‘ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‌ ପୁନରୁଦ୍ଧାରକୁ ଗୁରୁତ୍ୱ’

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବାତ୍ୟା ‘ଜୱାଦ୍‌’କୁ ନେଇ ଶକ୍ତି ବିଭାଗର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ବିଦ୍ୟୁତ୍‌ ଯୋଦ୍ଧାଙ୍କୁ ପ୍ରଶଂସା କରି ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରବେଳେ କର୍ମଚାରୀ ନିଜକୁ ସୁରକ୍ଷିତ ରଖି କାର୍ଯ୍ୟକରିବା, ସୁରକ୍ଷା ପ୍ରବନ୍ଧନ ପ୍ରତି ସଚେତନ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଉପସ୍ଥାପନ ପାଇଁ କହିଥିଲେ। ଏଥିସହ ପାଣିପାଗ ବିଭାଗର ତଥ୍ୟ ଉପରେ ସର୍ବଦା ନଜର ରଖି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ପୁରୀ ନିକଟରେ ବାତ୍ୟା ଅତିକ୍ରମ କରିବା ସମ୍ଭାବନା ଥିବାରୁ ସେଠାରେ ବିଦ୍ୟୁତ୍‌ ବ୍ୟବସ୍ଥା କ୍ଷତିଗ୍ରସ୍ତ ଆଶଙ୍କା ରହିଛି। ଗତ ‘ୟାସ୍‌’ ବାତ୍ୟା ପରେ ବିଦ୍ୟୁତ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଥିବାରୁ କ୍ଷୟକ୍ଷତି କମ୍‌ ହେବ ବୋଲି ଆଶା କରାଯାଉଛି। ଖାଲୁଆ ଅଞ୍ଚଳ ପାଇଁ ଆଗୁଆ ଭାବେ ପାଣିପମ୍ପ, ଡିଜି ସେଟ୍‌ ଏବଂ ଆସ୍କା ଲାଇଟ୍‌ ବ୍ୟବସ୍ଥା କରିବା ସହିତ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜନ ସକାଶେ ଟିମ୍‌ ଗଠନ, ଯାନ ପ୍ରସ୍ତୁତି ମୋବାଇଲ୍‌ ଚାର୍ଜର, ସାଟେଲାଇଟ୍‌ ଫୋନ୍‌ ଭଳି ବ୍ୟବସ୍ଥା ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯାଇଛିା ା ଏଥିସହିତ ଗ୍ରୀଡ୍‌କୋ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଏଥିସହ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri