ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ୩୭,୮୭୯୦,୦୦୦ ଟଙ୍କା ଅର୍ଥାତ୍‌ ୩୭ କୋଟିରୁ ଅଧିକ ହେବ। ଏପର୍ଯ୍ୟନ୍ତ ଏହା ସବୁଠାରୁ ଦାମୀ ମୁକୁଟ। ୨୦୧୯ରେ ଦକ୍ଷିଣ ଆଫ୍ରିକାର ଜୋଜିବିନି ଟୁନ୍ସି, ୨୦୨୦ରେ ମେକ୍ସିକୋର ଆଣ୍ଡ୍ରେଆ ମେଜା ଏବଂ ବର୍ତ୍ତମାନ ମିସ ୟୁନିଭର୍ସ ୨୦୨୧ ହରନାଜ୍‌ ସାନ୍ଧୁ ଏହାକୁ ପିନ୍ଧିଛନ୍ତି। ଏହି ମୁକୁଟଟି ୧୮ କ୍ୟାରେଟ ସୁନା, ୧୭୭୦ ହୀରା ଦ୍ୱାରା ନିର୍ମିତ ହୋଇଛି ଏବଂ ଏହାର ମଧ୍ୟଭାଗରେ ଲାଗିଥିବା ହୀରାର ଓଜନ ୬୨.୮୩ କ୍ୟାରେଟ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri