ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ସଙ୍ଗଠନକୁ ସୁଦୃଢ଼ ତଥା କ୍ରିୟାଶୀଳ କରିବାକୁ ଲାଗିପଡିଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଜିଲା କଂଗ୍ରେସ କମିଟି ଉପସଭାପତି, ସାଧାରଣ ସମ୍ପାାଦକ, କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି।
ଅନୁଗୋଳ ଜିଲା ଦାୟିତ୍ୱ ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସ ଓ ସମ୍ପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦିଆଯାଇଥିବାବେଳେ ବାଲେଶ୍ୱର ପାଇଁ ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ଓ ସମ୍ପାଦକ ମନୋଜ କୁମାର ବିଶ୍ୱାଳ, ବରଗଡ଼ ଦାୟିତ୍ୱ ସାଧାରଣ ସମ୍ପାଦକ ରାଜକିଶୋର ଷଢ଼ଙ୍ଗୀ ଓ ସମ୍ପାଦକ ମାନସ ଆଚାର୍ଯ୍ୟ, ଭଦ୍ରକ ଦାୟିତ୍ୱ ସାଧାରଣ ସମ୍ପାଦକ ସତ୍ୟଶିବ ଦାସ ଓ ସମ୍ପାଦକ ସଗ୍ରାମ କେଶରୀ ଦାସଙ୍କୁ ଦିଆଯାଇଥିବାବେଳେ ଭୁବନେଶ୍ୱର ପାଇଁ ଉପସଭାପତିଭାବେ ଗଣେଶ୍ୱର ବେହେରା ଓ ସମ୍ପାଦକ ଶାନ୍ତାୟନ ମିଶ୍ର ରହିଛନ୍ତି। ସେହିପରି ବଲାଙ୍ଗୀର ପାଇଁ କାର୍ଯ୍ୟକାରୀ କମିଟି ସଭ୍ୟ ସତ୍ୟଭୂଷଣ ସାହୁ ଓ ସମ୍ପାଦକ ସୀମାଞ୍ଚଚଳ ଉଲ୍ଲାକା, ବୌଦ୍ଧ ପାଇଁ ସାଧାରଣ ସମ୍ପାଦକ ଆଶଫ ଖାନ, ସମ୍ପାଦକ ସୂର୍ଯ୍ୟକାନ୍ତି ବାଗ ଓ ଗୌର ନାୟକ, କଟକ ପାଇଁ ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ନାୟକ, ସମ୍ପାଦକ ଉମେଶ ଜେନା ଓ ସମ୍ପାଦିକା ପ୍ରତିମା ମଲ୍ଲିକ, କଟକ ନଗର ଦାୟିତ୍ୱରେ ଉପସଭାପତି ଯଜ୍ଞେଶ୍ୱର ବାବୁ ଓ ସମ୍ପାଦିକା ଶ୍ରୀୟା ମହାନ୍ତି, ଦେବଗଡ଼ ଦାୟିତ୍ୱ ଉପସଭାପତି ରନତ୍ମଣି ଉଲ୍ଲାକା ଓ ସମ୍ପାଦକ ଦୁର୍ଗା ପାଢ଼ୀ, ଢ଼େଙ୍କାନାଳ ପାଇଁ ଉପସଭାପତି ସୁରେଶ ମହାପାତ୍ର ଓ ସମ୍ପାଦକ ବିଜୟାନନ୍ଦ ଚାଉଳିଆ, ଗଜପତି ପାଇଁ ସାଧାରଣ ସମ୍ପାଦକଭାବେ ଲଲାଟେନ୍ଦୁ ମହାପାତ୍ର ଓ ସମ୍ପାଦକ ନଳିନୀ ସ୍ବାଇଁ, ଗଞ୍ଜାମ (ବ୍ରହ୍ମପୁର ଲୋକସଭା) ପାଇଁ ଉପସଭାପତି ଶିବାନନ୍ଦ ରାୟ ଓ ସମ୍ପାଦକ ଲିଙ୍ଗରାଜ ସାହୁ, ଆସ୍କା ଲୋକସଭା ପାଇଁ ସାଧାରଣ ସମ୍ପାଦକ କିଶୋର ଜେନା ଓ ସମ୍ପାଦକ କୈଳାସ ମୁଖି ଓ ହେମରାଜ ବାଗଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାସଙ୍କୁ ଅଫିସ ପ୍ରୋଟୋକଲ, ସାଧାରଣ ସମ୍ପାଦିକା ମମତା ମାଢ଼ୀ ଓ ସମ୍ପାଦିକା ଅର୍ଚ୍ଚନା ନନ୍ଦିଙ୍କୁ ମହିଳା କଂଗ୍ରେସ ଏବଂ ବାକିସବୁ ଜିଲାର ଦାୟିତ୍ୱ ଅନ୍ୟ କର୍ମକର୍ତ୍ତାଙ୍କୁ ବଣ୍ଟନ କରାଯାଇଥିବା ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ ସୂଚନା ଦେଇଛନ୍ତି।ଜିଲାସେହିପରି ଅନ୍ୟ କର୍ମକର୍ତ୍ତାଙ୍କୁ ବାକି ଜିଲାଗୁଡିକ ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଛି।
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍ ଜରିଆରେ ଜାଣିହେବ ଗତିବିଧି
ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...
ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…
ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...
ସ୍କୁଲ୍ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍ ଭଡ଼ା
ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...
ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…
ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...
ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍, କେଜିଏ ସୁନା
ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...
ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ
ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...
Archives


