ଫଟୋ ଦେଖାଇ ମୁହାଁମୁହିଁ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭା ଗତ ୭ ଦିନ ଧରି ଅଚଳ ରହିଛି। ପୂର୍ବରୁ ବିରୋଧୀ ଦଳ ବିଧାନସଭାରେ ହଟ୍ଟଗୋଳ କରୁଥିଲେ। ଗତ ଦୁଇଦିନ ହେବ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳର ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ ମଇଦାନକୁ ଓହ୍ଲାଇଛନ୍ତି। ଶାସକ ଦଳ କେନ୍ଦ୍ର ଅବହେଳା ଏବଂ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବିକରି ହୋହଲ୍ଲା କରୁଛନ୍ତି। ବିଧାନସଭାରେ ଏକପ୍ରକାର ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ଓ କଂଗ୍ରେସ କେତେବେଳେ କଳାଗାମୁଛା ପକାଇ ତ ଆଉ କେତେବେଳେ ଘଣ୍ଟ ବଜାଇ, ଗଙ୍ଗାଜଳ ସିଞ୍ଚନ କରି ବିରୋଧୀ ଦଳ ଅଭିନବ ଢଙ୍ଗରେ ପ୍ରତିବାଦ କରି ଆସୁଛନ୍ତି। ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି, ସର୍ବଦଳୀୟ ବୈଠକ ପରେ ମଧ୍ୟ କୌଣସି ନିର୍ଯାସ ବାହାରି ପାରୁନାହିଁ। ବିରୋଧୀଙ୍କ ଗୋଟିଏ ଜିଦ୍‌ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ, ଘଟଣାର ତଦନ୍ତ ସିବିଆଇକୁ ଦିଆଯାଉ। କେବଳ ଗୋଟିଏ ପ୍ରସଙ୍ଗରେ ବିରୋଧୀ ଅଟକି ଥିବାବେଳେ ଚାଷୀ, ବେକାରି, ଆଇନଶୃଙ୍ଖଳା ଭଳି ଅନ୍ୟାନ୍ୟ ବହୁ ସମସ୍ୟା ହଜିଯାଇଛି।
ବୁଧବାର ୧୦ଟା ୩୦ ମିନିଟରେ ବାଚସ୍ପତି ସଭାକାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କରିଥିଲେ। ବାଚସ୍ପତି ନିଜ ସିଟ୍‌ରେ ବସିବା ଆଗରୁ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଧସେଇ ପଶି ଆସି ହଟ୍ଟଗୋଳ କରିଥ୍‌ତ୍ଲେ। ବିରୋଧୀଙ୍କ ହଟ୍ଟଗୋଳ ଦେଖି ଶାସକ ଦଳର ସଦସ୍ୟମାନେ ମଧ୍ୟ ହୋହଲ୍ଲା କରିଥିଲେ। ମମିତା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲଙ୍କୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଥିଲେ। ଭାଜପା ସଦସ୍ୟମାନେ ଗୋବିନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବାର ଏକ ଫଟୋ ଗୃହରେ ଦେଖାଇଥିଲେ। ବିଜେଡି ସଦସ୍ୟମାନେ ମଧ୍ୟ ଗୋବିନ୍ଦଙ୍କ ଓକିଲଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ଥିବା ଫଟୋ ପ୍ଲାକାର୍ଡ ଦେଖାଇଥିଲେ। ଫଳରେ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା।
ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ୧୦ଟା ୩୧ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ପରିସ୍ଥିତିରେ କୌଣସି ସୁଧାର ହୋଇ ନ ଥିଲା। ଭାଜପା ସଦସ୍ୟମାନେ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳାଗାମୁଛା ଫିଙ୍ଗିଥିଲେ। କଂଗ୍ରେସ ବି ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଥିଲା। ଏଥିଯୋଗୁ ଆଉ ୩୦ ମିନିଟ ପାଇଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଏହାପରେ ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ଅସମାପ୍ତ ଥିବାରୁ ପୁଣି ୧୨ଟା ୩ରୁ ଅଧଘଣ୍ଟା ଗୃହକୁ ମୁଲତବୀ କରାଯାଇଥିଲା। ସର୍ବଦଳୀୟ ବୈଠକ ସତ୍ତ୍ୱେ ବିଧାନସଭାରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୧୨ଟା ୩୩ରୁ ଅପରାହ୍ନ ୪ଟା  ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବାଧ୍ୟ ହୋଇ ବାଚସ୍ପତି ଗୃହକୁ ଗୁରୁବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଭାଜପାର ଦୋମୁହାଁ ନୀତି ଓ ଦୋହରା ରାଜନୀତି ବିଷୟରେ ପୂର୍ବରୁ ଖୁଲାସା କରିଥିଲି। ଗୋଟିଏ ପଟେ ଦଳର ନେତା ନୀତି ଆଦର୍ଶ କଥା କହୁଛନ୍ତି, ଅନ୍ୟପଟେ ଆସାମୀକୁ ଖସାଇବା ପାଇଁ ତାଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ଲୋକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି। ଏ ନେଇ ଭାଜପା ବିଧାୟକ ମୋହନ ମାଝି କହିଛନ୍ତି, ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ରହିଥିଲା। ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଥିଲା। ଏଥିରୁ ଜଣାପଡ଼ୁଛି, ଗୋବିନ୍ଦ ସାହୁ କେତେ ଶକ୍ତିଶାଳୀ ଥିଲେ। ଦିବ୍ୟଶଙ୍କର ତାଙ୍କୁ ସୁରକ୍ଷା ଦେଉଥିଲେ। ଏନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଗତ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ କିଛି କାର୍ଯ୍ୟ ହୋଇପାରୁନି। ଏଥିପାଇଁ ସରକାର ଦାୟୀ। ସରକାର ସବୁ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ବାହୁସ୍ଫୋଟ ମାରୁଛନ୍ତି। କିନ୍ତୁ ବିରୋଧୀ ଯାହା କହିବ ତାହା ଆଲୋଚନା କରିବା ପାଇଁ ପ୍ରସ୍ତୁତ ନୁହେଁ। ବିଜେଡି ଭାବିଲାଣି ଆଉ କ୍ଷମତାକୁ ଆସିବାର ନାହିଁ। ତେଣୁ ବିରୋଧୀଙ୍କ ଭୂମିକା ଗୃହରୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri