ଋଚାଙ୍କୁ ଜୀବନସାଥୀ କରିବେ ଏହି ବଲିଉଡ ଅଭିନେତା. ଖୁବ୍‌ଶଘ୍ର ବାଜିବ ଶାହାନାଇ

ବମ୍ବେ: ଦୀର୍ଘଦିନରୁ ଅଭିନେତା ଅଲି ଫଜଲଙ୍କୁ ଡେଟ୍‌ କରି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଋଚା ଚଡ୍ଢା। ସମ୍ପର୍କକୁ ଗୋଟିଏ ପାଦ ଆଗକୁ ବଢ଼ାଇ ବିବାହ ଯାଏ ନେବାକୁ ଉଭୟ ଚାହୁଁଥିଲେ ହେଁ ଭାଗ୍ୟ ସାଥ୍‌ ଦେଉନାହିଁ। କେତେବେଳେ ନିଜର ବ୍ୟସ୍ତତା ତ କେତେବେଳେ ମହାମାରୀକୁ ନେଇ ବିବାହ କଥା ଟଳି ଯାଉଛି। ଚଳିତ ବର୍ଷ ଏପ୍ରିଲରେ ସେମାନେ ବିବାହ କରିବେ ବୋଲି ଶୁଣାଯାଉଥିଲା। ହେଲେ କରୋନା ସଂକ୍ରମଣ ବଢ଼ିବାରୁ ସେମାନେ ବିବାହ ଟାଳିଦେଇଥିଲେ। ଏବେ କିନ୍ତୁ ସବୁକିଛି ସାମାନ୍ୟ ହେଉଥିବା ନଜର ଆସୁଥିବାରୁ ଋଚା-ଅଲି ବିବାହ କରିବାକୁ ନିଶ୍ଚିତ କରିଛନ୍ତି। ଅଲି ନିଜେ ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ କରିଛନ୍ତି।

ଦୁହେଁ ୨୦୨୨ ଫେବୃଆରୀ ଅଥବା ମାର୍ଚ୍ଚରେ ବିବାହ କରିବାକୁ ଯୋଜନା କରୁଛନ୍ତି। ନୂଆ ବର୍ଷ ନୂଆ ସମ୍ଭାବନା ଆଣି ଆସିବ ବୋଲି ଆଶା କରୁଥିବା ଅଲି କହିଛନ୍ତି। ସେହିଭଳି ଋଚା କହିଛନ୍ତି, ମୋତେ ଲାଗୁଛି କୋଭିଡ ଲହରର ଆମ ଯୋଜନା ସହ କିଛି ସମ୍ବନ୍ଧ ରହିଛି। ସବୁଥର ଆମେ କିଛି ପ୍ଲାନ କରୁ ହେଲେ ତାହା ହୁଏ ନାହିଁ। ମୁଁ କିନ୍ତୁ ବିବାହ ଧୁମ୍‌ଧାମରେ ହେଉ ବୋଲି ଚାହେଁ। କାରଣ ମୋତେ ପାର୍ଟି ଦରକାର। ମୋତେ ଲୋକ କ’ଣ କହିବେ ତାର ପରବାୟ ନାହିଁ। ମୁଁ ଭଲପାଇବାର ଉତ୍ସବ ପାଳିବାକୁ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri