ଆଜିଠୁ ଖୋଲିବ ଷଷ୍ଠ, ସପ୍ତମ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଏବେ ଶ୍ରେଣୀ ଗୃହରେ ବସି ପାଠ ପଢ଼ିବେ। ସକାଳ ସାଢ଼େ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କ୍ଲାସ୍‌ ହେବ। କିନ୍ତୁ ଏହି ସମୟ ମଧ୍ୟରେ ତିନିଘଣ୍ଟା ପାଠପଢ଼ା ହେବ। ଛାତ୍ରୀଛାତ୍ର ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ପାଠ ପଢ଼ିପାରିବେ। କିନ୍ତୁ ଏଥିପାଇଁ ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କଠାରୁ ପରାମର୍ଶ ଆଣିବାକୁ ପଡ଼ିବ। କାହାକୁ ଅଫ୍‌ଲାଇନ୍‌ ପଢ଼ିବା ପାଇଁ ବାଧ୍ୟ କରାଯିବ ନାହିଁ। ଯେଉଁମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ, ସେମାନଙ୍କ ପାଇଁ ଉପସ୍ଥାନ ମଧ୍ୟ ବାଧ୍ୟତାମୂଳକ ନୁହେଁ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଏହା ଲାଗୁ ହେବ। ତେବେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ସ୍କୁଲ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ସେପଟେ ସ୍କୁଲ ଖୋଲିବା ସହିତ ଏହି ପିଲାଙ୍କ ପାଇଁ ହଷ୍ଟେଲ ମଧ୍ୟ ଖୋଲିବ। ହଷ୍ଟେଲରେ ଯେପରି ପିଲାମାନେ ଏକତ୍ର ହୋଇ ନ ଖାଇବେ ଓ ଶୌଚାଳୟକୁ ବାରମ୍ବାର ସାନିଟାଇଜ୍‌ କରିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ। ଏସ୍‌ଟି ଆଣ୍ଡ୍‌ ଏସ୍‌ସି, ଏସ୍‌ଏସ୍‌ଇପିଡି ବିଭାଗ ଏବଂ ଘରୋଇ ସ୍କୁଲଗୁଡ଼ିକ ପିଲାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଅତିରିକ୍ତ ଗାଇଡ୍‌ଲାଇନ ଜାରି କରିପାରିବେ ବୋଲି ପୂର୍ବରୁ ଗଣଶିକ୍ଷା ବିଭାଗ କହିଥିଲା। ଗତ ଅକ୍ଟୋବର ୧୫ରେ ବିଭାଗ ପକ୍ଷରୁ ଜାରି ଗାଇଡ଼ଲାଇନ୍‌କୁ ସବୁ ବିଦ୍ୟାଳୟ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଗାଇଡ୍‌ଲାଇନ୍‌କୁ ମଧ୍ୟ ପାଳନ କରିବା ପାଇଁ ଗଣଶିକ୍ଷା ବିଭାଗ କହିଛି।
ସୂଚନାଯୋଗ୍ୟ, କୋଭିଡ୍‌ ମହାମାରୀ ଯୋଗୁ ପାଖାପାଖି ଦୁଇବର୍ଷ ଧରି ସ୍କୁଲ ବନ୍ଦ ରହିଥିଲା। ଅନ୍‌ଲାଇନ୍‌ କ୍ଲାସ୍‌ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସ୍ମାର୍ଟ ଫୋନ୍‌ର ଅଭାବ ଓ ନେଟ୍‌ଓ୍ବର୍କ ନ ଥିବା ଯୋଗୁ ସବୁ ପିଲା ଏହାର ସୁଯୋଗ ପାଇ ପାରୁ ନ ଥିଲେ। ତେବେ କରୋନା ସ୍ଥିତିରେ ସୁଧାର ଆସିବା ପରେ ପର୍ଯ୍ୟାୟକ୍ରମେ ରାଜ୍ୟ ସରକାର ସ୍କୁଲ ଖୋଲିବା ଆରମ୍ଭ କହିଛନ୍ତି। ପ୍ରଥମେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ଯାଇଥିଲା। ଅକ୍ଟୋବର ୨୧ରୁ ଏକାଦଶ ଏବଂ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri