ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପରିଚାଳନାରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଘରୋଇ ସ୍କୁଲ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଇଛି। ହେଲେ ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା କରାଯାଇଥିବା ଏଠାରେ ଆଲୋଚନା ହେଉଛି। ଅନୁଦାନ ଅଭାବରୁ ସ୍କୁଲଗୁଡିକ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ।
ସମ୍ବଲପୁର ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ସ୍କୁଲ ନଭେମ୍ବର ୧୬ରେ ଲୋକାର୍ପଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୩ ସ୍କୁଲ ରୂପାନ୍ତରଣ ଯୋଜନା ରହିଛି। ହେଲେ ଅଧିକାଂଶ ସ୍ଥାନରେ ଅନୁଦାନ ଅଭାବରୁ ସ୍କୁଲ ନିର୍ମାଣ କରିବାକୁ ସ୍ଥାନୀୟ ଠିକାଦାର ପଛଘୁଞ୍ଚା ଦେଉଛନ୍ତି। ତେଣୁ ଅନୁଦାନ ବୃଦ୍ଧି ନ କଲେ ଏହି ଯୋଜନା ଫେଲ୍‌ ମାରିବା ସମ୍ଭାବନା ଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ପକ୍ଷରୁ ଏସ୍‌ଏଫ୍‌ସି, ସିଏସ୍‌ଏଫ୍‌ସି, ପଶ୍ଚିମଓଡ଼ିଶା ବିକାଶ ପରିଷଦ, ବିଆର୍‌ଜିଏଫ୍‌, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ସିଆର୍‌ଏଫ୍‌ ଭଳି ସରକାରୀ ଅନୁଦାନ ସହ କମ୍ପାନୀର ସିଏସ୍‌ଆର ଅନୁଦାନ ଖର୍ଚ୍ଚ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓମାନେ ମଧ୍ୟ କାମ ସମ୍ପୂର୍ଣ୍ଣ କରିବା ନେଇ ଚିନ୍ତାରେ ପଡିଛନ୍ତି। ପୂର୍ବ ସ୍କୁଲ କାମର ବିଲ୍‌ ଟଙ୍କା ସହଯୋଗ କରିଥିବା ଠିକାଦାର ଓ ସିମେଣ୍ଟ, ବାଲି, ଲୁହାଛଡ ଭଳି ସାମଗ୍ରୀ ଯୋଗାଣ ସଂସ୍ଥା ମଧ୍ୟ ଟଙ୍କା ବକେୟା ଥିବାରୁ ମନା କରିଦେଉଛନ୍ତି। ଏପରି କି କେତେଜଣ ଠିକାଦାର ଓ ଯୋଗାଣ ସଂସ୍ଥା ବିଡିଓ ଓ ପଞ୍ଚାୟତ ଅଫିସକୁ ଆସି ବକେୟା ଟଙ୍କା ଦାବି କରୁଛନ୍ତି। ବିଡିଓ ଓ ପଞ୍ଚାୟତ ସ୍ତରର ଅଧିକାରୀ ଅସହାୟ ପ୍ରକାଶ କରି କିଛିଦିନ ଅପେକ୍ଷା କରିବାକୁ କହୁଛନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ ସ୍ମାର୍ଟ ସ୍କୁଲ ପାଇଁ ରାଜ୍ୟ ସରକାରଙ୍କ ୪୫ ଲକ୍ଷ ଟଙ୍କା ଅନୁଦାନ ରହିଛି। ଏଥିରୁ ୧୦ ଲକ୍ଷ ଟଙ୍କା ସ୍କୁଲ ପରିଚାଳନା କମିଟି ଜମା ଖାତାରେ ରହିବ। ସେମାନେ ଉକ୍ତ ଟଙ୍କାକୁ ଶିକ୍ଷୟିତ୍ରୀ, ଶିକ୍ଷକ, ଛାତ୍ରୀଛାତ୍ର, ଅଭିଭାବକଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ କରିବେ। ୧୫ ଲକ୍ଷ ଟଙ୍କାରେ ସାଇନ୍ସ ଲ୍ୟାବରେ ବ୍ୟବହୃତ ସାମଗ୍ରୀ, ବେଞ୍ଚ ଡେକ୍ସ, କମ୍ପ୍ୟୁଟର, ପ୍ରୋଜେକ୍ଟର ଭଳି ସାମଗ୍ରୀ କିଣାଯାଉଛି। ବାକି ୩୫ ଲକ୍ଷ ଟଙ୍କାରେ ପୁରାତନ ସ୍କୁଲ ରୂପାନ୍ତରଣ କରାଯିବାକୁ ଯୋଜନା କରାଯାଇଛି। ସମ୍ବଲପୁର ସମେତ ଅଧିକାଂଶ ଜିଲାରେ ହାଇସ୍କୁଲରେ ୨ରୁ ୩ଟି କୋଠରୀ ରହିଛି। ବାକି ମାଟିକାନ୍ଥ ଥିବା ଆଜ୍‌ବେଷ୍ଟସ ଘର ରହିଛି। ଏହାକୁ ମରାମତି କଲେ ଅଧିକ ଅନୁଦାନ ଆବଶ୍ୟକ। ଏ ସମ୍ପର୍କରେ ଡିଆର୍‌ଡିଏ ପିଡି ଦିଲୀପ କୁମାର ବଳ କହିଛନ୍ତି, ସ୍ମାର୍ଟ ସ୍କୁଲ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଅନୁଦାନ ଅଭାବ ଦୂର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୫୩ ସ୍କୁଲ ହାତକୁ ନିଆଯାଇଛି। କେତେଜଣଙ୍କ ବକେୟା ଟଙ୍କା ରହିଛି, ତାହା ମଧ୍ୟ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri