ଯୁବ ସମ୍ମିଳନୀର ଆକର୍ଷଣ

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ତାରିଖରେ ଭୁବନେଶ୍ୱରଠାରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ‘କ୍ଲାଇମେଟ୍‌ ଚେଞ୍ଜ: ଫୋକସ୍‌ ଓଡ଼ିଶା’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଉଛନ୍ତି। ସେମାନେ ସ୍ବକୀୟ ପ୍ରତିଭା ଓ କାର୍ଯ୍ୟ ଦକ୍ଷତା ପାଇଁ ସବୁଠି ପରିଚିତ। ଏଭଳି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଏହି ଉପସ୍ଥାପନା।

ବ୍ରିଟିଶ ଡେପୁଟି ହାଇ କମିଶନର ଭାବେ ନିକ୍‌ ଲୋ ଅବସ୍ଥାପିତ ଅଛନ୍ତି। ପଶ୍ଚିମବଙ୍ଗ, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ସିକ୍କିମ୍‌, ଆସାମ, ମେଘାଳୟ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ତ୍ରିପୁରା ଆଦି ୧୩ଟି ରାଜ୍ୟ ସହିତ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବରରେ ବ୍ରିଟେନ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି।

ନିବାସୀ କାବିସ୍‌ ଏକାଧାରାରେ ଜଣେ କବି, ଗାୟକ, ଗୀତିକାର ଏବଂ ଜଣେ ଉଦ୍ଭାବକ। ସେ ‘ନୋରି’ ନାମକ ଏକ ବାଦ୍ୟଯନ୍ତ୍ର ତିଆରି କରିଛନ୍ତି। ସେ ‘ଜୁବାନ୍‌’ ନାମକ ଏକ ମ୍ୟୁଜିକ୍‌ ପ୍ରୋଜେକ୍ଟ କରିଛନ୍ତି। ଭାରତର ବିଭିନ୍ନ କୋଣରୁ ମୁକ୍ତ ସଙ୍ଗୀତ କଳାକାରଙ୍କ ମଧ୍ୟରେ ସହଯୋଗ ଆଣିିବା ପାଇଁ ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ହେଉଛି ଏହି ପ୍ରୋଜେକ୍ଟର ଲକ୍ଷ୍ୟ।

 

(ୟୁନାଇଟେଡ୍‌ ନେସନ୍‌ସ ଚିଲ୍‌ଡ୍ରେନ୍‌ସ ଫଣ୍ଡ୍‌)ର ଓଡ଼ିଶା ମୁଖ୍ୟ ମୋନିକା ଜଣେ ଶିକ୍ଷା ବିଶେଷଜ୍ଞ। ଅନ୍ତର୍ଜାତୀୟ ସମ୍ପର୍କ, ନୀତି ବିଶ୍ଳେଷଣ, ପ୍ରଶିକ୍ଷଣ, ଲିଙ୍ଗଗତ ବିଶ୍ଳେଷଣରେ ସେ ଅତ୍ୟନ୍ତ ଦକ୍ଷ। ସେ ଆଙ୍ଗାଲିଆ ବିଶ୍ୱବିଦ୍ୟାଳୟରୁ ଲିଙ୍ଗ, ଶିକ୍ଷା ଏବଂ ସାମାଜିକ ବିକାଶ ବିଷୟ ଉପରେ ପି.ଏଚ୍‌.ଡି ଲାଭ କରିଛନ୍ତି।

 

ଫାଉଣ୍ଡେଶନର ସେ ପ୍ରତିଷ୍ଠାତା ସମ୍ପାଦକ। ପଢ଼଼ିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପିଲାମାନଙ୍କ ମଧ୍ୟରେ କଳ୍ପନା ଏବଂ ସୃଜନଶୀଳତା ଉପରେ ଏହି ଫାଉଣ୍ଡେଶନ କାର୍ଯ୍ୟ କରୁଛି। ବିଭିନ୍ନ ସ୍ଥାନରେ ଲାଇବ୍ରେରି କରିବା ସହିତ ବିନା ମୂଲ୍ୟରେ ବହି ପଢ଼ିବାର ସୁଯୋଗ ଦେଉଛି। ଏଥିସହିତ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ମଧ୍ୟ ଫାଉଣ୍ଡେଶନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ।

 

ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରଦୀପ କୁମାର ଜେନା ଏବେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି। ଏଥି ସହିତ ସେ ସ୍ବତନ୍ତ୍ର ରିଲିଫ୍‌ କମିଶନର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ତାଙ୍କୁ ‘ସାଇକ୍ଲୋନ୍‌ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବୋଲି କୁହାଯାଇଥାଏ। ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ବାର୍ନିଂ ଡିଭିଜନ୍‌ରେ କାର୍ଯ୍ୟ କରୁଥିବା ବେଳେ ମହାପାତ୍ର ଓ ତାଙ୍କ ଟିମ୍‌ ବାତ୍ୟାକୁ ଠିକ୍‌ ଭାବେ ଆକଳନ କରି ପ୍ରଶଂସା ପାଇଛନ୍ତି। ପୂର୍ବ ଉପକୂଳରେ ମାଡ଼ ହୋଇଥିବା ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଭଳି ବାତ୍ୟାକୁ ବି ସେ ଠିକ୍‌ ଭାବେ ଅନୁମାନ କରିଥିଲେ।

 

ଜଣେ ମୁକ୍ତବିଚାର ସାମ୍ବାଦିକ ଏବଂ ଗବେଷକ। ଏହା ପୂର୍ବରୁ ସେ ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ’ (ଦିଲ୍ଲୀ)ରେ ଆସିଷ୍ଟାଣ୍ଟ ଏଡିଟର୍‌ ଭାବେ କାମ କରିଛନ୍ତି। ସେ ରଏଟର୍ସ ଏବଂ ପିଆର୍‌ଏସ୍‌(ଦିଲ୍ଲୀ) ସହିତ ମଧ୍ୟ ଜଡ଼ିତ ଥିଲେ। ରାଜନୀତି ଏବଂ ଇତିହାସରେ ଅକ୍ସଫର୍ଡ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ସମ୍ପଦ ‘ଦି ଡିପ୍ଲୋମାଟ୍‌’, ‘ଓ୍ବେୟାର’, ‘ସ୍କ୍ରଲ’ ଭଳି ଓ୍ବେବ୍‌ସାଇଟ୍‌ରେ ଲେଖି ଆସୁଛନ୍ତି।

 

ଯୁବ ବକ୍ତା

 

ଯୁବ ସମ୍ମିଳନୀରେ ରାଜ୍ୟର ନାମକରା ଉଚ୍ଚ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିବେ। ଏଥିରେ ସେମାନେ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱ ପାଇଁ କିଭଳି ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି, ସେ ସମ୍ବନ୍ଧରେ ନିଜର ମତ ଉପସ୍ଥାପନ କରିବେ।

 

ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଏବଂ ସେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବାକୁ ଭଲପାଆନ୍ତି।

 

ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଜଣେ ଛାତ୍ରୀ। ସେ ଭବିଷ୍ୟତରେ ଲୋକଙ୍କ ସଶକ୍ତୀକରଣ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି।

 

ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିର ଆପ୍ଲାଏଡ୍‌ ଫିଜିକ୍ସର ଦ୍ୱିତୀୟ ବର୍ଷର ଛାତ୍ର। ସେ ସାହିତ୍ୟକୁ ପସନ୍ଦ କରନ୍ତି ଏବଂ ଏକ ଅନ୍ଧବିଶ୍ୱାସ ମୁକ୍ତ ସମାଜ ଚାହାନ୍ତି।

 

ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ଏମ୍‌ସ)ର ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ସଙ୍ଗୀତ, କଳା ଏବଂ ସାହିତ୍ୟ ସହିତ ମଧ୍ୟ ଜଡ଼ିତ ଅଛନ୍ତି।

 

ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଶେଷ ବର୍ଷର ଛାତ୍ରୀ। ସେ କର୍ମ ଉପରେ ଦୃଢ଼ ବିଶ୍ୱାସ କରନ୍ତି।

 

ଜାଭିୟର୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ଏମ୍‌ବିଏ କରୁଛନ୍ତି। ବିଭିନ୍ନ ଜାତୀୟ ତଥା ଜାତୀୟସ୍ତରୀୟ ସମ୍ମିଳନୀରେ ଭାଗ ନେଇଛନ୍ତି।

 

ଇଣ୍ଟରନ୍ୟାଶନାଲ କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନୋମିକ୍ସରେ ବିକମ୍‌ ପଢ଼ୁଛନ୍ତି। ବର୍ଜ୍ୟବସ୍ତୁକୁ ସାଜସଜ୍ଜା ସାମଗ୍ରୀରେ ପରିଣତ କରିବା ହେଉଛି ସୁଚିସ୍ମିତାଙ୍କ ହବି।

 

ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ରୀ।

 

କଲେଜ ଅଫ୍‌ ବେସିକ ସାଇନ୍ସର ମାଇକ୍ରୋବାୟୋଲୋଜିର ଛାତ୍ରୀ। ସେ ଜଣେ ତାଲିମପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ।

 

କିଟ୍‌ ବିଶ୍ୱବିଦ୍ୟାଳୟରେ ବି.ଟେକ୍‌ କରୁଛନ୍ତି। ସେ ଦ୍ୱିତୀୟ ବର୍ଷର ଛାତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri