ସହରାଞ୍ଚଳ ପାନୀୟ ଜଳ ବିପଜ୍ଜନକ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ପାନୀୟ ଜଳ ଯୋଗାଇ ଦେବା ପୂର୍ବରୁ ସେଗୁଡିକର ମାନ ବିଆଇଏସ୍‌(ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାଡର୍‌ସ) କିମ୍ବା ଆଇଏସ୍‌ ୧୦୧୫୦୦:୧୫୦୦ ନିର୍ଦ୍ଧାରିତ ମାନକ ଅନୁସାରେ କରାଯାଉ ନାହିଁ। ଦୈନିକ ଯେତିକି ଜଳ ନମୁନା ସଂଗ୍ରହ କରାଯିବା କଥା ତାହା ମଧ୍ୟ ହେଉ ନାହିଁ। ଫଳରେ ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କୁ ବିନା ପରୀକ୍ଷା ନିରୀକ୍ଷାରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଥିଯୋଗୁ ବିଭିନ୍ନ ସହରାଞ୍ଚଳରେ ଲୋକମାନେ ଆମାଶୟ, ଆନ୍ତ୍ରିକ ଜ୍ୱର, ଜଣ୍ଡିସ, ହେପାଟାଇଟ୍‌ସ ଭଳି ଜଳବାହିତ ରୋଗର ଶିକାର ହେଉଛନ୍ତି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ସହରାଞ୍ଚଳ ପାନୀୟ ଜଳ ନମୁନା ପରୀକ୍ଷାରେ ହେଉଥିବା ଏଭଳି ଅନିୟମିତତାର ରହସ୍ୟ ଉନ୍ମୋଚନ କରିଛନ୍ତି।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଦୂଷିତ ପାନୀୟ ଜଳ ପିଇ ୨୦୧୬ରୁ ୨୦୧୯ ମଧ୍ୟରେ ବାଲେଶ୍ୱର, ରାୟଗଡ଼ା, କୋରାପୁଟ ଏବଂ ପୁରୀ ସହରାଞ୍ଚଳରେ ୫୩,୮୭୩ ଜଣ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପୁରୀରେ ସର୍ବାଧିକ ୩୪,୬୯୧ ଜଣ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କୋରାପୁଟରେ ୧୨,୬୮୫, ରାୟଗଡ଼ାରେ ୬,୪୪୨ ଏବଂ ବାଲେଶ୍ୱରରେ ୫୫ ଜଣ ଲୋକ ଆକ୍ରନ୍ତ ହୋଇଛନ୍ତି। ରାଜ୍ୟରେ ଥିବା ଜଳ ବିଶୋଧନାଗାର (ଡବ୍ଲ୍ୟୁଟିଏଲ୍‌)ର ମୁଖ୍ୟକାର୍ଯ୍ୟ ହେଉଛି ନଳକୂପ ଏବଂ ଭୂପୃଷ୍ଠ ଜଳ ଉତ୍ସର ଗୁଣବତ୍ତାକୁ ବିଶ୍ଳେଷଣ କରିବା। ଏସ୍‌ଏସ୍‌ଏଲ୍‌ ସହ ହୋଇଥିବା ଚୁକ୍ତିନାମା ଅନୁସାରେ ରାଜ୍ୟ ଡବ୍ଲ୍ୟୁଟିଏଲ୍‌ ସମସ୍ତ ୧୯ଟି ଡିଭିଜନରେ ଥିବା ସବୁ ସାଧାରଣ କୂପ(ପିଡବ୍ଲ୍ୟୁ) ଏବଂ ଭୂପୃଷ୍ଠ ଉତ୍ସ(ନଦୀ, ନାଳ, ପୋଖରି)ରୁ ବର୍ଷକୁ ଥରେ ଏବଂ ହ୍ୟାଣ୍ଡପମ୍ପ ନଳକୂପରୁ ବର୍ଷକୁ ୩ଥର ଜଳ ନମୁନା ସଂଗ୍ରହ କରିବା କଥା। ମାତ୍ର ୧୦ଟି ଜନସ୍ବାସ୍ଥ୍ୟ(ପିଏଚ୍‌) ଡିଭିଜନ ୨୦୧୮ ମାର୍ଚ୍ଚରୁ ୨୦୧୯ ମଧ୍ୟରେ ୧୧,୭୬୩ ଜଳ ନମୁନା ସଂଗ୍ରହ କରିଥିଲେ। ସିଏଜି ଅଡିଟ୍‌ ରିପୋର୍ଟରେ ଜାଣିବାକୁ ପାଇଛନ୍ତି ଯେ ପାନୀୟ ଜଳରେ ଫେନୋଲ, ଟର୍ବିଡିଟି, କଠିନତା, କ୍ଷାରୀୟତା, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ, ଆଲୁମିନିୟମ, କଲି ଫମ, ଇ-କୋଲି, ଏଫ୍‌ ଷ୍ଟ୍ରେପ୍ଟୋକୋକି ଇତ୍ୟାଦି ଥିବା ଯୋଗୁ ୨୦୧୯ ମାର୍ଚ୍ଚରେ ଡବ୍ଲ୍ୟୁଟିଏଲ୍‌ରେ ପରୀକ୍ଷା କରାଯାଇଥିବା ୭୬୨ ନମୁନା ବିଆଇଏସ୍‌ ସୀମା ବାହାରେ ରହିଥିଲା।
ପରୀକ୍ଷା ଯାଞ୍ଚ ହୋଇଥିବା ପିଏଚ୍‌ ଡିଭିଜନରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳର ଗୁଣବତ୍ତା ଜାଣିବା ପାଇଁ ଅଡିଟ୍‌ ୭ଟି ପିଏଚ୍‌ ଅଧୀନରେ ଥିବା ୮ଟି ସହରାଞ୍ଚଳ ଭୁବନେଶ୍ୱର, ଚୌଦ୍ୱାରା, ରାୟଗଡ଼ା, ସୁନାବେଢ଼ା, କୋରାପୁଟ, ବାଲେଶ୍ୱର, ପୁରୀ ଏବଂ ବଲାଙ୍ଗୀରରେ ୩୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଥିଲା। ୨୦୧୯ ମାର୍ଚ୍ଚରୁ ୨୦୨୦ ମଧ୍ୟରେ ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଜଳ ପରୀକ୍ଷଣ ଲାବରେଟୋରିରେ ୧୬ରୁ ୧୭ ପାରାମିଟର (ଭୌତିକ, ରାସାୟନିକ, ଜୀବାଣୁ, କୀଟନାଶକ ଏବଂ ଧାତୁ ) ଆଧାରରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ହୋଇଥିବା ୩୨ଟି ରିପୋର୍ଟରୁ ଉକ୍ତ ୮ଟି ସହରାଞ୍ଚଳର ୩୧ଟି ସ୍ଥାନରୁ ସଂଗ୍ରହ କରାଯାଇଥିବା ଜଳ ନମୁନା ୧ରୁ ୭ ପାରାମଟିରଗୁଡିକ ଉପରେ ବିଆଇଏସ୍‌ ସୀମା ବାହାରେ ରହିଛି। ଯାହାକି ଏହି ଜଳ ଅସୁରକ୍ଷିତ ବୋଲି ସିଏଜି ଦର୍ଶାଇଛନ୍ତି। ସେଥିରେ ଜଳ ନମୁନାଗୁଡ଼ିକରେ ଉଚ୍ଚ ଟର୍ବିଡିଟି ଥିବା ବେଳେ ଅତ୍ୟଧିକ ଆଇରନ, ଟୋଟାଲ କଲିଫର୍ମ(ଟିସି), ଫେଲିକାଲ କଲିଫର୍ମ, ଇ- କୋଲି, ମାଙ୍ଗାନିଜ, ଆଲୁମିନିୟମ, ନାଇଟ୍ରେଟ, କ୍ୟାଲସିୟମ, କଠିନତା, ମାଗ୍ନେସିୟମ ଏବଂ କ୍ଲୋରାଇଡ ଭଳି ବିଷାକ୍ତ ପଦାର୍ଥ ରହିଥିବା ଯୋଗୁ ତାହା ପାନୀୟ ଅନୁପଯୋଗୀ। ରାସାୟନିକ ପଦାର୍ଥ, ଜୀବାଣୁ ଏବଂ ଧାତୁ ଥିବାରୁ ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଆଦୌ ନିରାପଦ ନୁହେଁ ବୋଲି ସିଏଜି ରିପୋର୍ଟରେ କହିଛନ୍ତି। ଏହା ସତ୍ତ୍ୱେ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା।
କେବଳ ସେତିକି ନୁହେଁ, ଜଳ ପରୀକ୍ଷଣ ଫଲ୍ଟକିଟ୍‌ ବ୍ୟବହାରରେ ମଧ୍ୟ ଅନିୟମିତିତା ଦେଖାଦେଇଛି। ୨୦୧୫ ଜାନୁୟାରୀରେ ପିଏଚଇଓ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଅଶୋଧିତ ଜଳଗ୍ରହଣ ପଏଣ୍ଟରୁ ଆରମ୍ଭ କରି ବ୍ୟବହାରୀଙ୍କ ଟ୍ୟାପ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଜଳର ଗୁଣବତ୍ତା ପରୀକ୍ଷା ଏବଂ କ୍ଲୋରିନ ପଏଣ୍ଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ରାସାୟନିକ ପଦାର୍ଥର ମିଶ୍ରଣ ଉପରେ ବୈଜ୍ଞାନିକ ପ୍ରଣାଳୀରେ ପର୍ଯ୍ୟବେକ୍ଷଣ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ପିଏଚ୍‌ଇଓର ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଦୈନିକ ବ୍ୟବହାରକାରୀଙ୍କ ନିକଟରେ ୧୦ଟି ଜଳ ନମୁନା ଅର୍ଥାତ୍‌ ବର୍ଷକୁ ୩,୬୫୦ ନମୁନା ପରୀକ୍ଷା କରିବାର ଥିଲା। ମାତ୍ର ଦେଖାଗଲା ଯେ କଟକ, ରାୟଗଡ଼ା, କୋରାପୁଟ, ପୁରୀ ଏବଂ ବଲାଙ୍ଗୀର ଜନସ୍ବାସ୍ଥ୍ୟ ଡିଭିଜନ ଅଧୀନରେ ଥିବା ୬୦ଟି ବିଭାଗ ୬,୫୭୦୦୦ ନମୁନା ପରୀକ୍ଷା କରିବା ବଦଳରେ ମାତ୍ର ୧,୦୩,୯୬୬ ନମୁନା ପରୀକ୍ଷା କରିଛନ୍ତି। ଅର୍ଥାତ୍‌ ୮୪.୧୮ ପ୍ରତିଶତ ନମୁନା ପରୀକ୍ଷା କରାଯାଇ ନ ଥିଲା। ବଲାଙ୍ଗୀର ଡିଭିଜନକୁ ୬.୩୫ ଲକ୍ଷ ଟଙ୍କାର ଯନ୍ତ୍ରପାତି ଓ ରାସାୟନିକ ରିଏଜେଣ୍ଟଗୁଡିକର ସ୍ବଳ୍ପତା ସତ୍ତ୍ୱେ ସୁବର୍ଣ୍ଣପୁର ଓ ବିନିକା ଜନସ୍ବାସ୍ଥ୍ୟ ସଂସ୍ଥା ଜଳର କୌଣସି ପରୀକ୍ଷା କରି ନ ଥିଲେ। ଜନସ୍ବାସ୍ଥ୍ୟ ବିଭାଗ ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାନୀୟ ଜଳର ଗୁଣବତ୍ତାକୁ ନିଶ୍ଚିତ କରିବାରେ ବିଫଳ ହୋଇଥିବା ସିଏଜି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri