ଦୁଶ୍ଚିନ୍ତାରେ ଯବାନ

ନାଗାଲାଣ୍ଡ ମନ୍‌ ଜିଲାର ଟିରୁ ଅଞ୍ଚଳରେ ୪ ଡିସେମ୍ବର ସନ୍ଧ୍ୟାରେ ସେନାର ଅତର୍କିତ ଆକ୍ରମଣରେ ୧୩ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୧୧ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ପ୍ରତିକ୍ରିୟାରେ ସ୍ଥାନୀୟ ଲୋକଙ୍କ ପ୍ରତିଆକ୍ରମଣରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ବେଆଇନ ଘୋଷିତ ନ୍ୟାଶନାଲିଷ୍ଟ ସୋସିଆଲିଷ୍ଟ କାଉନ୍‌ସିଲ୍‌ ଅଫ୍‌ ନାଗାଲାଣ୍ଡ ବା ଏନଏସ୍‌ସିଏନ୍‌ (ଖାପଲଙ୍ଗ୍‌ ୟୁଙ୍ଗ୍‌-ଅଙ୍ଗ୍‌)ର ଉଗ୍ରପନ୍ଥୀମାନେ ସମ୍ପୃକ୍ତ ଅଞ୍ଚଳରେ ଆତଯାତ କରୁଛନ୍ତି ବୋଲି ସେନାକୁ ଗୋଇନ୍ଦା ସୂଚନା ମିଳିଥିଲା। ତଦନୁଯାୟୀ ଯବାନମାନେ କାର୍ଯ୍ୟାନୁଷ୍ଠାନ କରିବା ସକାଶେ ଛପି ରହିଥିଲେ। ସେହି ବାଟ ଦେଇ ଯାଉଥିବା ଗାଡ଼ିରେ ଉଗ୍ରପନ୍ଥୀ ଅଛନ୍ତି ଭାବି ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ହେଲେ ସେଥିରେ ସ୍ଥାନୀୟ ଏକ କୋଇଲା ଖଣିରୁ କାମ ସାରି ଶ୍ରମିକମାନେ ଘରକୁ ଫେରୁଥିଲେ। ଯବାନଙ୍କ ଆକ୍ରମଣ ଯୋଗୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପରେ ଆଉ ୭ ଜଣଙ୍କ ପ୍ରାଣହାନି ହୋଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବିଷୟକୁ ସେନା ସ୍ବୀକାର କରି ନ ଥିଲା। ପରେ ଜଣାପଡ଼ିଥିଲା ଯେ ସେନା ଆକ୍ରମଣର ଶିକାର ହୋଇଥିବା ଶ୍ରମିକମାନେ ନିୟମିତ ଖଣିରେ କାମ କରିଥାଆନ୍ତି। ସେମାନେ ସାପ୍ତାହିକ କାର୍ଯ୍ୟ ସାରି ଶନିବାର ଘରକୁ ଫେରନ୍ତି ଓ ରବିବାର ପରିବାର ସହ ରହିବା ପରେ ପୁନଶ୍ଚ ସୋମବାର କାମରେ ଯୋଗ ଦେଇଥାଆନ୍ତି।
ସେନା ଦ୍ୱାରା ଘଟାଯାଇଥିବା ସଂହାର ଯୋଗୁ ଟିରୁ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ ଉକ୍ତ ଘଟଣାକୁ ନିନ୍ଦା କରି ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାଧାରଣ ଲୋକଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିବା ସହ ଶୀଘ୍ର ମୃତକଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା କରିଛନ୍ତି। ବାସ୍ତବରେ ମୃତକଙ୍କ ପରିବାର କେବେ ନ୍ୟାୟ ପାଇବେ ସମୟ କହିବ। ତେବେ ଏଠାରେ ଏସ୍‌ଆଇଟି କେଉଁ ବିଷୟ ତଦାରଖ ବା ତନାଘନା କରିବ କହିବା କଷ୍ଟକର। ଆଜିର ପରିସ୍ଥିତିରେ ଭାରତୀୟ ସେନାର କୌଣସି ଦୋଷ ଦୁର୍ବଳତାକୁ ଦର୍ଶାଇଲେ ତାହା ଦେଶ ବିରୋଧୀ କାର୍ଯ୍ୟର ଆଖ୍ୟା ଦିଆଯାଉଛି। ଓଡ଼ିଶାବାସୀଙ୍କ ପାଇଁ ସେନାର ବିଭିନ୍ନ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ବୁଝିବା କଷ୍ଟକର ନୁହେଁ। ତାହାର ଝଲକ ଏହି ରାଜ୍ୟର ବିଭିନ୍ନ ଜିଲାରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଦ୍ୱାରା କରାଯାଇଥିବା ଭୁଲ୍‌ କାର୍ଯ୍ୟରୁ ବାରି ହୋଇପଡ଼େ। ଏଥିସହିତ ସେନା ଯବାନମାନଙ୍କ ପ୍ରତି ଯେଉଁଭଳି ବ୍ୟବହାର ସରକାରଙ୍କ ଦ୍ୱାରା ପ୍ରଦର୍ଶନ କରାଯାଏ ଏବଂ ତାଙ୍କ କାର୍ଯ୍ୟରେ ଯେତିକି ଦୁଶ୍ଚିନ୍ତା ରହିଥାଏ, ସେଥିଯୋଗୁ ସେମାନେ ଅତ୍ୟନ୍ତ ବିଚଳିତ ରହିବା ସ୍ବାଭାବିକ। ବ୍ୟତିବ୍ୟସ୍ତ ମଣିଷ ଅନେକ ଭୁଲ୍‌ ଘଟାଇବା ସହଜ ହୋଇଥାଏ।
ଟିରୁ ଘଟଣାକୁ ଦେଖିଲେ ସେନା ପକ୍ଷରୁ କୁହାଯାଇଛି ଯେ, ଯେଉଁଠାରେ ଯବାନମାନେ ସମ୍ପୃକ୍ତ ଗାଡ଼ି ଉପରେ ଆକ୍ରମଣ କଲେ ସେଥିରେ ଉଗ୍ରପନ୍ଥୀ ଥିବା ବିଶ୍ୱାସଯୋଗ୍ୟ ଥିଲା। କାରଣ ବିଶ୍ୱସ୍ତ ସୂତ୍ରରୁ ଗୋଇନ୍ଦା ସୂଚନା ମିଳିଥିଲା। ଏହି ଘଟଣାରୁ ଭାରତୀୟ ସେନାର ଗୋଇନ୍ଦା ବ୍ୟବସ୍ଥା କେତେ ଶକ୍ତିଶାଳୀ ତାହା ଅନୁମାନ କରିହେଉଛି। ଦେଶ ଭିତରେ ଉଗ୍ରପନ୍ଥୀଙ୍କ ଗତିବିଧି ବିଷୟରେ ଅଜ୍ଞ ରହିଯାଉଥିବା ସେନା ସୀମାପାର ଆତଙ୍କବାଦ ଓ ଅନ୍ୟ ରାଷ୍ଟ୍ର ସହ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ତାହାର ମୁକାବିଲା କିଭଳି କରିପାରିବ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri