‘ଓଡ଼ିଶାରେ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ହେଉ’

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ରାଜ୍ୟରେ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀଠାରେ ବିଜ୍ଞାନ ତଥା କାରିଗରି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ବିଂଶତମ ବାର୍ଷିକ ସାଧାରଣ ଅଧିବେଶନରେ ବକ୍ତବ୍ୟ ରଖି ମନ୍ତ୍ରୀ ପଣ୍ଡା କହିଛନ୍ତି, ରାଜ୍ୟର ବିସ୍ତୀର୍ଣ୍ଣ ବେଳାଭୂମିକୁ ଦୃଷ୍ଟିରେ ରଖି ଜିନ୍‌ ସମ୍ବନ୍ଧୀୟ ଗବେଷଣାର ବିକାଶ, ପରିବେଶ ସଂରକ୍ଷଣ ଏବଂ ପୂର୍ବଘାଟ ସମୁଦ୍ର କୂଳବର୍ତ୍ତୀ ଅଧିବାସୀଙ୍କର ସାମାଜିକ-ଅର୍ଥନୈତିକ ଉନ୍ନତି ତଥା ଜୀବନଧାରାରେ ମାନବୃଦ୍ଧି ସକାଶେ ଏହି ଉତ୍କର୍ଷ କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ପ୍ରସ୍ତାବ ରହିଛି। ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲା ଅନ୍ତର୍ଭୁକ୍ତ ନବରଙ୍ଗପୁରରେ ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ’ ଜନଜାତି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନ ଜାତୀୟ ନେଟ୍‌ୱର୍କ ନିମିତ୍ତ କାର୍ଯ୍ୟ କରୁଥିବା ବେଳେ ସେହି କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲାକୁ ସମ୍ପ୍ରସାରଣ କରିବା ପାଇଁ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ କୋଭିଡ୍‌ ମହାମାରୀ ସମୟରେ ବ୍ୟାପକ ପରୀକ୍ଷଣ ସାଙ୍ଗକୁ ଡେଲ୍‌ଟା ଭାରିଏଣ୍ଟର ଗବେଷଣା କାର୍ଯ୍ୟରେ ଯଥେଷ୍ଟ ପ୍ରଶଂସା ଅର୍ଜନ କରିଛି ବୋଲି ଦର୍ଶାଇ ମନ୍ତ୍ରୀ ସନ୍ତୋଷ ପ୍ରକଟ କରିଛନ୍ତି।
କେନ୍ଦ୍ର ବିଜ୍ଞାନ, କାରିଗରି ଓ ଭୂ-ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଜିତେନ୍ଦ୍ର ସିଂହ ଏହି ଅଧିବେଶନରେ ଅଧ୍ୟକ୍ଷତା କରି ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ’ ଦକ୍ଷତା ବିକାଶ ଓ ତାଲିମ୍‌ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ବିଶେଷକରି ନିଯୁକ୍ତି ଆଶାୟୀ ଯୁବପିଢ଼ି ତଥା ବିଜ୍ଞାନ ଶିକ୍ଷକଙ୍କ ପାଇଁ ଉଚ୍ଚତର ପ୍ରଶିକ୍ଷଣ ଯୋଗାଇ ଦେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ କେନ୍ଦ୍ର ସରକାରଙ୍କ କୃଷକଙ୍କ ଆୟବୃଦ୍ଧି, ପୋଷଣ ଅଭିଯାନ, ଆତ୍ମନିର୍ଭର ଭାରତ, ସ୍କିଲ ଇଣ୍ଡିଆ ଓ ଷ୍ଟାର୍ଟଅପ୍‌ ପରି ଯୋଜନାଗୁଡ଼ିକୁ ଅଧିକ ସଶକ୍ତ ଓ ଫଳପ୍ରଦ କରିପାରିବ ବୋଲି ମନ୍ତ୍ରୀ ସିଂହ କହିଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ବିଭିନ୍ନ ବିଜ୍ଞାନଭିତ୍ତିକ କାର୍ଯ୍ୟକଳାପ ଉପରେ ସୂଚନା ଦେବା ସହ ଏକ ରୋଗ ପ୍ରତିରକ୍ଷା ଶକ୍ତିକୈନ୍ଦ୍ରିକ (ଇମ୍ୟୁନୋଜେନିସିଟି) ପ୍ଲାଟ୍‌ଫର୍ମ ଖୋଲିବା ପାଇଁ ଅନୁମୋଦନ ମିଳିଛି ବୋଲି କହିଥିଲେ। ସମୀକ୍ଷା କମିଟି ଦ୍ୱାରା ପ୍ରତିଷ୍ଠାନର ଅଗ୍ରଗ୍ରାମୀ ବୈଷୟିକ ଦୃଷ୍ଟିକୋଣ ଯଥାର୍ଥ ପରୀକ୍ଷଣ କୌଶଳ ଓ ସମୟଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ ଉଚ୍ଚ ପ୍ରଶଂସା କରାଯାଇଛି ବୋଲି ଡା. ପରିଡ଼ା ପ୍ରକାଶ କରିଥିଲେ। ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗର ସଚିବ ଡ. ରାଜେଶ ଏସ୍‌ ଗୋଖ୍‌ଲେ ଏବଂ ପ୍ରତିଷ୍ଠାନର ବିଜ୍ଞାନ ସଂଯୋଜକ ଡ. ସଞ୍ଜୟ ମିଶ୍ର ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri