Posted inଖେଳ

ଗୋଟିଏ ବଲ୍‌ରେ ପାକିସ୍ତାନକୁ ଜିତିବାକୁ ଥିଲା ୨ ରନ୍‌: ଘଟିଲା ହାଇଡ୍ରାମା, ଦେଖନ୍ତୁ ଭିଡିଓ

ଢାକା,୨୩।୧୧: ତୃତୀୟ ତଥା ଅନ୍ତିମ ଟି -୨୦ରେ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଛି। ଶେଷ ବଲରେ ମହମ୍ମଦ ନୱାଜ ଗୋଟିଏ ଚୌକା ସହ ଦଳକୁ ବିଜୟ ପ୍ରଦାନ କରିଥିଲେ। ଏହି ଓଭରରେ ମୋଟ ୩ ଉଇକେଟର ପତ୍ତନ ଘଟିଥିଲା। କିନ୍ତୁ ବିଜୟ ପରେ ବାବର ଆଜମଙ୍କ ଦଳ ଉପରେ ପ୍ରଶ୍ନ ଉଠିଛି। ଶେଷ ଓଭର ବୋଲିଂ କରିଥିବା ବାଂଲାଦେଶ ଅଧିନାୟକ ମହମୁଦୁଲ୍ଲା ମଧ୍ୟ ଏହା ବିଷୟରେ ଏକ ବଡ଼ କଥା କହିଛନ୍ତି। ପାକିସ୍ତାନ ଟି-୨୦ ସିରିଜକୁ ୩-୦ରେ ପରାସ୍ତ କରିଛି।
ଶେଷ ଓଭରରେ ପାକିସ୍ତାନକୁ ୮ ରନ ସ୍କୋର କରିବାକୁ ଥିଲା। ମାତ୍ର ପ୍ରଥମ ୫ ବଲରେ ମାତ୍ର ୬ ରନ ସ୍କୋର କରି ପାକିସ୍ତାନ ମଧ୍ୟ ୩ ଉଇକେଟ ହରାଇଥିଲା। ଏବେ ଜିତିବା ପାଇଁ ତାଙ୍କୁ ଶେଷ ବଲରେ ୨ ରନ ସ୍କୋର କରିବାକୁ ଥିଲା। ମହମୁଦୁଲ୍ଲା ଷଷ୍ଠ ବଲ ବୋଲିଂ କରିଥିଲେ, କିନ୍ତୁ ମହମ୍ମଦ ନୱାଜ ନ ଖେଳି ଛାଡିଦେଇଥିଲେ ଫଳରେ ବଲ ଉଇକେଟରେ ବାଜିଥିଲା। ବାଂଲାଦେଶ ଖେଳାଳି ଏହା ଉପରେ ଆଉଟ୍‌ ଆବେଦନ କରିଥିଲେ। କିନ୍ତୁ ଅମ୍ପାୟାର ଏହାକୁ ଡେଡ୍‌ ବଲ୍‌ ଘୋଷଣା କରିଥିଲେ। ଏହାପରେ ଆଉ ଏକ ବଲ୍‌ ମଧ୍ୟ ଡେଡ୍‌ ଘୋଷଣା କରିଥିଲେ। ନୱାଜ ପୁଣି ଥରେ ବଲରେ ଚୌକା ମାରି ପାକିସ୍ତାନକୁ ବିଜୟ ଦେଇଥିଲେ। ସୋସିଆଲ ମିଡିଆରେ ଶେଷ ଓଭରର ଭିଡିଓ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନ ଅସାଧୁ ଉପାୟରେ ମ୍ୟାଚ୍‌ ଜିତିଥିବା ୟୁଜର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri