ରାତ୍ରି ଜଗୁଆଳିଙ୍କ ଭରସାରେ ପକ୍ଷୀ ସୁରକ୍ଷା

ଖୋର୍ଦ୍ଧା ଅଫିସ, ୮ା୧୧: ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଜମିଲାଣି। ପ୍ରଥମ ପର୍ଯ୍ୟାୟରେ ଚିଲିକାକୁ ୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାୟ ୨୨ହଜାର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଅଧୀନ ମଙ୍ଗଳାଯୋଡି ଏବଂ ଅନ୍ୟ ଅଞ୍ଚଳକୁ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡ଼ିଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ମୁଖ୍ୟତଃ ମଙ୍ଗଳାଯୋଡ଼ି, ଭୂଷଣ୍ଡପୁର, ବାଲିପାଟପୁର, ଦେଏପୁର, ଢୋଲପୁର, ବରୁଣପଡା, ହାଲିସିଙ୍ଗ, ଅଭିମାନପୁର, ସୁନ୍ଦରପୁର, ନଇରୀ, ସୋରଣ ପ୍ରଭୃତି ୧୧ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି। ପ୍ରତି କ୍ୟାମ୍ପରେ ଜଣେ ଫରେଷ୍ଟରଙ୍କ ସମେତ ଫରେଷ୍ଟ ଗାର୍ଡ ଏବଂ ରାତ୍ରି ଜଗୁଆଳି (ନାଇଟ ଓ୍ବାଚର)ଙ୍କୁ ନିୟୋଜିତ କରାଯାଇଛି। ପ୍ରତିବର୍ଷ ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢିଲେ, ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ପକ୍ଷୀ ଶିକାର ହୋଇଥାଏ। ଏହାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରାଯାଉଛି। ତେବେ ଅଧିକାଂଶ କ୍ୟାମ୍ପ କେବଳ ରାତ୍ରି ଜଗୁଆଳିଙ୍କ ଭରସାରେ ଚାଲିଛି। କ୍ୟାମ୍ପଗୁଡ଼ିକୁ ରାତ୍ର ଜଗୁଆଳି ଜଗି ଥିବାବେଳେ କର୍ମଚାରୀଙ୍କ ଦେଖାନାହିଁ। ଉପରୋକ୍ତ ଗ୍ରାମଗୁଡ଼ିକରେ ବିଭାଗ ପକ୍ଷରୁ ଅସ୍ଥାୟୀ ଶିବିର ନାମଫଳକ ଲଗାଯାଇଛି।
ନୀଳ ଜଳରାଶି, ମନୋରମ ଦୃଶ୍ୟ ସହ ବିଭିନ୍ନ ରଙ୍ଗବେରଙ୍ଗ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ନଳବଣ ଓ ରାଜଦଳରେ ଖାଦ୍ୟ ଅନ୍ବେଷଣ କରୁଥିବା କିମ୍ବା ଉଡୁଥିବା ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ମଙ୍ଗଳାଯୋଡ଼ିିକୁ ଆଖିଦୃଶିଆ ଭାବେ ବିଦେଶାଗତ ପକ୍ଷୀଙ୍କ ଆଗମନ ଘଟି ନ ଥିବା ଏବଂ ଦେଶୀୟ ପକ୍ଷୀ ବିଚରଣ କରୁଥିବା ଦେଖିବାକୁ ମିଳିଛି ବୋଲି ରବିବାର ମଙ୍ଗଳାଯୋଡ଼ିି ବୁଲିବାକୁ ଆସିଥିବା କେତେଜଣ ପର୍ଯ୍ୟଟକ କହିଛନ୍ତି। ଭୁବନେଶ୍ୱରରୁ ଆସିଥିବା ଏକ ପର୍ଯ୍ୟଟକ ଟିମ କହିଛନ୍ତି, ପ୍ରତିବର୍ଷ ନଭେମ୍ବର ପହିଲାରେ ମଙ୍ଗଳାଯୋଡ଼ିିକୁ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ଆସିଥାଉ। ତେବେ ବୁଲିବା ବେଳେ ଦେଖାଯାଉଥିବା ଅଧିକାଂଶ ପକ୍ଷୀ ଦେଶୀୟ ପ୍ରଜାତିର ବୋଲି ଜଣାପଡ଼ୁଛି। ସେହିପରି କେତେଜଣ ଗାଇଡ୍‌ସଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଦେଶୀୟ ପକ୍ଷୀଙ୍କ ଆଗମନ ବେଶି ରହିଛି। ଶୀତ ବଢିଲେ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢିବ। ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ସି.ଏଚ୍‌. ମୁର୍ମୁ କହିଛନ୍ତି,ସମସ୍ତ ଅସ୍ଥାୟୀ କ୍ୟାମ୍ପରେ ଫରେଷ୍ଟ ଗାର୍ଡ ନିୟୋଜିତ ଅଛନ୍ତି। ସେମାନେ ନିଜ ପରିସୀମା ମଧ୍ୟରେ ସ୍ଥାନୀୟ ଲୋକଙ୍କ ସହିତ ଯୋଗାଯୋଗ ରଖି ପକ୍ଷୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଫରେଷ୍ଟରଙ୍କ ସଂଖ୍ୟା କମ୍‌ ଥିବାରୁ ଜଣେ ଗାର୍ଡଙ୍କୁ ଦୁଇଟି କ୍ୟାମ୍ପ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ପରିବେଶବିିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ମଙ୍ଗଳାଯୋଡ଼ିିରେ ଧୀରେ ରାଜଦଳ ଓ ନଳଘାସ ମାଡ଼ିଗଲାଣି। ଚିଲିକା ଧୀରେ ଧୀରେ ପୋତି ହୋଇଗଲାଣି। ଜୈବ ବିବିଧତା ନଷ୍ଟ ହେବା ସହ ବହୁ ଜଳଚର ଜୀବଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ବିଦେଶାଗତ ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଏଠାକୁ ଆସନ୍ତି। ଯଦି ଏଠାରେ ଖାଦ୍ୟ ଉପଲବ୍ଧ ନ ହେବ, ତେବେ ପକ୍ଷୀଙ୍କ ଆଗମନ ମଧ୍ୟ କମିଯିବ। ଏଣୁ ଚିଲିକାକୁ ବର୍ଜ୍ୟବସ୍ତୁ ଓ ପ୍ରଦୂଷଣମୁକ୍ତ ରଖିବା ସହ ଏହାର ସୁରକ୍ଷା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ବିଭାଗ, ମତ୍ସ୍ୟ ବିଭାଗ ଏବଂ ଜିଲା ପ୍ରଶାସନ ମିଳତ ଭାବେ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri