Posted inଜାତୀୟ

ବାୟୁସେନାର ଶକ୍ତି ହେବ ବୃଦ୍ଧି, ମିଳିବ ଏଇଏସ୍‌ଏ ରାଡାର…

ନୂଆଦିଲ୍ଲୀ,୮।୧୨: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବାକୁ ଯାଉଛି। ସ୍ବଦେଶୀ ଭାବେ ବିକଶିତ ରାଡାର – ଆକ୍ଟିଭ ଇଲେକ୍ଟ୍ରୋନିକ ସ୍କାନ (ଏଇଏସ୍‌ଏ)ର ସାମିଲ କରିବା ଲାଗି ବାୟୁସେନା ପ୍ରସ୍ତୁତ ହେଉଛି। ବାୟୁସେନାରେ ରାଡାର ସାମିଲ ହେବା ଦ୍ୱାରା, ଭାରତ ପୃଥିବୀର ଶକ୍ତିଶାଳୀ ଦେଶ ମଧ୍ୟରେ ନିଜର ଉପସ୍ଥିତିି ଜାହିର କରିବାକୁ ସକ୍ଷମ ହେବ।

ଆମେରିକା, ୟୁରୋପୀୟ ସଂଘ, ଇସ୍ରାଏଲ ଏବଂ ଚାଇନା ପାଖରେ  ଫୋର୍ସ ମଲ୍ଟିପାୟର୍‌ ଏଇଏସ୍‌ଏ ରାଡାର ରହିଛି।

ଏହା ଇଲେକ୍ଟ୍ରୋନିକ ଯୁଦ୍ଧ, ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଗାଇଡେଡ୍‌ ଗୋଳବାରୁଦର ମୁକାବିଲା କରିବାରେ ସକ୍ଷମ। ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଲଆରଡିଇ)ର ପ୍ରୋଜେକ୍ଟ ନିର୍ଦ୍ଦେଶକ, ଡି ଶେଷଗିରି ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏଇଏସ୍‌ଏ ରାଡାର ୯୫ ପ୍ରତିଶତ ସ୍ବଦେଶୀ। ଏହାର କେବଳ ଗୋଟିଏ ଆମଦାନୀ ହୋଇଥିବା ସବ୍‌ ସିଷ୍ଟମ ରହିଛି।

ଏହା ୧୦୦ କିଲୋମିଟରରୁ ଅଧିକ ଆକାଶ ମାର୍ଗରେ ୫୦ଟି ଟାର୍ଗେଟକୁ ଟ୍ରାକ କରିବାକୁ ସକ୍ଷମ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବାୟୁସେନାର ତେଜସର ସମସ୍ତ ୮୩ଟି ଯୁଦ୍ଧ ବିମାନରେ ଏହି ରାଡାରକୁ ସାମିଲ କରାଯିବ।

ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ଦ୍ୱାରା ବିକଶିତ ଭବିଷ୍ୟତର ଟୁଇନ-ଇଞ୍ଜିନ ଏଏମସିଏ ଯୁଦ୍ଧବିମାନରେ ମଧ୍ୟ ଏହି ରାଡାର ରହିବ। ଶେଷଗିରିଙ୍କ ଅନୁଯାୟୀ, ଏଇଏସ୍‌ଏ ରାଡାରକୁ ସୁଖୋଇ-୩୦ ଏମକେଆଇ ବିମାନର ରାଡାର କୋନ୍‌ ସହିତ ମିଗ-୨୯ କେ ଯୁଦ୍ଧବିମାନରେ ମଧ୍ୟ ଲଗାଯିବ। ସେ କହିଛନ୍ତି, ରିପୋର୍ଟ ଅନୁଯାୟୀ, ଏଲଆରଡିଇ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ସହିତ ତେଜସ ଏମ୍‌କେ ଆଇଏରେ ରାଡାରର ପ୍ରମୁଖ ଇଣ୍ଟିଗ୍ରେଟର ହେବା ପାଇଁ ଚୁକ୍ତି ସ୍ବାକ୍ଷର କରିଛି।

ଚଳିତ ମାସରେ ରାଡାର ଏକ ବିମାନରେ ପ୍ରଦର୍ଶିତ ହେବ। ଏପର୍ଯ୍ୟନ୍ତ ଆମେରିକା, ୟୁରୋପୀୟ ସଂଘ, ଇସ୍ରାଏଲ ଏବଂ ଚାଇନା ପାଖରେ ଏଇଏସ୍‌ଏ ରାଡାର କ୍ଷମତା ରହିଛି। ଏବେ ଭାରତ ଏହି ତାଲିକାରେ ଯୋଗଦେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri