ପ୍ରେକ୍ଷାଳୟରୁ ମୁହଁ ଫେରାଉଛନ୍ତି ଦର୍ଶକ

ଭୁବନେଶ୍ୱର,୮।୧୨ (ବ୍ୟୁରୋ):ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଟେଲିଭିଜନ ମାଧ୍ୟମରେ ଯେତେ ଚଳଚ୍ଚିତ୍ର ଦେଖିଲେ ବି ହଲ୍‌ରେ ବସି ଦେଖିବାର ମଜା ନିଆରା। ତେବେ କରୋନା ମହାମାରୀ ଯୋଗୁ ସିନେମା ଶିଳ୍ପ ପ୍ରଭାବିତ ହୋଇଛି। ଅର୍ଥାଭାବ ଯୋଗୁ ଅନେକ ସିନେମା ହଲ୍‌ ବନ୍ଦ ହୋଇଗଲାଣି। ତେଣୁ ବଡ଼ପରଦାରେ ସିନେମା ଦେଖିବା ଏବେ ଏକପ୍ରକାର ସ୍ବପ୍ନ ପାଲଟିଲାଣି। ଆଗଭଳି ଆଉ ଦର୍ଶକ ଆସୁ ନ ଥିବାରୁ ହଲ୍‌ଗୁଡିକ କ୍ଷତିରେ ଚାଲିଛି। କୋଭିଡ୍‌ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ରାଜ୍ୟ ସରକାର ପ୍ରଥମେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ହଲ୍‌ ଖୋଲିବାକୁ ଅନୁମତି ଦେଇଥିଲେ। ଏହାର କିଛିଦିନ ପରେ ପୂର୍ଣ୍ଣ ମାତ୍ରାରେ ଦର୍ଶକ ହଲ୍‌କୁ ଯାଇ ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ହଲ୍‌ ମାଲିକଙ୍କଠାରୁ ଆରମ୍ଭ କରି ଏଥି ସହିତ ଜଡିତ ଥିବା କର୍ମଚାରୀ ଏବଂ ଦର୍ଶକ ସମସ୍ତେ ଖୁସି ହୋଇଥିଲେ। ଧିରେ ଧିରେ ପୂର୍ବ ସ୍ଥିତି ଫେରି ଆସିବ ବୋଲି ମାଲିକମାନେ ଆଶା ବାନ୍ଧିଥିଲେ। ମାତ୍ର ପୁଣି କରୋନା ସେମାନଙ୍କ ଖୁସିରେ ଗ୍ରହଣ ସାଜିଲା। ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ପୁନର୍ବାର ୫୦ ପ୍ରତିଶତ ଦର୍ଶକରେ ହଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ କରୋନା ପରେ ଦର୍ଶକଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ପାଇଛି। ମହାମାରୀ ସମୟରେ ଅଧିକାଂଶ ପ୍ରଯୋଜକ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍‌ କଲେ। ଯାହାକି ଦର୍ଶକ ବିଶେଷକରି ଯୁବପିଢ଼ିଙ୍କ ଦ୍ୱାରା ଆଦୃତ ହେଲା। ସେହିପରି ଅନେକ ଓଡ଼ିଆ ଫିଲ୍ମ ମଧ୍ୟ ଟେଲିଭିଜନ୍‌ ଜରିଆରେ ରିଲିଜ୍‌ କରାଗଲା। ଘରେ ବସି ମାଗଣାରେ ନୂଆ ଫିଲ୍ମର ମଜା ନେବା ପରେ ଲୋକେ ହଲ୍‌ଠାରୁ ମୁହଁ ଫେରାଇବାରେ ଲାଗିଛନ୍ତି। ଫଳରେ ହଲ୍‌ ଚଳାଇବା ପାଇଁ ଆବଶ୍ୟକୀୟ ଅର୍ଥ ମିଳିବା କଷ୍ଟସାଧ୍ୟ ହୋଇପଡୁଛି। ଏପରି ଚାଲିଲେ ଆଉ କିଛିଦିନ ମଧ୍ୟରେ ହଲ୍‌ ଶିଳ୍ପ ବୁଡ଼ିଯିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡି ଆସୁଛି ଝଡ଼ ବର୍ଷା, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୫।୫: ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି...

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ବିଜେଡି ଛାଡିବେ ସମୀର ଦାଶ! ଟ୍ବିଟ କରି ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୫।୫: ବିଜେଡି ଛାଡିବେ କି ନିମାପଡା ବିଧାୟକ ସମୀର ଦାଶ! ଏନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ...

ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ...

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri