ପଥର ଖୋଦେଇର ଗାଁ

ବାରିପଦା ଅଫିସ,୨୬।୧୧- ରାତି ପାହିଲେ ନିହାଣ ଶବ୍ଦରେ ଗୁଞ୍ଜରିତ ହୋଇଉଠେ ଆଖପାଖ ଅଞ୍ଚଳ। ମୁଗୁନିପଥରକୁ ଖୋଦେଇ କରି ଜୀବନ୍ତ କରିଥାନ୍ତି କାରିଗରମାନେ। ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅର୍ଜୁନବିଲା ପଞ୍ଚାୟତ ଅନ୍ତର୍ଗତ କେଶନା ଗ୍ରାମ ଏହି ସୁନ୍ଦର କାରୁକାର୍ଯ୍ୟ ପାଇଁ ଜିଲା ତଥା ରାଜ୍ୟ ବାହାରେ ବେଶ୍‌ ପରିଚିତ। ଗାଁର ପୁରୁଷଙ୍କ ସହ ମହିଳାମାନେ ମଧ୍ୟ କଳାକୃତି ନିର୍ମାଣରେ ସିଦ୍ଧହସ୍ତ।
କଳା ଓ ସଂସ୍କୃତି ପାଇଁ ବିଶ୍ୱଦରବାରରେ ପରିଚିତ ମୟୂରଭଞ୍ଜ ଜିଲା। ଗଡ଼ଜାତ ସମୟରେ ଏକଦା ମୟୂରଭଞ୍ଜ ରାଜ୍ୟର ରାଜଧାନୀ ଥିଲା ଖିଚିଂକୋଟ୍ଟା। ଜାତୀୟ ରାଜପଥ ନଂ.୪୯ର ଚଢ଼େଇଭୋଳ-ଖିଚିଂ ରାସ୍ତାରେ ଗଲେ ପଡ଼େ କେଶନା ଗ୍ରାମ। ଏହି ଗାଁରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ୮୫ ଭାଗ ଲୋକ ପଥର କାରିଗରି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ଅବଶିଷ୍ଟ ଚାଷ ଓ ସରକାରୀ କର୍ମଚାରୀ ଭାବରେ କାମ କରୁଛନ୍ତି । ଗ୍ରାମର ଲୋକେ ସରଳ ଭାବରେ ଜୀବନଯାପନ କରୁଥିବାବେଳେ ସେମାନଙ୍କ ପ୍ରଥା ଓ ପରମ୍ପରା ଅତ୍ୟନ୍ତ ନିଆରା। ମୁଗୁନିପଥର କାରିଗରମାନେ ପଥର ଦେହରେ ଆଙ୍କିପାରନ୍ତି ବିଭିନ୍ନ ରୂପର ଜୀବନ୍ତ ପ୍ରତିକୃତି । ପୂର୍ବପୁରୁଷଙ୍କୁୁ ଅନୁସରଣ କରି ଏହି ଗାଁ ଲୋକେ ପଥର କାରିଗରିକୁ ନିଜର ପେସା ଭାବରେ ଗ୍ରହଣ କରିଛନ୍ତି। ଗାଁରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ସୁଦକ୍ଷ କାରିଗର ଥିବା ବେଳେ ସେମାନଙ୍କ ଦ୍ୱାରା ନିର୍ମିତ ନିଖୁଣ ମୂର୍ତ୍ତି ସାରା ବିଶ୍ୱରେ ବିଖ୍ୟାତ। ନୂତନ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଉଦ୍ୟୋକ୍ତାମାନେ ଏହି ଗ୍ରାମକୁ ଆସି ସେମାନଙ୍କର ପସନ୍ଦର ମୂର୍ତ୍ତି ନିର୍ମାଣ ପାଇଁ ଅଗ୍ରିମ ଟଙ୍କା ଦାଖଲ ପୂର୍ବକ ବରାଦ ଦେଇଥାନ୍ତି । ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସହିତ ପୂର୍ବପୁରୁଷ ଓ ମହାପୁରୁଷଙ୍କ ଅବିକଳ ପ୍ରତିକୃତି ନିର୍ମାଣ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ଗାଁର କାରିଗରମାନେ। ସେହିପରି ଏହି ଗ୍ରାମର କଳାକୃତି ବିଭିନ୍ନ ସହରର ବଡ଼ବଡ଼ ହୋଟେଲ, ଅନୁଷ୍ଠାନ ଓ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ଶୋଭାବର୍ଦ୍ଧନ କରୁଛି।
କାରିଗର ସୁବାଶିଷ ନନ୍ଦୀ କୁହନ୍ତି, ପଥରରୁ ପଥୁରୀ, ଗ୍ଲାସ୍‌, ବେଲଣା ଚକି ଓ ବାଡ଼ି ହେମଦସ୍ତା, ଧୂପଦାନୀ, ହାତୀ, ବାଘ, ସିଂହ, କୋଣାର୍କ ଚକ୍ର ଓ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ମେଳା ଓ ବଜାରରେ ବିକ୍ରି କରିଥାଉ। ମାତ୍ର ସରକାରୀ ସ୍ତରରେ ଉପଯୁକ୍ତ ବଜାର ସୁବିଧା ନ ଥିବାରୁ ପରିଶ୍ରମ ଅନୁସାରେ ମୂଲ୍ୟ ପାଇପାରୁ ନାହୁଁ। ତେବେ ଐତିହାସିକ ଶକ୍ତିପୀଠ ଖିଚିଂ ମା’ କିଚକେଶ୍ୱରୀଙ୍କ ଦର୍ଶନ ସାଙ୍ଗକୁ ଓଡ଼ିଶାର ପୁରାତନ ସଂଗ୍ରହାଳୟ ଦେଖିବାକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗ୍ରାମର ଅଧିକାଂଶ ବାସିନ୍ଦା ବ୍ୟବସାୟ ଭିତ୍ତିରେ ମୂର୍ତ୍ତି ଓ ବିଭିନ୍ନ ଉପକରଣ ନିର୍ମାଣ କରି ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କାଳିଚରଣ ମହାରଣା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଆଦିପୁର, କୁମ୍ଭିର୍ଦା, ଶିଆଳିଗୋଠାଣୀ ଓ ନୂଆଗାଁ ପଥର ଖଣିରୁ ସଂଗ୍ରହ କରାଯାଉଥିବା କଞ୍ଚାମାଲ (ପଥର) ଶେଷ ହେବାକୁ ବସିଲାଣି। କଞ୍ଚାମାଲର ଅଭାବ କାରିଗରମାନଙ୍କ ମୁଖ୍ୟ ସମସ୍ୟା ପାଲଟିଥିବା ଗ୍ରାମର ନରହରି ରାଉତ, ସର୍ବେଶ୍ୱର ରାଉତ ଓ ଜନ୍ମେଜୟ ମହାରଣା ପ୍ରମୁଖ ପ୍ରକାଶ କରିଛନ୍ତି। କାରିଗରଙ୍କ କଳାକୃତିକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ସରକାରଙ୍କ ସହଯୋଗ ସହିତ କଞ୍ଚାମାଲ ଯୋଗାଇବା ଏକାନ୍ତ ଆବଶ୍ୟକ ବୋଲି କାରିଗରମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri