ପାଣିରେ ବୁଡ଼ିଛି ପାଚିଲା ଧାନ

ଢେଙ୍କାନାଳ ଅଫିସ, ୬।୧୨:  ଗଭୀର ଅବପାତରେ ପରିଣତ ହେବାପରେ ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ‘ଜଓ୍ବାଦ’। ଓଡ଼ିଶା ଉପରୁ ଯଦିଓ ବାତ୍ୟା ଭୟ ଟଳିଛି, ହେଲେ ସାମୁଦ୍ରିକ ଝଡ଼ ପ୍ରଭାବରେ ହୋଇଥିବା ଲଗାଣବର୍ଷା ଚାଷୀଙ୍କ ପାଇଁ ଆଣିଛି ଦାରୁଣ ଦୁଃଖ। ପାଚିଲା ଧାନ ପାଣିରେ ବୁଡ଼ି ରହିଥିବାବେଳେ ବ୍ୟାପକ ଫସଲ କ୍ଷତି ହୋଇଛି। ଫସଲ ଅମଳ ସମୟରେ ଏଭଳି ପ୍ରାକୃତିକ ବିପତ୍ତି ଢେଙ୍କାନାଳ ଜିଲାର ଚାଷୀକୁଳକୁ ଦୋହଲାଇ ଦେଇଛି।
ଦୁଇଦିନ ଧରି ହୋଇଥିବା ଲଗାଣବର୍ଷାରେ ସଦର ବ୍ଲକ ଗୋବିନ୍ଦପୁର, ନୂଆଗଁା ପଞ୍ଚାୟତ ମଣ୍ଡାପାଳ ଗ୍ରାମରେ ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଛି। ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଚାଷୀ ଏଥିରେ ପ୍ରଭାବିତ ହୋଇଛନ୍ତି। ଅଞ୍ଚଳର ପ୍ରାୟ ୨୦୦ ଏକର ଜମି ବର୍ଷାଜଳରେ ବୁଡ଼ି ରହିଥିବାବେଳେ ଧାନଗଛ ଭାସୁଛି। ରବିବାର ସୁଦ୍ଧା କୃଷି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ନ ଥିବା ଚାଷୀ ସନ୍ତୋଷ କୁମାର ସ୍ବାଇଁ ଅଭିଯୋଗ କରିଛନ୍ତି। ସେହିପରି ନୂଆଗଁା ପଞ୍ଚାୟତ ମଣ୍ଡାପାଳ ଗ୍ରାମର ୫ ଏକର ଜମିରେ ପାଣି ପଶିଯାଇଥିବା ଚାଷୀ ସର୍ବେଶ୍ୱର ବ୍ରହ୍ମ ଅଭିଯୋଗ କରିଛନ୍ତି। ୧୫ଦିନ ଭିତରେ ଧାନ ଅମଳ ସରିଥାଆନ୍ତା। ଏହା ପୂର୍ବରୁ ଅଦିନିଆ ବର୍ଷା ମେରୁଦଣ୍ଡ ଭାଙ୍ଗିଦେଲା ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ କୁହନ୍ତି, ଜିଲାରେ ଆକଳନ ତୁଳନାରେ କମ୍‌ ବର୍ଷା ହୋଇଛି। ବାତ୍ୟା ଭୟ ମଧ୍ୟ ଟଳିଛି। ବର୍ଷା ସମ୍ପୂର୍ଣ୍ଣ କମିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ। ବୀମାଭୁକ୍ତ ଚାଷୀଙ୍କୁ ସଚେତନ କରାଯାଇଛି। ବୀମା କମ୍ପାନୀ ଏବଂ କୃଷି ବିଭାଗକୁ ଫଟୋ ସହ ଲିଖିତ ଭାବେ ଜଣାଇବା ଲାଗି ସେମାନଙ୍କୁ କୁହାଯାଇଥିବା କୃଷି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri