Posted inଖେଳ

ବିରାଟ କି ବିସିସିଆଇ ନୁହେଁ; ଯିବା ପୂର୍ବରୁ ଏହି ଖାସ୍‌ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି୨୦ ବିଶ୍ୱକପ୍‌ ୨୦୨୧ ଶାସ୍ତ୍ରୀଙ୍କ ଶେଷ ଟୁର୍ନମେଣ୍ଟ ଥିଲା। ଏଥିରେ ଭାରତ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ତେବେ ମ୍ୟାଚ୍‌ ପରେ ଶାସ୍ତ୍ରୀ ନିଜର ବିଦାୟୀ ଖବରଦାତା ସମ୍ମିଳନୀରେ ଜଣେ ଖାସ୍‌ ବ୍ୟକ୍ତିଙ୍କ ପ୍ରତି ନିଜର ସମ୍ମାନ ଜଣାଇଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପୂର୍ବ ଅଧ୍ୟକ୍ଷ ଶ୍ରୀନିବାସନ। ୨୦୧୪ରେ ଇଂଲଣ୍ଡରେ ଭାରତ ଟେଷ୍ଟ ସିରିଜ ହାରିବା ପରେ ଶ୍ରୀନିବାସନ ଶାସ୍ତ୍ରୀଙ୍କୁ ଦଳର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ।

ଖବରଦାତା ସମ୍ମିଳନୀରେ ଶାସ୍ତ୍ରୀ କହିଛନ୍ତି, ମୋତେ ଲାଗୁଛି ବ୍ୟକ୍ତିଗତ ଭାବେ ଏହା ମୋ’ ପାଇଁ ଭଲ ଯାତ୍ରା ଥିଲା। ମୁଁ ଜାଣେ ଭାରତୀୟ ଡ୍ରେସିଂ ରୁମ୍‌ରେ ଏହା ମୋର ଶେଷ ଦିନ। ମୁଁ ଏବେ ସବୁ ଖେଳାଳିଙ୍କ ସହ କଥା ହୋଇଛି। ମୋତେ ଏହି ସୁଯୋଗ ଦେବା ଲାଗି ବିସିସିଆଇକୁ ଧନ୍ୟବାଦ ଦେବାକୁ ଚାହୁଁଛି। କୋଚ୍‌ ଭାବେ କାମ କରିପାରିବି ବୋଲି ସେ ମୋ ଉପରେ ବିଶ୍ୱାସ ରଖିଥିଲା। ନୂଆ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଶୁଭକାମନା ଦେଉଛି। ବିଶେଷକରି ଶ୍ରିନିବାସନଙ୍କୁ ଅଧିକ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ସେ ଭାରତୀୟ କ୍ରିକେଟ ଇତିହାସରେ ଶକ୍ତିଶାଳୀ ବିସିସିଆଇ ଅଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ଥିଲେ। ସେ ଏଭଳି ଜଣେ ବ୍ୟକ୍ତି ଥିଲେ ଯିଏ ମୋତେ ୨୦୧୪ରେ ଜୋର ଦେଇ ଏହି ଦାୟିତ୍ୱ ସମ୍ଭାଳିବାକୁ କହିଥିଲେ। ଏହି କାମ କରିପାରିବି ବୋଲି ମୋର ବିଶ୍ୱାସ ନ ଥିଲା। ହେଲେ ସେ ମୋର କ୍ଷମତା ଉପରେ ବିଶ୍ୱାସ କରିଥିଲେ। ଭାବୁଛି ତାଙ୍କୁ ନିରାଶ କରି ନ ଥିବି। ଯଦି ଆପଣ ଏହା ଶୁଣୁଥିବେ ତେବେ କହିବାକୁ ଚାହିଁବି କୌଣସି ଏଜେଣ୍ଡା ବିନା ମୁଁ ନିଜ କାମ କରିଛି ବୋଲି ଶାସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri