ଅପରାଧ ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ଟାଉନ୍‌ ଟାଇଗର’

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): କେବିଏନ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ କମିଶନରେଟ ପୋଲିସ ସୋମବାର ସେମାନଙ୍କୁ ପୁଣି ଜେଲ୍‌ ହାଜତକୁ ପଠାଇ ଦେଇଛି। ଆଉକିଛି ତଥ୍ୟ ଓଗାଳିବା ପାଇଁ ଅଭିଯୁକ୍ତ ରାହୁଲ ଜେନା, ରାଜେଶ ବେହେରା ଓରଫ ଚେଙ୍ଗ, ସୁମନ କୁମାର ପରିଡ଼ା, ସନାତନ ବେହେରା ଓରଫ ସନିଆ ଓ ନରେନ୍ଦ୍ର କୁମାର ଜେନାଙ୍କୁ ପୁଣିଥରେ ରିମାଣ୍ଡରେ ଆଣିବାକୁ ପୋଲିସ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତଙ୍କୁ ଜେରାବେଳେ ପୋଲିସ ଏକ ନୂଆ ତଥ୍ୟ ପାଇଛି। ଗ୍ୟାଙ୍ଗର ସଦସ୍ୟମାନେ ଆପରାଧିକ କାଣ୍ଡ ଘଟାଇବାକୁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଖୋଲିଥିଲେ। ସେହି ଗ୍ରୁପ୍‌ରେ ହିଁ ଅପରାଧ ଯୋଜନା ସମ୍ପର୍କରେ ଆଲୋଚନା କରୁଥିଲେ। ଅଭିଯୁକ୍ତ ସନାତନ ଓରଫ ସନିଆ ଏହି ଗ୍ରୁପର ଆଡ୍‌ମିନ୍‌ ଥିଲେ। ତେବେ ଗ୍ୟାଙ୍ଗର କଳା କାର୍‌ନାମା ପୋଲିସ ନଜରକୁ ଅସିବା ପରେ ଗ୍ରୁପ୍‌ରେ ଥିବା ସମସ୍ତ ସଦସ୍ୟ ଗୋଟିଏ ପରେ ଗୋଟିଏ ଲେଫ୍ଟ ହେବାରେ ଲାଗିଥିଲେ। ପୋଲିସ ସେମାନଙ୍କୁ ଚିହ୍ନଟ କରିଛି। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ ବୁବୁ ଜେନା ଧରାପଡିଲେ ଆଉକିଛି ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି।
ସୂଚନାଯୋଗ୍ୟ, ରାଜଧାନୀରେ କେବିଏନ୍‌ ଗ୍ୟାଙ୍ଗ ସଦସ୍ୟମାନେ ଆତଙ୍କ ଖେଳାଉଥିଲେ। ରାଜରାସ୍ତାରେ ଖଣ୍ଡା, ଭୁଜାଲି, ବନ୍ଧୁକ ଆଦି ମାରଣାସ୍ତ୍ର ଧରି କାର୍‌ରେ ଘୁରି ବୁଲୁଥିଲେ। ଲୋକଙ୍କୁ ଭୟଭୀତ କରିବା ସହ ଗ୍ୟାଙ୍ଗ୍‌ର ଉପସ୍ଥିତିକୁ ଲୋକଲୋଚନକୁ ଆଣିବାକୁ ମାରଣାସ୍ତ୍ର ଧରି ଫିଲ୍ମ ଷ୍ଟାଇଲ୍‌ରେ ଭିଡିଓ ଶୁଟ୍‌ କରି ସୋସିଆଲ ମିଡିଆରେ ଛାଡୁଥିଲେ। ଭିଡିଓ ଭାଇରାଲ ପରେ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସିଆର୍‌ପି ଛକ ସଂଘବଦ୍ଧ ଆକ୍ରମଣ ଘଟଣା ପରେ କେବିଏନ୍‌ ଗ୍ୟାଙ୍ଗର ସଦସ୍ୟମାନେ ଫେରାର ହୋଇଯାଇଥିଲେ। ତେବେ ଏୟାରପୋର୍ଟ ଥାନା ପୋଖରୀପୁଟ ଅଞ୍ଚଳରେ ଅଭିଯୁକ୍ତ ଚେଙ୍ଗ ରହୁଥିବା ଘରେ ପୋଲିସ ଚଢାଉ କରିବା ସହ ତାଙ୍କ ଘର ଭାଙ୍ଗି ଏକ ଖଣ୍ଡା ଜବତ କରିଥିଲା। ତା’ପର ଦିନ ବୁବୁଙ୍କ ଘରେ ମଧ୍ୟ ପୋଲିସ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri