ତଦନ୍ତ ସରିଲା, ଅଡୁଆ ବଢ଼ିଲା

ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ସୁବାସୀ ଜଙ୍ଗଲରେ ୨୦୨୦ ଅଗଷ୍ଟ ୨୭ରେ ଏକ ୧୫ବର୍ଷୀୟ ଦନ୍ତାର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ହାତୀଟିର ଦୁଇଟି ଦାନ୍ତକୁ କାଟି ରଖିବା ପରେ ତାହାକୁ ପୋତି ଦେଇଥିଲେ। ଏପରିକି ଘଟଣାକୁ ମଧ୍ୟ ଲୁଚାଇ ଦିଆଯାଇଥିଲା। ତେବେ ବର୍ଷକ ପରେ ଅର୍ଥାତ୍‌ ଗତ କିଛିଦିନ ତଳେ ଏହାର ଭିଡିଓ ଭାଇରାଲ ହେବାରୁ ଘଟଣାକୁ ନେଇ ହଟଚମଟ ଆରମ୍ଭ ହୋଇଛି। ବନ କର୍ମଚାରୀମାନେ ମୃତଦେହକୁ ଲୁଣ ପକାଇ ଗାତରେ ପୋତୁଥିବା ଉକ୍ତ ଭିଡିଓରେ ରହିଥିବାବେଳେ ଏଥିରେ ବନ ବିଭାଗର କାର୍ଯ୍ୟକଳାପ ପୂରା ସନ୍ଦେହ ଘେରକୁ ଆସିଛି। ଇତିମଧ୍ୟରେ ଆର୍‌ସିସିଏଫ୍‌ ଅକ୍ଷୟ ପଟ୍ଟନାୟକ ଘଟଣାର ତଦନ୍ତ କରିଛନ୍ତି। ଏପଟେ ଗତ ୧ ତାରିଖରେ ଆଠଗଡ଼ ରେଞ୍ଜର କାଟି ରଖାଯାଇଥିବା ଦୁଇଟି ଯାକ ହାତୀ ଦାନ୍ତ ଆଣି ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଛନ୍ତି। ଖୋଦ୍‌ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ ପୂରା ଘଟଣା ଉପରେ ନଜର ରଖିଥିବାବେଳେ ହାତିଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା, କାହିଁକି ତରବରିଆ ଭାବେ ଦାନ୍ତ କଟାଯାଇ ପୋତିଦିଆଗଲା, ଏଥିପାଇଁ କିଏ ଦାୟୀ, କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସ୍ପଷ୍ଟ କରୁନି ବିଭାଗ। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ରିପୋର୍ଟରେ ରୋଗ ଯୋଗୁ ହାତୀଟିର ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି। କିନ୍ତୁ ଶିକାରୀ ଗୁଳିରେ ଉକ୍ତ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିବାରୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ପୂରା ଘଟଣାକୁ ତର୍ଜମା କଲେ ଏଥିରେ ତଳିଆ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ ଅଫିସରଙ୍କର ବି ସମ୍ପୃକ୍ତି ଥିବା ଜଣାପଡିବା ପରେ ବିଭାଗ ପାଇଁ ଅଡୁଆ ବଢ଼ିଛି। ତେଣୁ ମାମଲାକୁ ବିଭାଗୀୟ ତଦନ୍ତ ବଦଳରେ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ବନ୍ୟପ୍ରାଣୀ ପ୍ରେମୀମାନେ ଦାବି କରୁଛନ୍ତି।
ମିଳିଥିବା ସୂଚନାନୁସାରେ, ଏହି ସ୍ପର୍ଶକାତର ଘଟଣାରୁ ବଡ଼ ଅଫିସରଙ୍କୁ ଖସାଇବାକୁ ଉଦ୍ୟମ ହେଉଛି। ଆଠଗଡ଼ ରେଞ୍ଜରଙ୍କ ବିରୋଧରେ ପ୍ରାୟ ସବୁ ପ୍ରମାଣ ଯାଉଛି। କାରଣ ହାତୀ ଦାନ୍ତକୁ ନେଇ ନିଜ ଅଫିସରେ ରଖିବା, ୟୁଡି କେସ୍‌ ନ କାଟିବା ଆଦି ନିଶ୍ଚିତ ଗୁରୁତର ଅବହେଳା କରାଯାଇଛି। ସେହିଭଳି ତତ୍କାଳୀନ ଡିଏଫ୍‌ଓଙ୍କ ବିନା ଅନୁମତିରେ ଜଣେ ଭେଟେରିନାରୀ ଡାକ୍ତର ଯାଇ ମୃତ ହାତୀର ବ୍ୟବଚ୍ଛେଦ ମଧ୍ୟ କରିପାରିବେ ନାହିଁ। ତେଣୁ ଡିଏଫ୍‌ଓ ମଧ୍ୟ ଏହି ଘଟଣା ସମ୍ପର୍କରେ ନିଶ୍ଚୟ ଜାଣିଥିବେ, ତାଙ୍କର ମଧ୍ୟ ଏଥିରେ ସମ୍ପୃକ୍ତି ଥିବା ଜଳଜଳ ଦିଶୁଛି। ସେପଟେ ତଦନ୍ତକାରୀ ଅଧିକାରୀଙ୍କୁ ଆଠଗଡ଼ ରେଞ୍ଜର ଅତ୍ୟନ୍ତ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ତତ୍କାଳୀନ ଡିଏଫ୍‌ଓଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟସବୁ ନଥିପତ୍ର ହାତେ ହାତେ ଦେଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ସବୁକିଛି କରାଯାଇଥିଲା ବୋଲି ରେଞ୍ଜର କହିଥିଲେ। ସବୁଠାରୁ ଗୁରୁତର କଥା ହେଲା ହାତୀ ଦାନ୍ତ ଦୁଇଟିକୁ ଡିଏଫ୍‌ଓଙ୍କ ଅଫିସରେ ନ ଦେଇ ରେଞ୍ଜ ଅଫିସରେ ସିଲ୍‌ କରି ଲକର ଭିତରେ ରଖିବାକୁ କୁଆଡେ ଡିଏଫ୍‌ଓ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ରେଞ୍ଜରଙ୍କର ଏ ସମସ୍ତ ବୟାନ ତଦନ୍ତ ଅଧିକାରୀ ରେକର୍ଡ କରିଥିବା ମଧ୍ୟ ଜଣାପଡିଛି। ଏହାପରେ ବନ ବିଭାଗ ରେଞ୍ଜ ଅଧକାରୀଙ୍କୁ ନିଲମ୍ବନ ବା ଗିରଫ ପାଇଁ ନିର୍ଦ୍ଦେଶ ଦେଇ ମାମଲାକୁ ରଫା ଦଫା କରିବା ପାଇଁ ଯେଉଁ ମସୁଧା କରୁଥିଲା ତାହା ଆହୁରି ଗୋଳମାଳିଆ ହୋଇଯାଇଛି। ବଡ଼ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ନା ଘଟଣାକୁ ପୂର୍ବର ଅନେକ ହାତୀ ମୃତ୍ୟୁ ଭଳି ସମୟକ୍ରମେ ଚପାଇ ଦେବେ ତାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଲାଣି।
ଏ ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଆଠଗଡ଼ ରେଞ୍ଜର ସତରେ ତତ୍କାଳୀନ ଡିଏଫ୍‌ଓଙ୍କୁ ଜଣାଇ ଥିଲେ କି ନାହିଁ, ଯଦି ହଁ ତେବେ ତତ୍କାଳୀନ ଡିଏଫ୍‌ଓ କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନ ଥିଲେ ତାହା ଏବେ ତଦନ୍ତ ସାପେକ୍ଷ। ଏହିଭଳି ଘଟଣା ଖାଲି ରାଜ୍ୟ ନୁହେଁ, ହୁଏତ ସାରା ଦେଶରେ ପ୍ରଥମ। ତେଣୁ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କଲେ ସତ୍ୟ ପଦାକୁ ଆସିବ। ମୋ ମତରେ ଏହି ଘଟଣା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କର ଧାରା ୧୬୪ ଅନୁଯାୟୀ କୋର୍ଟଙ୍କ ସମ୍ମୁଖରେ ଷ୍ଟେଟ୍‌ମେଣ୍ଟ ରେକର୍ଡ କରାଯିବା ନିହାତି ଆବଶ୍ୟକ ବୋଲି ଶୁଭେନ୍ଦୁ କହିଛନ୍ତି।
ଏ ନେଇ ଆର୍‌ସିସିଏଫ୍‌ ଅକ୍ଷୟ ପଟ୍ଟନାୟକ କହିଛନ୍ତି, ତଦନ୍ତ ସରିଯାଇଛି ଓ ଉପରିସ୍ଥ ଅଧିକାରୀଙ୍କ ନିକଟରେ ରିପୋର୍ଟ ବି ଦାଖଲ କରାଯାଇସାରିଛି। ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ନେବେ। ଅନ୍ୟପକ୍ଷରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲଙ୍କୁ ପଚାରିବାରୁ ସେ ଛୁଟିରେ ଓ ରାଜ୍ୟ ବାହାରେ ଥିବା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri