ବିଶ୍ୱବିଦ୍ୟାଳୟ ପାଇଁ ଏକକ ଗବେଷଣା ନୀତି

ରାଜ୍ୟ ସରକାର ଉଚ୍ଚଶିକ୍ଷା ଗବେଷଣା କ୍ଷେତ୍ରରେ ଏକ ବଡ଼ ସଂସ୍କାର ଆଣିବାକୁ ଯାଉଛନ୍ତି। ଏମ୍‌.ଫିଲ୍‌., ପିଏଚ୍‌.ଡି., ଡି.ଲିଟ୍‌ ଭଳି ଗବେଷଣା ଡିଗ୍ରୀ ପାଇବାକୁ ଛାତ୍ରୀଛାତ୍ରଙ୍କୁ ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିର୍ଦ୍ଧାରିତ ସମୟରେ ଗବେଷଣା ଶେଷ ହେବା ସହ ଡିଗ୍ରୀ ମିଳିବ।
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟର ସମସ୍ତ ୧୪ ବିଶ୍ୱବିଦ୍ୟାଳୟ ପାଇଁ ଏକକ ଗବେଷଣା ନୀତି କାର୍ଯ୍ୟକାରୀ ହେବ। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ପକ୍ଷରୁ ଏ ନେଇ ଚିଠା ଗବେଷଣା ନୀତି ଓ ପଦ୍ଧତି (ଏ କମନ୍‌ ରିସର୍ଚ୍ଚ ପଲିସି ଆଣ୍ଡ ପ୍ରୋସିଜ୍ୟୁର ଫର୍‌ ଷ୍ଟେଟ୍‌ ୟୁନିଭର୍‌ସିଟିଜ୍‌ ଅଫ୍‌ ଓଡ଼ିଶା) ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଉପରେ ଶିକ୍ଷାବିତ୍‌ମାନଙ୍କର ମତାମତ ନେବା ପରେ ଚୂଡ଼ାନ୍ତ ନୀତି କାର୍ଯ୍ୟକାରୀ କରାଯିବ। ଏମ.ଫିଲ୍‌., ପିଏଚ୍‌.ଡି., ଡି.ଏସ୍‌ସି., ଡି.ଲିଟ୍‌, ଏଲ୍‌ଏଲ୍‌ଡି ଗବେଷଣା ଡିଗ୍ରୀ ପାଇଁ ଏହି ନୂତନ ନୀତି କାର୍ଯ୍ୟକାରୀ ହେବ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଉକ୍ତ ଡିଗ୍ରୀ ପାଇଁ ଗବେଷଣା ଓ ନୀତି କାର୍ଯ୍ୟକାରୀ କରୁଛନ୍ତି। ତେବେ ଗବେଷଣା କିଏ କେତେବେଳେ କରୁଛନ୍ତି ଓ କେତେବେଳେ କାହାକୁ ଡିଗ୍ରୀ ମିଳୁଛି ତା’ର କୌଣସି ସମୟ ସୀମା ନିର୍ଦ୍ଧାରଣ ହୋଇନାହିଁ। ଏପରି କି ଡିଗ୍ରୀ ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ଅନେକ ବର୍ଷ ଲାଗିଯାଉଛି। ଏଥିଯୋଗୁ ସମୟ ବରବାଦ ହେବା ସହ ଗବେଷଣାର କୌଣସି ସୁଫଳ ମିଳିପାରୁ ନାହିଁ। ଏ ସବୁକୁ ବିଚାର କରି ସମସ୍ତ ଗବେଷଣାଭିତ୍ତିକ ଡିଗ୍ରୀକୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରାଯିବ। ଏହାସହ ଉଚ୍ଚଶିକ୍ଷା ଗବେଷଣାର ବିକାଶ ପାଇଁ ରାଜ୍ୟ ସରକାର ଏହି ନୂତନ ନୀତି ଆଣିବାକୁ ଯାଉଛନ୍ତି। ଏହି ନୂତନ ନୀତିରେ ମଡେଲ ଗବେଷଣା ଗାଇଡ୍‌ଲାଇନ ପ୍ରସ୍ତୁତ ହେବ। କେଉଁ ସମୟରେ ସିନୋପ୍‌ସିସ ଦାଖଲ ଓ ପଞ୍ଜୀକରଣ କରାଯିବ, ପ୍ରାକ୍‌ ପିଏଚ୍‌.ଡି. ଥେସିସ୍‌ କିଭଳି ଉପସ୍ଥାପନ କରାଯିବ, ଚୂଡ଼ାନ୍ତ ଥେସିସ୍‌ କେତେବେଳେ ପ୍ରଦାନ କରାଯିବ ସେ ନେଇ ନୂତନ ନୀତିରେ ବିସ୍ତୃତ ଭାବେ ଉଲ୍ଲେଖ ରହିବ। ଏଥିସହିତ କେଉଁ ସମୟ ମଧ୍ୟରେ ଥେସିସ୍‌ ମୂଲ୍ୟାୟନ ହେବ। ମୂଲ୍ୟାୟନ ସମୟ କେତେ ରହିବ। ମୌଖିକ ପରୀକ୍ଷା କେବେ ହେବ। ଗାଇଡ୍‌ଶିପ୍‌ କିଭଳି ହେବ ଏବଂ କେଉଁ ସମୟ ମଧ୍ୟରେ ପିଏଚ୍‌.ଡି. ଡିଗ୍ରୀ ଓ ଡି.ଲିଟ୍‌ ଶେଷ ହେବ ସେ ସମସ୍ତ ବିଷୟ ନିର୍ଦ୍ଧାରିତ ହେବ।
ମିଳିଥିବା ସୂଚନା ଅନୁଯାୟୀ ଛାତ୍ରୀଛାତ୍ରମାନେ ପିଏଚ୍‌.ଡି., ଡି.ଲିଟ୍‌ କିମ୍ବା ଅନ୍ୟ ଡିଗ୍ରୀ ପାଇଁ ମନଇଚ୍ଛା ଥେସିସ୍‌ ଦାଖଲ କରିପାରିବେ ନାହିଁ। ଛାତ୍ରୀଛାତ୍ରମାନେ ଯେଉଁ ବିଷୟରେ ଗବେଷଣା କରିବାକୁ ଚାହୁଁଛନ୍ତି ସେମାନେ ଏଥିପାଇଁ ନିଜକୁ କିଭଳି ପ୍ରସ୍ତୁତ କରୁଛନ୍ତି ସେ ସମସ୍ତ ବିଷୟକୁ ଅନୁଧ୍ୟାନ କରାଯିବ। ୨ ବର୍ଷ ପୂର୍ବରୁ ଗବେଷଣା ପାଇଁ ଥେସିସ୍‌ ଦାଖଲ କରିପାରିବେ ନାହିଁ।
କେବଳ ଛାତ୍ରୀଛାତ୍ର ନୁହନ୍ତି, ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ବିଭିନ୍ନ ବିଷୟରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନଙ୍କୁ ମଧ୍ୟ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ୪୫ ବର୍ଷରୁ କମ୍‌ ବୟସର ଅଧ୍ୟାପକମାନଙ୍କୁ ଗବେଷଣା ପାଇଁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଗତ ୨ ବର୍ଷରେ ୮୦ ଜଣ ଅଧ୍ୟାପକଙ୍କୁ ଗବେଷଣା ପାଇଁ ପ୍ରୋତ୍ସାହନ ରାଶି ଦିଆଯାଇଛି। ଏହାଦ୍ୱାରା ସେମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ଶିକ୍ଷାନୁଷ୍ଠାନରେ ଗବେଷଣାର କ୍ଷେତ୍ର ପ୍ରଶସ୍ତ ହେବ ବୋଲି ଉଚ୍ଚ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri