ରାଜଧାନୀରେ ସୁପାରିକିଲର

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ହତ୍ୟା ପାଇଁ ଭୁବନେଶ୍ୱରରେ ଜଗି ରହିଥିଲେ ସୁପାରିକିଲର। ହେଲେ ଟାର୍ଗେଟ ପୂର୍ବରୁ ମାଡ଼ି ବସିଲା ପୋଲିସ। ଜଣେ ଖସିଯାଇଥିବାବେଳେ ଅନ୍ୟ ଜଣେ ଧରାପଡିଛନ୍ତି। ଶୁକ୍ରବାର ରାତିରେ ନୟାପଲ୍ଲୀ ଥାନା ପୋଲିସ ହାତରେ ଧରାପଡିଥିବା ବନ୍ଧୁକଧାରୀ ଅପରାଧୀ ଜଣକ ସୁପାରିକିଲର ବୋଲି କମିଶନରେଟ ପୋଲିସ ରବିବାର ସ୍ପଷ୍ଟ କରିଛି। ଗିରଫ ପରେ ତାଙ୍କ ନାମରେ (ନଂ.୫୪୮/୨୧) ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଞ୍ଚଳର ସମ୍ପଦ କୁମାର ସାହୁ(୩୬)। ତାଙ୍କ ନିକଟରୁ ୨ ପିସ୍ତଲ, ୮ ରାଉଣ୍ଡ ଗୁଳି ଓ ସେ ବ୍ୟବହାର କରୁଥିବା ବାଇକ ଜବତ ହୋଇଛି। ଏଥିସହ ଏକ ରେଡ୍‌ ଚିଲ୍ଲି ସ୍ପ୍ରେ ମଧ୍ୟ ଜବତ କରାଯାଇଛି। ଏହି ସ୍ପ୍ରେକୁ ସେ ପୋଲିସ କିମ୍ବା ଅନ୍ୟ କାହା ଉପରେ ପକାଇ ସେମାନେ ଫେରାର ହୋଇଯାଆନ୍ତି। ତେବେ ଜବତ ପିସ୍ତଲ ଓ ଗୁଳିକୁ ସେମାନେ ବିହାର ମୁଙ୍ଗେର୍‌ରୁ ଚୋରାରେ ଆଣିଥିଲେ ବୋଲି ପୋଲିସ କହିଛି। କିନ୍ତୁ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେମାନେ ସେଠାରେ ଯୋଜନାରେ ଥିଲେ ବୋଲି ଶୁଣିବାକୁ ମିଳୁଥିବାବେଳେ ତଦନ୍ତରେ ବାଧା ସୃଷ୍ଟି ଆଶଙ୍କାରେ ଏନେଇ ପୋଲିସ କିଛି ସୂଚନା ଦେଉନାହିଁ। ଅନ୍ୟପକ୍ଷରେ ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି।

ଗିରଫ ସମ୍ପଦ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ସେ ୨୦୧୮ରୁ ଜେଲ୍‌ରୁ ବାହାରିଛନ୍ତି। ତାଙ୍କ ନାମରେ କଟକ ବିଡାନାସୀ, ମାଲଗୋଦାମ ଓ ବାରଙ୍ଗ ଥାନା, କେନ୍ଦ୍ରାପଡ଼ାର ପାଟକୁରା ଏବଂ ଜଗତ୍‌ସିଂହପୁରର ତିର୍ତ୍ତୋଲ ଥାନାରେ ହତ୍ୟାଭଳି ୫ ମାମଲା ରହିଛି। ତେବେ ସାହସର ସହ ଲଢି ତାଙ୍କୁ କାବୁ କରିଥିବା ୨ଜଣ ଏସ୍‌ଆଇଙ୍କୁ ପୁରସ୍କୃତ କରାଯିବ। ଏଥିସହ ଫେରାର ହୋଇଯାଇଥିବା ଅନ୍ୟଜଣେ ସହଯୋଗୀଙ୍କୁ ଖୁବ୍‌ଶୀଘ୍ର ଠାବ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏନେଇ ନୟାପଲ୍ଲୀ ଥାନା ଅଧିକାରୀ ଶରତ ସାହୁ କହିଛନ୍ତି, ସେମାନେ ଧରାପଡିବା ଦିନ ହିଁ ଭୁବନେଶ୍ୱର ଆସିଥିଲେ। ତେବେ ସେମାନେ କାହାକୁ ହତ୍ୟା କରିଥାନ୍ତେ, ତାହା ପୋଲିସ ପକ୍ଷରୁ ଗଣମାଧ୍ୟମକୁ କୁହାଯିବ ନାହିଁ। ଅଧିକ ତଥ୍ୟ ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ସେ କହିଛନ୍ତି।

ଶୁକ୍ରବାର ରାତି ୯ଟା ୩୦ରେ ନୟାପଲ୍ଲୀ ଥାନା ଆଇଆର୍‌ସି ଭିଲେଜ ସ୍ବପ୍ନେଶ୍ୱର ମନ୍ଦିର ପାଖାପାଖି ଅଞ୍ଚଳରେ ଏକ ପଲ୍‌ସର ଗାଡିରେ ୨ଜଣ ବନ୍ଧୁକ ଧରି ବୁଲୁଥିବା ପୋଲିସକୁ ଖବର ମିଳିଥିଲା। ଏହାପରେ ସ୍ପେଶାଲ ସ୍କ୍ବାଡ୍‌ ସମେତ ୮ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ୪ଟି ବାଇକ୍‌ରେ ସେହି ଅଞ୍ଚଳକୁ ଯାଇ ଅପରେଶନ ଆରମ୍ଭ କରିଥିଲେ। ଏସ୍‌ଆଇ ଏସ୍‌.ଏନ୍‌. ବାରିକ ଓ ଏସ୍‌. ଏନ୍‌. ପାତ୍ର ମନ୍ଦିର ନିକଟ ଓମ୍‌ଫେଡ୍‌ ବୁଥ୍‌ ପାଖରେ ସେମାନଙ୍କୁ ଦେଖି କାବୁ କରିବାକୁ ଚେଷ୍ଟା କରିଥିଲେ। ସମ୍ପଦକୁ ଧରିବା ଭିତରେ ସହଯୋଗୀ ଅପରାଧୀ ଜଣକ ଦୌଡି ପଳାଇଥିଲେ। ଏପଟେ ସମ୍ପଦ ଖସି ଯିବା ପାଇଁ ପାଖରେ ରଖିଥିବା ବନ୍ଧୁକ କାଢି ପୋଲିସକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁଇ ପୋଲିସ ଅଧିକାରୀ ସାହସର ସହିତ ସେମାନଙ୍କୁ କାବୁ କରିବା ସହ ବନ୍ଧୁକ ନିଜ କବ୍‌ଜାକୁ ଆଣିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଯାଇଥିଲେ। ତେବେ ଧସ୍ତାଧସ୍ତି ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଆହତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri