Posted inଫୁରସତ

ଅର୍କବଟ ତଳେ ପୂଜା ପାଉଥିଲେ ଶ୍ରୀନଟେଶ୍ୱର

ପୂର୍ବ ଆଲୋଚନାରୁ ଜାଣିଲେ ଶାମ୍ବଙ୍କର ପ୍ରାୟଶ୍ଚିତ୍ତ ପାଇଁ ସେ ଯେଉଁ ତପସ୍ୟା କରିଥିଲେ ମୈତ୍ରେୟବନରେ (କୋଣାଦିତ୍ୟ) ତାହାର ସ୍ମାରକୀ ଦିବସ ହେଉଛି ଶାମ୍ବ ଦଶମୀ। ମନେହୁଏ ଏହି ସ୍ମାରକୀ ଦିବସ ଶାମ୍ବଙ୍କ ତପସ୍ୟାର ସିଦ୍ଧିଲାଭ ଦିବସ। ମୈତ୍ରେୟବନରେ ଏହା ହୋଇ ନ ଥିଲେ ଓଡ଼ିଶାର ଜନମାନସରେ ଏତେ ଗଭୀର ପ୍ରଭାବ ପକାଇ ନ ଥା’ନ୍ତା। ସେହି ଅପୂର୍ବ ଘଟଣାକୁ ସ୍ମରଣ ରଖିବା ପାଇଁ ନିଜର ପୁଣ୍ୟପର୍ବ ପରମ୍ପରାରେ ଓଡ଼ିଆ ଲୋକେ ଏକ ସ୍ବତନ୍ତ୍ର ପର୍ବ ପାଳନ କରୁ ନ ଥା’ନ୍ତେ!
କୋଣାର୍କଠାରେ ଶ୍ରୀମହାଭାସ୍କରଙ୍କ ଉପାସନା ପ୍ରଚଳିତ ହେବା ପରେ ଶାମ୍ବ ଦଶମୀ ଏକ ମୁଖ୍ୟପର୍ବ ଭାବରେ ପାଳିତ ହେଲା। ଏହାକୁ ଏକ ‘ଉତ୍ସବ’ ବୋଲି ଗ୍ରହଣ କରାଯାଇଥିଲା। ଏହି ଉତ୍ସବ ‘ଅର୍କବଟ’ ତଳେ ଆରମ୍ଭ ହେବାର ପରମ୍ପରା ପ୍ରଚଳିତ ହୋଇଥିଲା। ତେବେ ସମ୍ଭାବନା ହୁଏ ଶାମ୍ବ କ’ଣ ସେଇ ଅର୍କବଟ ତଳେ ସିଦ୍ଧି ଲାଭ କରିଥିଲେ! ପଦ୍ମତୋଳା ଗଣ୍ଡରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ହୋଇଥିଲା ଆମେ ଜାଣୁ। ତେବେ ସେଇ ଗଣ୍ଡ ଦାଢ଼ରେ ଅର୍କବଟ ଥିଲା କି? ଫଳରେ ମନ୍ଦିର ସଂଲଗ୍ନ ହୋଇ ରହିଥିବାରୁ ଅନେକ ଉତ୍ସବ ଓ ନୀତି ଏହି ଅର୍କବଟ ତଳେ ସମାହିତ ହେଉଥିଲା। ଠିକ୍‌ ଯେପରି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ କଳ୍ପବଟ ରହିଅଛି।
ଆମେ ଏତେ କଥା ଲେଖିବାର କାରଣ ଅର୍କବଟ ତଳେ ଶାମ୍ବ ଦଶମୀ ଉତ୍ସବ ଆରମ୍ଭ ବେଳେ ପ୍ରଥମେ ଶାମ୍ବଙ୍କର ପ୍ରଶଂସା କରାଯାଏ, ତା’ ପରେ ତାଙ୍କୁ ପ୍ରାର୍ଥନା କରାଯାଏ। ତା’ପରେ ଶ୍ରୀମହାଭାସ୍କରଙ୍କୁ ଭୋଗ ଅର୍ପଣ କରାଯାଏ। ସେହି ଭୋଗ ଶାମ୍ବଙ୍କୁ ଉପହାର ଦିଆଯାଏ। ଅର୍ଥାତ୍‌ ଶ୍ରୀମହାଭାସ୍କରଙ୍କ ଭୋଗ ପ୍ରଥମେ ଶାମ୍ବଙ୍କୁ ସମର୍ପଣ କରାଯାଏ। ଭୋଗ ପାଇଁ ମନ୍ତ୍ର ବ୍ୟବହାର ହେବା ପରେ ସମର୍ପଣ ପାଇଁ ମନ୍ତ୍ର ଉଚ୍ଚାରଣ କରାଯାଏ। ତା’ପରେ ବସେ ମଧ୍ୟାହ୍ନ ଧୂପ। ମଧ୍ୟାହ୍ନ ଧୂପ ସରିଲେ ଶ୍ରୀପଦ୍ମକେଶର ମନ୍ଦିର ପୂର୍ବଦିଗ ବେଢ଼ାରେ ଥିବା ୧୨ଜଣ ଦେବଦେବୀଙ୍କ ଉପାସନା ଆରମ୍ଭ ହୁଏ। ଏହା ସହିତ ରଥ ଟାଣୁଥିବା ଅଶ୍ୱ ଏବଂ ମନ୍ଦିର ମୂଳଭିତ୍ତିରେ ଥିବା ଚକ୍ରଙ୍କୁ ଉପାସନା କରାଯାଏ। ସୂପକାର ସେବକ ୧୦୮ ପ୍ରକାର ବ୍ୟଞ୍ଜନ ଶାମ୍ବଦଶମୀ ଦିନ ପ୍ରସ୍ତୁତ କରନ୍ତି। ସେହି ବ୍ୟଞ୍ଜନକୁ ପୂଜାପଣ୍ଡା ଉକ୍ତ ଚଉଦଟି ସ୍ଥାନରେ ଅର୍ପଣ କରନ୍ତି। ଏହା ହେଉଛି ପୂର୍ବଦିଗର ବେଢ଼ା କଥା। ତା’ପରେ ଦକ୍ଷିଣବେଢ଼ାରେ ନିଶାମନ୍ଦିରର ଶ୍ରୀରବିନାରାୟଣ ଏବଂ ପାର୍ଶ୍ୱଦେବତା ‘ମିତ୍ର’, ପଶ୍ଚିମ ନିଶା ମନ୍ଦିରର ରୁଦ୍ର, ସୂର୍ଯ୍ୟ ଏବଂ ବୈବସ୍ବତ (ପୂଷାଣ), ଉତ୍ତର ନିଶାମନ୍ଦିରର ବେଦାଙ୍ଗ ଓ ହରିଦାଶ୍ୱଙ୍କୁ ପୂଜା ହୁଏ।
ପୂଜାପଣ୍ଡା ଏହାପରେ ବେଢ଼ା ନାରାୟଣ ମଣ୍ଡପକୁ ବିଜେ କରନ୍ତି। ଶ୍ରୀ ନାରାୟଣଙ୍କୁ ଭୋଗ ଅର୍ପଣ କରିବା ପରେ ମହାଗାୟତ୍ରୀ ମନ୍ଦିରକୁ ବିଜେ କରନ୍ତି। ମହାଗାୟତ୍ରୀଙ୍କୁ ଭୋଗ ଅର୍ପଣ କରିବା ପରେ ସେଠାରେ ବିରାଜିତ ‘ଦେବୀ ସିଦ୍ଧଚଣ୍ଡୀ’ଙ୍କୁ ବ୍ରହ୍ମଗାୟତ୍ରୀ ମନ୍ତ୍ରରେ ଭୋଗ ଅର୍ପଣ କରି ଶେଷରେ ଶ୍ରୀମହାଭାସ୍କରଙ୍କ ଦୁଇଶକ୍ତି ଛାୟାମାୟାଙ୍କୁ ଭୋଗ ଅର୍ପଣ କରନ୍ତି। ମହାଗାୟତ୍ରୀ ଓ ‘ଦେବୀ ସିଦ୍ଧଚଣ୍ଡୀ’ ପ୍ରସଙ୍ଗ ଆମେ ଆଗକୁ ଆଲୋଚନା କରିବା।
ଏଠାରେ ମୁଖ୍ୟ ଆଲୋଚ୍ୟ ବିଷୟ ଶାମ୍ବ ଦଶମୀ ଉତ୍ସବର ରୂପରେଖ। ଆମେ ଟିକିନିଖି ଦେବାର ଅଭିପ୍ରାୟ ଶାମ୍ବଙ୍କୁ ନେଇ ଏକ ସ୍ବତନ୍ତ୍ର ଉତ୍ସବ କେବଳ କୋଣାର୍କଠାରେ ନୁହେଁ ଓଡ଼ିଆ ଜନଜୀବନକୁ କିପରି ପ୍ରଭାବିତ କରିଥିଲା ବିଚାର କରିବା କଥା। ଏଗୁଡ଼ିକ ବାହାରିଆ ପଣ୍ଡିତଙ୍କ ମୁଣ୍ଡକୁ ଜୁଟି ନ ଥିଲା। ସେ କାହୁଁ ଜାଣିବେ ଓଡ଼ିଶାରେ ଶାମ୍ବଙ୍କୁ ନେଇ ଏକ ଗଣଉତ୍ସବ ବିକଶିତ ହୋଇଥିଲା ବୋଲି! ଏତିକିରେ ଉତ୍ସବ ସମାପ୍ତ ହୁଏ ନାହିଁ। ଭୋଗ ପରେ ଆରମ୍ଭ ହୁଏ ହୋମ। ଶହେଆଠ ମନ୍ତ୍ରରେ ଚାଉଳ ବଳି ଦିଅନ୍ତି ବେଦପୁରର ଆଚାର୍ଯ୍ୟମାନେ। ଏହି ବଳି ଦଶଦିଗପାଳଙ୍କୁ ଦିଆଯାଏ। ପରେ ପରେ ନୃତ୍ୟର ଦେବତା ଶ୍ରୀନଟେଶ୍ୱରଙ୍କୁ ପୂଜା କରାଯାଏ। ଶ୍ରୀନଟେଶ୍ୱର ବିଜେ କରିଥିଲେ ଅର୍କବଟ ତଳେ। ତାଙ୍କ ବିଜେସ୍ଥଳୀ ଶ୍ରୀନଟେଶ୍ୱର ଗାଦି ଭାବରେ ପରିଚିତ ଥିଲା। ଏହି ଗାଦିରୁ ମିଳିଥିଲା ଶ୍ରୀପଦ୍ମକେଶର ଦେଉଳ କର୍ମାଙ୍ଗୀ ପୋଥି।
ସେଠାରୁ ପୂଜାପଣ୍ଡା ଫେରି ସିଂହଦ୍ୱାରରେ ଥିବା ଜୟ, ବିଜୟ, ପୌଣ୍ଡ୍ର ଓ ଅଙ୍ଗିରସଙ୍କୁ ପୂଜା କରନ୍ତି। ଶେଷରେ ‘ସୌରଅଗ୍ନି’ଙ୍କୁ ଉପାସନା କରାଯାଏ। ସୌରଅଗ୍ନି ହେଉଛି ଏକ ସ୍ଫଟିକ ପତଳା କାଚ ଉପରେ ଶୂନ୍ୟରୁ ଆସି ବର୍ଷସାରା ପଡ଼ୁଥିବା ସୂର୍ଯ୍ୟଙ୍କ କିରଣ। ସୂର୍ଯ୍ୟଙ୍କ କିରଣକୁ ମଧ୍ୟ ସେ କାଳର କୌଶଳରେ ଓଡ଼ିଆ ଉପାସନା କରୁଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri