ଆଶା ବାନ୍ଧି ବସିଛନ୍ତି ଆଶାୟୀ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ତୁରନ୍ତ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତି ବୟସ ସୀମା ୪୨ବର୍ଷକୁ ବୃଦ୍ଧି, ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଓ ବେଆଇନ ଭାବେ ଚାଲୁଥିବା ସ୍କୁଲ୍‌କୁ ବନ୍ଦ ଦାବି କରି ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ପ୍ରଥମେ ଦୁଇ ଦଫା ଦାବି ନେଇ ଅକ୍ଟୋବର୨୭ରୁ ନଭେମ୍ବର୧୭ ଯାଏ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲା। ହେଲେ ସରକାର ଦାବି ପୂରଣ ନେଇ କିଛି ପଦକ୍ଷେପ କିମ୍ବା ଆଲୋଚନା ନ କରିବାରୁ ସଂଘ ନଭେମ୍ବର ୩୦ରୁ ପୁଣି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ଧାରଣା ଗୁରୁବାର ୧୦ଦିନରେ ପହଞ୍ଚତ୍ଥିବାବେଳେ ପୂର୍ବଭଳି ଧାରଣାସ୍ଥଳରେ ମାଣବସାଇ ଅଭିନବ ପ୍ରତିବାଦ କରିଛନ୍ତି।
ସଂଘ ସଭାପତି ଜୀବନ ବନ୍ଧୁ ଭୋଇ ଓ ସାଧାରଣ ସମ୍ପାଦକ ସୁବ୍ରତ କୁମାର ପଣ୍ଡା କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାରେ ୨୨୯୦୦୬ ପ୍ରାଥମିକ ଶିକ୍ଷକ ପଦବୀ ଅନୁମୋଦିତ କରିଥିବା କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ଆର୍‌ଟିଆଇ ତଥ୍ୟ ଅନୁଯାୟୀ, ଅନୁମୋଦିତ ଶିକ୍ଷକ ପଦବୀରୁ ଓଡ଼ିଶାରେ ୨୦୧୯-୨୦ ଶିକ୍ଷା ବର୍ଷ ସୁଦ୍ଧା ୧୯୩୧୭୧ଜଣ ପ୍ରାଥମିକ ଶିକ୍ଷକ କାର୍ଯରତ ଅଛନ୍ତି ଓ ବର୍ତ୍ତମାନ ୩୫୮୩୫ ପଦବୀ ଖାଲି ରହିଛି। ତେବେ ରାଜ୍ୟରେ ଏତେ ସଂଖ୍ୟକ ପ୍ରାଥମିକ ସ୍କୁଲ୍‌ରେ ଶିକ୍ଷକ ପଦବୀ ଖାଲି ରହିଥିଲେ ମଧ୍ୟ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଉନି। ସେହିପରି ରାଜ୍ୟ ସରକାର କେତେବେଳେ ପଦ ଖାଲି ନାହିଁ, ତ ପୁଣି ଆଉ କେତେବେଳେ ଶିକ୍ଷକ ଛାତ୍ର ଅନୁପାତ ୧:୨୨ ବୋଲି କହୁଛନ୍ତି। ଶିକ୍ଷକ ଓ ଛାତ୍ରର ଅନୁପାତକୁ ନେଇ ସରକାର ଗୋଟେ କଥା କହୁଥିବାବେଳେ ସରକାରଙ୍କ ଆର୍‌ଟିଆଇ ତଥ୍ୟ ଭିନ୍ନ କଥା କହୁଛି। ୨୦୧୦-୧୧ ଶିକ୍ଷାବର୍ଷ ପରଠାରୁ ଏହି ଅନୁପାତ ୩୦ରୁ ତଳକୁ ଖସିଥିଲେ ମଧ୍ୟ ସରକାର ଉକ୍ତ ବର୍ଷ ୨୪ହଜାର, ୨୦୧୧-୧୨ବର୍ଷ ୧୭୫୪୩, ୨୦୧୩-୧୪ବର୍ଷ ୧୪୧୮୧, ୨୦୧୪-୧୫ବର୍ଷ ୧୬୬୦୧ ଓ ୨୦୧୬-୧୭ବର୍ଷରେ ୧୪୦୮୭ କନିଷ୍ଠ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରଠାରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ହୋଇନାହିଁ। ତେଣୁ ସରକାର ଦାବି ମୁତାବକ ଶୀଘ୍ର ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ପଦବୀ ପୂରଣ ସହ ପ୍ରାର୍ଥୀଙ୍କ ବୟସ ସୀମା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ପୂରଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri