Posted inଜାତୀୟ

ଦୁର୍ଘଟଣା ପରେ ବି ଜୀବିତ ଥିଲେ ବିପିନ ରାଓ୍ବତ, କହିଥିଲେ ନିଜ ନାମ…

କୁନ୍ନୁର,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ସିଡିଏସ ଜେନେରାଲ ବିପିନ ରାୱତ ଜୀବିତ ଥିଲେ। ଏପରିକି ସେ ତାଙ୍କ ନାମ ମଧ୍ୟ କହିଥିଲେ। ଉଦ୍ଧାରକାରୀ ଦଳ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ପାଖରେ ପହଞ୍ଚିବା ପରେ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରିଥିବା କହିଛନ୍ତି। ଉଦ୍ଧାରକାରୀ ଦଳର ଏନସି ମୁରଲୀ କହିଛନ୍ତି ଯେ ଆମେ ଉଦ୍ଧାର କରିଥିବା ୨ ଜଣଙ୍କ ମଧ୍ୟରେ ଜଣେ ବିପିନ ରାଓ୍ବତ ଥିଲେ। ନିଜ ଧିରେ ଧିରେ ନିଜ ନାମ କହିଥିଲେ। ତେବେ ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଜୀବିତ ଉଦ୍ଧାର ହୋଇଥିବା ଅନ୍ୟ ଜଣଙ୍କୁ ଆମେ ଚିହ୍ନଟ କରିପାରି ନ ଥିଲୁ ବୋଲି ସେ କହିଛନ୍ତି।

ଉଦ୍ଧାରକାରୀ ଦଳଙ୍କ କହିବାନୁସାରେ, ସିଡିଏସ ରାୱତଙ୍କ ଶରୀରର ନିମ୍ନ ଅଂଶ ଜଳି ଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଏକ ବେଡସିଟରେ ଗୁଡ଼ାଇ ଆମ୍ବୁଲାନ୍ସକୁ ନିଆଯାଇଥିଲା। ଏନସି ମୁରଲୀ ଅଗ୍ନିଶମ ସେବା ଦଳର ଜଣେ ସଦସ୍ୟ ଥିଲେ, ଯିଏ ସୂଚନା ପାଇବା ପରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଜଳୁଥିବା ବିମାନର ଧ୍ୱଂସାବଶେଷ ଲିଭାଇବା ପାଇଁ ଦମକଳ ଗାଡ଼ି ଇଞ୍ଜିନ ନେବାକୁ କୌଣସି ରାସ୍ତା ନ ଥିଲା। ନିକଟସ୍ଥ ଘର ଓ ନଦୀରୁ ପାଣି ଆଣି ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ। ଏହି କାରଣରୁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇପଡ଼ିଥିଲା।

କାଟେରୀ ଗାଁର ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ୧୨ ଜଣଙ୍କ ମୃତଦେହ ପାଇଥିବାବେଳେ ୨ ଜଣଙ୍କୁ ଜୀବିତ ଉଦ୍ଧାର କରିଥିଲେ। ବଞ୍ଚିଥିବା ଉଭୟଙ୍କ ଅବସ୍ଥା ଗୁରୁତର ଥିଲା। ପରେ ଜୀବିତ ଉଦ୍ଧାର ହୋଇଥିବା ଦ୍ୱିତୀୟ ବ୍ୟକ୍ତିଙ୍କୁ ଗ୍ରୁପ କ୍ୟାପଟେନ ବରୁଣ ସିଂ ବୋଲି ଚିହ୍ନଟ କରାଯାଇଥିଲା। ଭାରତୀୟ ବାୟୁସେନା ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ବିଷୟରେ ଉଦ୍ଧାରକାରୀ ଦଳଙ୍କର ନିରନ୍ତର ମାର୍ଗଦର୍ଶନ କରୁଥିଲା। ଘଟଣାସ୍ଥଳଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା କାଟେରୀ ଗାଁର ବାସିନ୍ଦା ପୋଥମ ପୋନ୍ନାମ ଚପରଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଏକ ବିସ୍ଫୋରଣ ଶବ୍ଦ ଶୁଣିଥିଲେ। କାଟେରୀ ବାସିନ୍ଦା ଜିଲା ଅଧିକାରୀଙ୍କୁ ସୂଚନା ଦେଇଥିଲେ, ଏହା ପରେ ସେହି ଅଞ୍ଚଳରେ ବିୁଦ୍ୟତ କାଟ ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ସହିତ ପୋଲିସ କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri