Posted inଖେଳ

ଗୋଟିଏ ମ୍ୟାଚ୍‌ରେ ଏକାଧିକ ରେକର୍ଡ ଭାଙ୍ଗିଲେ ଅଶ୍ୱିନ୍‌

ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ପ୍ରଦର୍ଶନ ସହିତ ପ୍ରମାଣ କରିଛନ୍ତି ଯେ, ସିଂହ କେବେ ପୁରୁଣା ହୁଏ ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ନିଜ ପ୍ରଦର୍ଶନ ସହିତ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ପୁରସ୍କାର ଦିଆଯାଇଛି।
୨୦୨୧ର କ୍ୟାଲେଣ୍ଡର ବର୍ଷ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଇଁ ବହୁତ ଭଲ ଥିଲା, ସେ ମହାନ ସ୍ପିନର ଅନିଲ କୁମ୍ବଲେ ଏବଂ ହରଭଜନ ସିଂଙ୍କ ରେକର୍ଡ ପଛରେ ପକାଇ ଚଳିତ ବର୍ଷ ସର୍ବଶ୍ରେଷ୍ଠ ବୋଲିଂ କରିଥିଲେ। ଚଳିତ କ୍ୟାଲେଣ୍ଡର ବର୍ଷରେ ଅଶ୍ୱିନ ଏପର୍ଯ୍ୟନ୍ତ ୫୨ ଉଇକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଅଶ୍ୱିନ ଟେଷ୍ଟ ଖେଳିବାର ସୁଯୋଗ ପାଆନ୍ତି, ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
ଅଶ୍ୱିନଙ୍କ କ୍ୟାରିୟରରେ ଚତୁର୍ଥ ଥର ପାଇଁ ଏକ କ୍ୟାଲେଣ୍ଡର ବର୍ଷରେ ୫୦ କିମ୍ବା ଅଧିକ ଉଇକେଟ ନେଇଛନ୍ତି। ଏହାପୂର୍ବରୁ ଅଶ୍ୱିନଙ୍କ ବ୍ୟତୀତ ୩-୩ଥର ଅନିଲ କୁମ୍ବଲେଏବଂ ହରଭଜନ ସିଂ ଏପରି କରିଥିଲେ। ଏଥିସହିତ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ ଦେବ ବର୍ଷକୁ ଦୁଇଥର ୫୦ରୁ ଅଧିକ ଉଇକେଟ ନେଇଛନ୍ତି।

ଏକ କ୍ୟାଲେଣ୍ଡର ବର୍ଷରେ ଅଧିକାଂଶ ସମୟରେ ୫୦+ ଉଇକେଟ
୪ ଥର – ରବିଚନ୍ଦ୍ରନ ଅଶ୍ୱିନ (୨୦୧୫, ୨୦୧୬, ୨୦୧୭, ୨୦୨୧)
୩ ଥର- ଅନିଲ କୁମ୍ବଲେ (୧୯୯୯, ୨୦୦୪, ୨୦୦୬)
୩ ଥର – ହରଭଜନ ସିଂ (୨୦୦୧, ୨୦୦୨, ୨୦୦୮)
୨ ଥର – କପିଲ ଦେବ (୧୯୭୯, ୧୯୮୩)

ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ସୋମବାର ମହାନ କିୱି ବୋଲର ସାର୍‌ ରିଚାର୍ଡ ହେଡଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜରେ ସର୍ବାଧିକ ଉଇକେଟ (୬୬) ହାସଲ କରିଛନ୍ତି। ଦୁଇ ଦେଶ ମଧ୍ୟରେ ୧୪ଟି ମ୍ୟାଚରେ ହେଡଲି ୬୫ ଉଇକେଟ ନେଇଥିଲେ।

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜର ଅଧିକାଂଶ ଉଇକେଟ
ରବିଚନ୍ଦ୍ରନ ଅଶ୍ୱିନ – ୯ଟି ମ୍ୟାଚ ରେ ୬୬ ଉଇକେଟ
ସାର୍‌ ରିଚାର୍ଡ ହେଡଲି – ୧୪ଟି ମ୍ୟାଚରେ ୬୫ ଉଇକେଟ
ବିଷ୍ଣୁ ସିଂ ବେଦୀ – ୧୨ଟି ମ୍ୟାଚରେ ୫୭ ଉଇକେଟ
ଇରାପାଲି ପ୍ରସନ୍ନ – ୧୦ ଟି ମ୍ୟାଚରେ ୫୫ ଉଇକେଟ
ଟିମ ସାଉଥି – ୧୦ଟି ମ୍ୟାଚ ରେ ୫୨ ଉଇକେଟ

ୱାଙ୍ଖେଡେରେ ଅଶ୍ୱିନ କୁମ୍ବଲେଙ୍କ ସହ ସମକକ୍ଷ
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସର୍ବାଧିକ ଉଇକେଟ ନେଇ ରବିଚନ୍ଦ୍ରନ ଅଶ୍ୱିନ ଅନିଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଏହି ଗ୍ରାଉଣ୍ଡରେ କୁମ୍ବଲେ ଏବଂ ଅଶ୍ୱିନ ୩୮ ଉଇକେଟ ନେଇଥିଲେ।

ୱାଙ୍ଖେଡେ ଷ୍ଟାଡିୟମରେ ଅଧିକାଂଶ ଟେଷ୍ଟ ଉଇକେଟଙେ୍‌
ଆର ଅଶ୍ୱିନ (ଭାରତ), ୫ ଟେଷ୍ଟ, ୩୮ ଉଇକେଟ
ଅନିଲ କୁମ୍ବଲେ (ଭାରତ), ୭ ଟେଷ୍ଟ, ୩୮ ଉଇକେଟ
କପିଲ ଦେବ (ଭାରତ), ୧୧ ଟି ଟେଷ୍ଟ, ୨୮ ଉଇକେଟ
ହରଭଜନ ସିଂ (ଭାରତ), ୫ ଟେଷ୍ଟ, ୨୪ ଉଇକେଟ
କରସନ ଗାଭ୍ରି (ଭାରତ), ୬ଟି ଟେଷ୍ଟ, ୨୩ ଉଇକେଟ
ଇଆନ ବୋଥମ (ଇଂଲଣ୍ଡ), ୨ ଟେଷ୍ଟ, ୨୨ ଉଇକେଟ

ଭାରତ ମାଟିରେ ଅଶ୍ୱିନଙ୍କ ୩୦୦ ଟେଷ୍ଟ ଉଇକେଟ
ମୁମ୍ବାଇ ଟେଷ୍ଟ ସମୟରେ ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ରେକର୍ଡ କରିଥିଲେ। ଭାରତୀୟ ମାଟିରେ ୩୦୦ ଉଇକେଟ ପୂରଣ କରିବାରେ ସେ ଦ୍ୱିତୀୟ ବୋଲର ହୋଇଥିଲେ। ଏହାପୂର୍ବରୁ ଅନିଲ କୁମ୍ବଲେ ଏହି କରିସ୍ମା କରିଥିଲେ। ଭାରତୀୟ ଗ୍ରାଉଣ୍ଡରେ ୬୩ ଟି ମ୍ୟାଚରେ କୁମ୍ବଲେଙ୍କ ନାଁରେ ୩୫୦ ଉଇକେଟ ରହିଛି।

ଭାରତୀୟ ମାଟିରେ ୩୦୦ ଉଇକେଟ
ଅନିଲ କୁମ୍ବଲେ – ୬୩ ମ୍ୟାଚ, ୩୫୦ ଉଇକେଟ
ଆର ଅଶ୍ୱିନ – ୪୯ ମ୍ୟାଚ, ୩୦୦ ଉଇକେଟ
ହରଭଜନ ସିଂ – ୫୫ ମ୍ୟାଚ, ୨୬୫ ଉଇକେଟ
କପିଲ ଦେବ – ୬୫ ମ୍ୟାଚ, ୨୧୯ ଉଇକେଟ
ରବିନ୍ଦ୍ର ଜାଡେଜା – ୩୪ ମ୍ୟାଚ, ୧୬୨ ଉଇକେଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri