ସରକାରୀ ଜମିରେ ସ୍ଥାୟୀ ଭାବେ ରହିବାରୁ ସଂଘର୍ଷ

କୃଷ୍ଣପ୍ରସାଦ, ୮।୧୧(ଡି.ଏନ୍‌.ଏ): କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚିଲିକା ମଧ୍ୟରେ ଥିବା ବ୍ରହ୍ମପୁର ଗ୍ରାମରେ ୩୦ ଦଳିତ ପରିବାର ସ୍ଥାୟୀ ଭାବେ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ ୬ମାସ ତଳେ ଏକ ଛୋଟ ଘଟଣାକୁ ନେଇ ଏହି ଦଳିତ ଗୋଷ୍ଠୀ ସହ ଗ୍ରାମବାସୀଙ୍କ ବିବାଦ ହୋଇଥିଲା। ଗ୍ରାମକୁ ଜଣେ ବ୍ୟକ୍ତି ସୋନ୍‌ପାମ୍ପୁଡ଼ି ବିକିବାକୁ ଆସିଥିଲେ। ସେହି ବେପାରୀଙ୍କଠାରୁ ସୋନ୍‌ପାମ୍ପୁଡ଼ି ନେବାକୁ ପିଲାମାନେ ଠେଲାପେଲା ହୋଇଥିଲେ। ତେବେ ବେପାରୀ ଜଣଙ୍କ ଧାଡ଼ିବାନ୍ଧି ଠିଆ ହେବାକୁ ପିଲାମାନଙ୍କୁ କହିଥିଲେ। ଏଥିରେ ଦଳିତ ଗୋଷ୍ଠୀର ଜଣେ ପିଲା ରାଗିଯାଇ ବେପାରୀଙ୍କ ସୋନ୍‌ପାମ୍ପୁଡ଼ି ଉପରେ ଛେପ ପକାଇ ଦେଇଥିଲେ। ଫଳରେ କେହି ଆଉ ସୋନ୍‌ପାମ୍ପୁଡ଼ି କିଣି ନ ଥିଲେ। ଏ ସମ୍ପର୍କରେ ବେପାରୀ ଜଣଙ୍କ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏପରି କି ଏଭଳି ଘଟଣା ଯୋଗୁ ତାଙ୍କ ଗ୍ରାମକୁ ଆଉ କେହି ବେପାରୀ ଆସିବେନି ବୋଲି କହି ଚାଲିଯାଇଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସମସ୍ତ ଦଳିତ ପରିବାରଗୁଡ଼ିକୁ ଗ୍ରାମବାସୀ ନିିଆଁପାଣି ବାସନ୍ଦ କରିବା ସହ ଗାଁରୁ ତଡ଼ି ଦେଇଥିଲେ। ଫଳରେ ସେମାନେ ସେଠାରୁ ଚାଲିଆସି ରହିବା ପାଇଁ ଏଣେତେଣେ ଘୁରି ବୁଲିଥିଲେ। ପରେ ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଅଞ୍ଚଳର ଭୋଇସାହିର କେତେଜଣଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ନାଥପୁର ଗ୍ରାମ ପାଖ ୩୫ ମୌଜାର ଗୋଚର ତଥା ସରକାରୀ ଜମିରେ ଆସି ବସବାସ କରୁଥିଲେ। ଏହାକୁ ନାଥପୁର ବାସିନ୍ଦା ବିରୋଧ କରିଥିଲେ। ତେବେ ପ୍ରଶାସନର ହସ୍ତକ୍ଷେପ ଓ ଦଳିତ ଗୋଷ୍ଠୀର ପ୍ରତିଶ୍ରୁତି ପରେ ସେମାନେ ମହଲତ ଦେଇ ଚୁପ୍‌ ରହିଥିଲେ। ଅନ୍ୟପକ୍ଷରେ ଚିଙ୍ଗୁଡ଼ି ଘେରକୁ କେନ୍ଦ୍ର କରି ଦଳିତ ଏବଂ ସାଧାରଣ ବର୍ଗ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏପରି କି ଗ୍ରାମସଭା ନିଷ୍ପତ୍ତିକୁ ନ ମାନିବାରୁ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିଲା। ତକ୍ତତା ଲାଗି ରହିବାରୁ ଗତ ୬ମାସ ତଳେ ନାଥପୁର ଗ୍ରାମ ନିକଟରେ ସରକାରୀ ଜମିରେ ଘର ନିର୍ମାଣ କରି ରହିଥିଲେ ବୋଲି କୁହାଯାଉଛି।

ବିସ୍ଥାପିତ ଗୋଷ୍ଠୀଙ୍କ ସମର୍ଥନରେ ରାସ୍ତାରୋକୋ
ଘଟଣା ପରେ ବିସ୍ଥାପିତ ଗୋଷ୍ଠୀଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ପଣସପଦା କାଜିଭୋଇସାହି ଗ୍ରାମର ଲୋକେ ପୁରୀ-ସାତପଡ଼ା ରାସ୍ତାକୁ ପଣସପଦାଠାରେ ଅବରୋଧ କରିଥିଲେ। ସେହିପରି କେତେଜଣ ବିସ୍ଥାପିତ ମଧ୍ୟ ରାସ୍ତାରୋକୋ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପହଞ୍ଚି ଆଲୋଚନା କରିବା ପରେ ଅବରୋଧ ହଟିଥିଲା।
ସମର୍ଥନ ସନ୍ଦେହରେ ଆକ୍ରମଣ: ୬ ଗୁରୁତର
ସମ୍ପୃକ୍ତ ବିସ୍ଥାପିତ ଦଳିତ ଗୋଷ୍ଠୀଙ୍କୁ ସ୍ଥାନୀୟ ବନ୍ଧମୁଣ୍ଡା ଗ୍ରାମର ଭୋଇସାହି ବାସିନ୍ଦା ସମର୍ଥନ ଦେଉଥିବା ସନ୍ଦେହ କରି ପ୍ରତିପକ୍ଷ ଗୋଷ୍ଠୀ ଆକ୍ରମଣ କରିଛି। ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ତହସିଲଦାରଙ୍କ ଉପରେ ଆକ୍ରମଣ ହୋଇଥିଲା
ଦଳିତ ପରିବାର ଗୋଚର ଜମିରେ ଘର କରି ରହିବା ପରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ସ୍ଥାନୀୟ ତହସିଲଦାରଙ୍କୁ ଏନେଇ ଅଭିଯୋଗ ଦିଆଯିବା ପରେ ତହସିଲଦାର ନିଜେ ବସ୍ତି ନିକଟକୁ ଯାଇ ବସ୍ତି ଉଚ୍ଛେଦ ପାଇଁ ପ୍ରୟାସ କରିଥିଲେ। ମାତ୍ର ଦଳିତ ପରିବାରବର୍ଗ ବସ୍ତି ଭାଙ୍ଗିବାକୁ ନାରାଜ ହେବା ସହ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା। ହେଲେ ତହସିଲଦାର ନିଜେ ଏସମ୍ପର୍କରେ କୌଣସି ଅଭିଯୋଗ କରି ନ ଥିବାରୁ ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

ଦଳିତ ବର୍ଗର ଲୋକେ ପ୍ରଥମେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଥିବାବେଳେ ଏହାର କିଛି ସମୟ ପରେ ସ୍ଥାନୀୟ ଲୋକଙ୍କ ପଟରୁ ବୋମାମାଡ଼ ହୋଇଥିଲା। ଦୀର୍ଘ ସମୟ ଧରି ବୋମାମାଡ଼ ଚାଲିଥିଲେ ମଧ୍ୟ ପୋଲିସ ସମ୍ପୃକ୍ତ ବିବାଦୀୟ ଅଞ୍ଚଳକୁ ପ୍ରବେଶ କରିବାକୁ ସାହାସ କରିପାରି ନ ଥିଲା। ସ୍ଥାନୀୟ ପୋଲିସ ସଂଖ୍ୟାବଳ ଅଭାବରୁ କେବଳ ଦୂରରୁ ଥାଇ ନୀରବଦ୍ରଷ୍ଟା ସାଜିଥିବା ବେଳେ ବୋମାମାଡ଼ ଓ ଅଗ୍ନିକାଣ୍ଡ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ପୋଲିସ ଫୋର୍ସ ପହଞ୍ଚତ୍ବା ବେଳକୁ ଉନ୍ମୁକ୍ତ କାଣ୍ଡ ଘଟଣାଇଥିବା ବ୍ୟକ୍ତିମାନେ ଫେରାର୍‌ ହୋଇଯାଇଥିଲେ।

ଅନଧିକାର ଜଙ୍ଗଲ ବ୍ୟବହାରରୁ ବଢ଼ିଥିଲା ବିବାଦ

ଗ୍ରାମବାସୀଙ୍କ ଭୋଗ ଦଖଲରେ ଥିବା ଜଙ୍ଗଲକୁ ବ୍ୟବହାର କରିବା ସହ ସମ୍ପତ୍ତି ଉପରେ ଅଧିକାର ଜାହିର କରିବା ଫଳରେ ଗ୍ରାମବାସୀମାନେ ସମ୍ପୃକ୍ତ ଦଳିତ ବର୍ଗଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। ବାରମ୍ବାର ମନା କରିବା ସତ୍ତ୍ବେ ମଧ୍ୟ ଜଙ୍ଗଲରୁ କାଠ ନେବା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସଂଗ୍ରହ କରୁଥିଲା। ପେଟପାଟଣା ପାଇଁ ବିସ୍ଥାପିତମାନେ ଏଭଳି କରୁଥିବା ଯୁକ୍ତି କରୁଥିଲେ ମଧ୍ୟ ଗ୍ରାମବାସୀ ଏହାକୁ ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି କହି ପ୍ରଶାସନର ଆଶ୍ରୟ ମଧ୍ୟ ନେଇଥିଲେ। ମାତ୍ର ପ୍ରଶାସନିକ ସ୍ତରରେ ବିବାଦ ତୁଟି ନ ପାରିବାରୁ ଅଞ୍ଚଳବାସୀ ପରବର୍ତ୍ତୀ ସମୟରେ ଦଳିତ ପରିବାର ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇ ନ ପାରିବାରୁ ରବିବାର ଉଗ୍ରରୂପ ଧାରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri