ପାଚିଲା ଧାନ ଉପରେ ବର୍ଷା ପାଣି

ଅନୁଗୋଳ ଅଫିସ, ୬।୧୨: ବାତ୍ୟା ଜଓ୍ବାଦ ପ୍ରଭାବରେ ୨ ଦିନ ଧରି ବର୍ଷା ଲାଗିରହିବାରୁ ଅନୁଗୋଳ ଜିଲାର ସହସ୍ରାଧିକ ଏକର ଧାନ ଫସଲ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ପାଚିଲା ଧାନ ଜମିରେ ବର୍ଷା ପାଣି ଠିଆ ହୋଇରହିଥିବାରୁ ତଳେ ଲୋଟୁଥିବା ଧାନ ଗଜା ହୋଇଯିବା ସମ୍ଭାବନା ବଢ଼ିଯାଇଛି। ଏହାକୁ ନେଇ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷକର ଫସଲ କିପରି ବଞ୍ଚାଇବେ ତାହାକୁ ନେଇ ସେମାନେ ଥଳକୂଳ ପାଉ ନ ଥିବା ବେଳେ ଜିଲା କୃଷି ବିଭାଗ ସୋମବାର ପୂର୍ବାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିବା ସୂଚନା ମିଳିଛି। ଏପରି କି ସୋମବାର କ୍ଷେତ୍ର ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଚଳିତବର୍ଷ ମୌସୁମୀ ବର୍ଷା ଠିକ୍‌ ସମୟରେ ନ ହେବାରୁ ଜିଲାରେ ଧାନ ଫସଲ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରି ନ ଥିଲା। ଜିଲାରେ ପ୍ରଥମେ ୮୬ ହଜାର ହେକ୍ଟରରେ ଧାନ ଚାଷ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ନିଅଣ୍ଟିଆ ବର୍ଷା କାରଣରୁ ୭୨ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ତେବେ ଯେତିକି ଫସଲ କରାଯାଇଥିଲା ସେଥିରେ ଗତମାସରେ ଘନ ଘନ ଲଘୁଚାପ ବାଧକ ସାଜିଥିବାବେଳେ ଡିସେମ୍ବରରେ ବାତ୍ୟା ଜଓ୍ବାଦ ଅମଳ ସମୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଜିଲାର ସହସ୍ରାଧିକ ଏକର ଚାଷ ଜମିରେ ବର୍ଷା ପାଣି ଛିଡ଼ା ହୋଇ ରହିଥିବାବେଳେ ବହୁ ସ୍ଥାନରେ ଧାନ ଗଛ ପାଣିରେ ଶୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଚାଷ ହୋଇଥିବା ଜମିରୁ ମାତ୍ର ୨୫ରୁ ୩୦ ପ୍ରତିଶତ ଅମଳ ସରିଛି। ବାକି ୭୦ ପ୍ରତିଶତ ଧାନ ଫସଲ ବର୍ଷା ପାଣିରେ ବିଲରେ ଲୋଟିଥିବା ଜିଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି। କେବଳ ଧାନ ଚାଷ ନୁହେଁ ବିରି, ମୁଗ, ହରଡ଼, ରାଶି ଓ ପରିବା ଚାଷୀମାନେ ମଧ୍ୟ ସମସ୍ୟାରେ ପଡ଼ିଛନ୍ତି। ଏ ନେଇ ଜିଲା କୃଷି ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ପାଲଲହଡ଼ା, ତାଳଚେର, କଣିହଁା, ଅନୁଗୋଳ, ବଅଁରପାଳ ଆଦି ଅଞ୍ଚଳର କୃଷି ଅଧିକାରୀଙ୍କୁ ବୈଠକକୁ ଡକାଯାଇଛି। ଆଠମଲ୍ଲିକ ଉପଖଣ୍ଡ ଅଞ୍ଚଳରେ ବର୍ଷାର ପ୍ରଭାବ ସେତେଟା ନ ଥିବାରୁ ସେଠାରେ ଥିବା କୃଷି ଅଧିକାରୀଙ୍କୁ ଘଟଣାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକ ପରେ ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ ସହ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଦେବରାଜ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri