Posted inଫୁରସତ

ଏମିତି ବି ଘର

ରହିବା ପାଇଁ ଘରଟିଏ ସମସ୍ତେ ଚାହାନ୍ତି। ଏଇ ଘର କେବଳ ଯେ, ଖରା, ବର୍ଷା, ଶୀତରୁ ସୁରକ୍ଷା ଦିଏ ତାହା ନୁହେଁ, ବେଳେବେଳେ କିଛି ଘରର ସ୍ବତନ୍ତ୍ର ଡିଜାଇନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଏ। ଜାଣନ୍ତୁ ସେହିଭଳି କିଛି ଅଜବ ଡିଜାଇନ୍‌ର ଘର ସମ୍ପର୍କରେ…

ଓ୍ବିଙ୍ଗଶେପ୍‌ଡ ଜାୟେଦ ନ୍ୟାଶନାଲ ମ୍ୟୁଜିୟମ: ଆବୁଧାବିର ସାଦିୟାତ୍‌ ଦ୍ୱୀପରେ ଅଛି ଏହି ମ୍ୟୁଜିୟମ। ଉକ୍ତ ମ୍ୟୁଜିୟମ୍‌ର ବିଲ୍ଡିଂକୁ ଦେଖିଲେ ଲାଗେ ସତେଯେମିତି ଚଢ଼େଇ ଡେଣା ମେଲିଛି। ତେଣୁ ଏହାର ନାମ ଓ୍ବିଙ୍ଗଶେପ୍‌ଡ ଜାୟେଦ ନ୍ୟାଶନାଲ ମ୍ୟୁଜିୟମ । ଉକ୍ତ ଦ୍ୱୀପର ଏହା ହେଉଛି ପ୍ରଥମ ମ୍ୟୁଜିୟମ, ଯାହାକି ଏହି ଦେଶର ଇତିହାସ, ସଂସ୍କୃତି ଓ ସାମାଜିକ-ଆର୍ଥିକ ପରିବର୍ତ୍ତନକୁ ପ୍ରଦର୍ଶିତ କରିଥାଏ। ଏଥିରେ ୫ଟି ଡେଣା ସଦୃଶ ଟାଓ୍ବାର ଦେଖିବାକୁ ମିଳେ, ଯାହା କୃତ୍ରିମ ଭାବେ ତିଆରି ଭୂମି ଉପରେ ରହିଛି। ଏହି ଟାଓ୍ବାରରେ ରହିଛି ଅନେକ ଗ୍ୟାଲେରୀ,ବିରାଟକାୟ ଅଡିଟୋରିୟମ, ସୁନ୍ଦର ଲବି ଆଦି।

ସାଇବର ଟେକ୍ଚର ଏଗ୍‌ ଅଫିସ ବିଲ୍ଡିଂ: ଏକ ପ୍ରାକୃତିକ ଆକାର ସହ ସୃଜନଶୀଳ ଟେକ୍ନୋଲୋଜିର ମିଶ୍ରଣରେ ତିଆରି ହୋଇଛି ଏହି ସୁନ୍ଦର କୁକୁଡା ଅଣ୍ଡା ଡିଜାଇନ୍‌ର ବିଲ୍ଡିଂ। ମୁମ୍ବାଇରେ ଥିବା ଏହି ବିଲ୍ଡିଂଟି ଏକ ଅଫିସ୍‌ ଅଟେ, ଯାହାକି ପର୍ଯ୍ୟଟକଙ୍କର ସବୁବେଳେ ଦୃଷ୍ଟି ଆକର୍ଷଣ କରିଥାଏ। ୧୩ ମହଲା ବିଶିଷ୍ଟ ଏହି ଅଣ୍ଡାକୃତିର ବିଲ୍ଡିଂରେ ୩୩,୦୦୦ ବର୍ଗମିଟର ପରିମିତ ଅଞ୍ଚଳର ଅଫିସ୍‌ ସ୍ପେସ୍‌ ଅଛି। ତିନି ଲେଭଲ୍‌ର ବେସମେଣ୍ଟ, ୪୦୦ ପାର୍କିଂ ସ୍ପେସ୍‌ ଅଛି। ଆର୍କିଟେକ୍ଚର ଜେମ୍ସ ଲ’ ଏହାକୁ ଡିଜାଇନ୍‌ କରିଛନ୍ତି।

ରେନ୍‌ ବିଲ୍ଡିଂ: ସାଙ୍ଘାଇରେ ଅଛି ଏହି ଆକର୍ଷକ ରେନ୍‌ ବିଲ୍ଡିଂ। ଏଥିରେ ଦୁଇଟି ବିଲ୍ଡିଂ ଗୋଟିଏ ସ୍ଥାନରେ ଏକାଠି ହୋଇ ଇଂଲିଶ ଲେଟର ‘ଏ’ ଭଳି ଦେଖାଯାଇଥାଏ। ସେଥିମଧ୍ୟରେ ଗୋଟିଏ ବିଲ୍ଡିଂର ମୂଳଦୁଆ ପାଣିରେ ଥିବାବେଳେ ଅନ୍ୟ ବିଲ୍ଡିଂ ମାଟିରେ ଅଛି। କୋପେନହାଗେନ୍‌ର ବାର୍କେ ଇଞ୍ଜେଲ୍‌ସ ଗ୍ରୁପ୍‌(ବିଗ୍‌) ଏହାକୁ ଡିଜାଇନ୍‌ କରିଛି। ଏହାକୁ ହୋଟେଲ, ଲିଜର୍‌ ଓ କନଫରେନ୍ସ ସେଣ୍ଟର ପାଇଁ ଡିଜାଇନ୍‌ ହୋଇଛି।
ଅର୍ଥ ହାଉସ୍‌: ଠେକୁଆ ରହୁଥିବା ଗାତ ଭଳି ଏହି ଘର। ମାଟିରେ ଗାତ କରି ଭୂମି ତଳେ କରାଯାଇଛି ଏହି ଘର। ସ୍ବିଜରଲାଣ୍ଡରେ ଏହିଭଳି ଅନେକ ଘର ଦେଖିବାକୁ ମିଳେ, ଯାହା ‘ଅର୍ଥ ହାଉସ୍‌’ ଭାବେ ପରିଚିତ। କିଛି ପାହାଡିଆ ଅଞ୍ଚଳରେ ଏହି ଘର ରହିଛି। ଏହି ଘରକୁ ଦେଖିଲେ ଲାଗେ ସତେଯେମିତି ପ୍ରକୃତିର ସବୁଜ ଚାଦର ଭିତରେ ଘରଗୁଡ଼ିକ ଘୋଡ଼େଇ ହୋଇ ରହିଛି।

ବବଲ୍‌ ହାଉସ୍‌: ‘ବବଲ୍‌ ହାଉସ୍‌’ ବା ‘ପାଲେସ୍‌ ବ୍ୟୁଲ୍ସ’ ନାମରେ ଏହି ଘର ପରିଚିତ। ଫ୍ରାନ୍ସର କାନ୍ସ ନିକଟରେ ଥିବା ଥିଓଲ-ସୁର-ମେର୍‌ରେ ପାଣି ଫୋଟକା ସଦୃଶ ଏହି ବବଲ୍‌ ହାଉସ୍‌ ଦେଖିବାକୁ ମିଳେ। ଏହି ଅଜବ ପ୍ରକାରର ଘରକୁ ଡିଜାଇନ କରିଛନ୍ତି ହଙ୍ଗେରୀର ଆର୍କିଟେକ୍ଟ ଆଣ୍ଟି ଲୋଭାଗ। ଲଗାଲଗି ହୋଇ ରହିଥିବା ଓ ଏକ କଲୋନୀ ପରି ଲାଗୁଥିବା ଏହି ବବଲ୍‌ ଘରଗୁଡ଼ିକୁ ତିଆରି କରିବା ପାଇଁ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ସମୟ ଲାଗିଥିଲା। ପ୍ରଥମେ ଏହି ଘରକୁ ଫ୍ରାନ୍ସର ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟଙ୍କ ପାଇଁ ତିଆରି କରାଯାଇଥିଲା। କିନ୍ତୁ ଫ୍ୟାଶନ ଡିଜାଇନର୍‌ ପିଏରେ କାର୍ଡେନ ଏହାକୁ ହଲିଡେ’ ହୋମ୍‌ଭାବେ କିଣି ନେଇଥିଲେ। ୧୨୦୦ ବର୍ଗ ମିଟର ପରିମିତ ଅଞ୍ଚଳରେ ଥିବା ଏହି ବବଲ୍‌ ହାଉସରେ ଏକ ଫ୍ରଣ୍ଟ ଏରିଆ, ପାନାରୋମିକ ଲାଉଞ୍ଜ, ୫୦୦ ସିଟ୍‌ ବିଶିଷ୍ଟ ମୁକ୍ତ ଆକାଶ ଆମ୍ଫିଥିଏଟର, ୧୦ଟି ବେଡରୁମ୍‌ ଅନେକ ସୁଇମିଂ ପୁଲ ଓ ଓ୍ବାଟରଫଲ୍‌ ରହିଛି।

କାସା ଟେରାକୋଟା: ମାଟିର ଏହି ଘର ହାତରେ ତିଆରି। ଏହା କାସା ଟେରାକୋଟା ବା ସେରାମିକ୍‌ ହାଉସ୍‌ ଭାବେ ମଧ୍ୟ ପରିଚିତ। କଲମ୍ବିଆର ରିଗାଲ ମାଉଣ୍ଟେନ୍‌ ଭିଲେଜ୍‌ରେ ଏହି ଘର ରହିଛି। ଅଜବ ଡିଜାଇନ୍‌ର ଏହି ଘର ‘କାସା ଡି ଫ୍ଲିଣ୍ଟଷ୍ଟୋନ’ ନାମରେ ମଧ୍ୟ ପରିଚିତ। ପାହାଡ ଓ ସବୁଜ କ୍ଷେତ ମଧ୍ୟରେ ଥିବା ଏହି ଘର ବେଶ୍‌ ଆକର୍ଷକ ଲାଗେ।
ଅପ୍‌ସାଇଡ ଡାଉନ୍‌ ହାଉସ୍‌: ନାଁରୁ ହିଁ ଜାଣିପାରୁଥିବେ ଏହା ସାଧାରଣ ଘର ନୁହେଁ। କାରଣ ଏହି ଘରର ଚଟାଣ ଉପରକୁ ଓ ଛାତ ତଳକୁ ରହିଥାଏ। ଜର୍ମାନୀର ଟ୍ରାସେନହିଡରେ ଥିବା ଏହି ଘର ରହିବା ପାଇଁ ନୁହେଁ ବରଂ ପ୍ରଦର୍ଶନୀ ପାଇଁ ତିଆରି ହୋଇଛି। କ୍ଲାଉଡିୟସ୍‌ ଗୋଲୋଜ୍‌ ଓସେବାସିଅନ୍‌ ମିକୁସିଉକ୍‌ ଏହାକୁ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri