ଖର୍ଚ୍ଚ ହୋଇପାରୁନି ନିର୍ଭୟା ପାଣ୍ଠି

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ପାଣ୍ଠି ମାଧ୍ୟମରେ ଓଡ଼ିଶାକୁ ଅର୍ଥ ଦିଆଯାଉଛି। ହେଲେ ଏହାର ସିଂହ ଭାଗ ଖର୍ଚ୍ଚ ନ ହୋଇ ପଡ଼ି ରହୁଥିବା ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୬ରୁ ୨୦୨୧ ଜାନୁୟାରୀ ମଧ୍ୟରେ ରାଜ୍ୟ ସରକାର ୨୫କୋଟି ୩୨ଲକ୍ଷ ୪୯ ହଜାର ଟଙ୍କା ପାଇଛନ୍ତି। ହେଲେ ଇତିମଧ୍ୟରେ ମାତ୍ର ୬କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବାକି ୧୮କୋଟି ୭୨ଲକ୍ଷ ୪୨ହଜାର ଟଙ୍କା ପଡ଼ିରହିଛି।

ସୂଚନା ଅଧିକାର ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬-୧୭ ଆର୍ଥିକ ବର୍ଷରେ ଜାତୀୟ ଜରୁରିକାଳୀନ ସହାୟତା ବ୍ୟବସ୍ଥା (ଏନ୍‌ଇଆର୍‌ଏସ୍‌) କିମ୍ବା ୧୧୨ ଜରୁରିକାଳୀନ ହେଲ୍‌ପଲାଇନ ନମ୍ବର ଲାଗୁ କରିବା ପାଇଁ ରାଜ୍ୟ ସରକାର ୯୪.୮୭କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଇଥିଲା। ୩ବର୍ଷ ପରେ ୨୦୧୯ରେ ମଧ୍ୟ ଉପରଲିଖିତ ଲକ୍ଷ୍ୟ ହାସଲ ଲାଗି ରାଜ୍ୟ ଗୃହ ବିଭାଗ ୫୬.୨୮ଲକ୍ଷ ଟଙ୍କା ପାଇଥିଲା। ଅନୁରୂପ ଭାବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓଡ଼ିଶାର ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ସୁଦୃଢ଼ କରିବା ଲାଗି ୬.୨୮କୋଟି ଟଙ୍କା ଅନୁଦାନ ଦେଇଥିଲା। ଉକ୍ତ ଅର୍ଥକୁ ଡିଏନ୍‌ଏ ଆନାଲିସିସର ଠିକ୍‌ ନିରୂପଣ ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ଓ ଉପକରଣ କ୍ରୟ ଦିଗରେ ଖର୍ଚ୍ଚ କରାଯିବାର ଥିଲା। ଏପରି କି ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେଶନରେ ଅକାମୀ ହୋଇଯାଇଥିବା ମହିଳା ସହାୟକ ଡେସ୍କକୁ ସୁଦୃଢ଼ କରିବା ଲାଗି ୫କୋଟି ଟଙ୍କା ମଧ୍ୟ ମିଳିଥିଲା। କିନ୍ତୁ ରାଜ୍ୟ ପୋଲିସ ଏହି ଅର୍ଥର ମାତ୍ର ୪୯% ଖର୍ଚ୍ଚ କରିପାରିଛି।

ସେହିଭଳି ରାଜ୍ୟର ବିଭିନ୍ନ ଜିଲାରେ ଥିବା ୩୨ଟି ମାନବ ଚାଲାଣ ନିରୋଧୀ ଶାଖା(ଏଏଚ୍‌ଟିୟୁଏସ୍‌)କୁ ସକ୍ରିୟ କରିବା ସହ ନୂତନ ଶାଖା ଓ ଯନ୍ତ୍ରାଂଶ କିଣିବା ଲାଗି କେନ୍ଦ୍ର ସରକାର ୩କୋଟି ୯୯ଲକ୍ଷ ପ୍ରଦାନ କରିଥିଲେ। ସମ୍ପ୍ରତି ରାଜ୍ୟ ସରକାର ୧୦୦ (ପୋଲିସ), ୧୦୧ (ଅଗ୍ନିଶମ ସେବା), ୧୦୨ (ଆମ୍ବୁଲାନ୍ସ), ୧୦୪ (କୋଭିଡ୍‌ -୧୯), ୧୦୮ (ବିପର୍ଯ୍ୟୟ), ୧୮୧ (ମହିଳା ହେଲ୍ପଲାଇନ) ଭଳି ଏକାଧିକ ନମ୍ବରକୁ ବଦଳାଇ ଏକକ ଜରୁରିକାଳୀନ ହେଲ୍ପଲାଇନ ନମ୍ବର ୧୧୨ ଆରମ୍ଭ କରିଛନ୍ତି। ଏଥିସହିତ ଜରୁରିକାଳୀନ ସହାୟତା ଦେବା ଲାଗି ଶିଶୁ ହେଲ୍‌ପଲାଇନ ୧୦୮୯ର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୧୦କୋଟି ଟଙ୍କା ଅନୁଦାନ ଦେଇଥିଲେ ହେଁ, ରାଜ୍ୟ ପୋଲିସ ମାତ୍ର ୩କୋଟି ୪୨ଲକ୍ଷ ୨୫ହଜାର ଟଙ୍କା ଖର୍ଚ୍ଚ କରିପାରିଛି। ଅବଶିଷ୍ଟ ଅର୍ଥ ପଡ଼ି ରହିଛି। ଅନୁରୂପ ଭାବେ ରାଜ୍ୟ ପୋଲିସ ମହିଳା ଓ ଶିଶୁ ଚାଲାଣ ଘଟଣା ବଢ଼ିଚାଲିଥିବା ସତ୍ତ୍ୱେ ଏଏଚ୍‌ଟିୟୁକୁ ସଶକ୍ତ କରିବା ଲାଗି ଆବଣ୍ଟିତ ୩.୯୯କୋଟି ଟଙ୍କାରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିପାରି ନାହିଁ।

ଗତ ୨ବର୍ଷ ଧରି ମାନବ ଚାଲାଣରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୯ରେ ୮୭୬ ଏବଂ ୨୦୨୦ରେ ୭୪୧ ଜଣଙ୍କୁ ଠାବ କରାଯାଇଛି। ସେହିଭଳି ୨୦୨୧ ମାର୍ଚ୍ଚ ମଧ୍ୟରେ ଫୋରେନସିକ ଲାବୋରେଟୋରିକୁ ମଜଭୁତ କରିବା ପାଇଁ ଆବଣ୍ଟିତ ମୋଟ ଅର୍ଥର ମାତ୍ର ୧୧.୪୨ ପ୍ରତିଶତ (୭୧.୮୨ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଛି। ଉଲ୍ଲେଖଯୋଗ୍ୟ, ନିର୍ଭୟା ଯୋଜନା ଅଧୀନ ସଶକ୍ତୀକରଣ କମିଟି ୨୦୧୭ ଜୁଲାଇ ୨୧ରେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ସୁରକ୍ଷିତ ସହର ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସରକାର ଦାଖଲ କରିଥିବା ୧୧୦.୩୫ କୋଟି ଟଙ୍କା ପ୍ରସ୍ତାବକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri